ଆଲ୍ଲାଙ୍କ ନାଁ ନେଇ ପୁଅକୁ ସମୁଦ୍ର ମଝିକୁ ଫିଙ୍ଗି ଦେଲେ ବାପା, ସମ୍ପୂର୍ଣ୍ଣ ଘଟଣା ଯାନୀ ଆପଣଙ୍କ ଆଖିରେ ବି ଆସିଯିବ ଲୁହ…. ଦେଖନ୍ତୁ Video

ବନ୍ଧୁଗଣ ସମୁଦ୍ର ମଝିରେ ଜୀବନ ମୃତ୍ୟୁର ଖେଳ । ଆଲ୍ଲା ଙ୍କ ନାଁ ନେଇ ପୁଅର ମୃତ ଦେହକୁ ସମୁଦ୍ରରେ ଫିଙ୍ଗି ଦେଲେ ବାପା । ସୋସିଆଲ ମିଡିଆରେ ଜେଣ ବାପାର ଅସହନୀୟ ଅବସ୍ଥା ଦେଖିବା ପରେ ସାରା ବିଶ୍ବରେ ଆଲୋଡନ ସୃଷ୍ଟି ହୋଇଛି । ଏହାକୁ ନେଇ ସଂଯୁକ୍ତ ରାଷ୍ଟ୍ର ମଧ୍ୟ ଚିନ୍ତା ପ୍ରକଟ କରିଛି । ଘଟଣା ଥିଲା କି ସିରିୟାରେ କ୍ରମାଗତ ଯୁଦ୍ଧ ଲାଗିଥିବାରୁ ଏଠିକାର ଲୋକେ ଅନ୍ୟତ୍ର ପଳାୟନ କରୁଛନ୍ତି । ସେହିପରି ଏଥିରେ ଏକ ସହରରୁ ଇଟାଲୀକୁ କିଛି ପ୍ରବାସୀ ସମୁଦ୍ର ଦେଇ ଯାଉଥିଲେ ।

ଏକ ନୌକାରେ ୩୦ରୁ ଅଧିକ ପ୍ରବାସୀ ଯାଉଥିବା ବେଳେ ସମୁଦ୍ର ମଝିରେ ଆରମ୍ଭ ହୋଇଥିଲା ମୃତ୍ୟୁର ଖେଳ । ନୌକାରେ ଯାଉଥିବା ବେଳେ ସମୁଦ୍ର ମଝିରେ ଖାଦ୍ୟ, ପାଣି ଓ ଇନ୍ଧନ ଶେଷ ହେବା ପରେ ସମୁଦ୍ରର ପାଣି ପିଇଥିଲେ ନୌକାରେ ଯାଉଥିବା ଲୋକେ । ଯାହା ଫଳରେ କିଛି ପ୍ରବାସୀଙ୍କର ସ୍ୱାସ୍ଥ୍ୟ ଖରାପ ହୋଇ ସଂକ୍ରମଣ ହେବା ପରେ ୬ ଜଣ ପ୍ରବାସୀଙ୍କର ନୌକାରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଥିଲେ ୩ ଜଣ ମହିଳା ଓ ୩ ଜଣ ଶିଶୁ । ଇଟାଲୀ ମାଟିରେ ପହଞ୍ଚି ଆପଣାର ଲୋକଙ୍କୁ କବର ଦେବାକୁ ରଖିଥିଲେ ବି କ୍ରମେ ସେଥିରୁ ଦୁର୍ଗନ୍ଧ ବାହାରିଥିଲା ।

ଆଉ ତା ପରେ ଯାହା ହେଲେ ଆପଣ ଜାଣିଲେ ଆଖିରେ ଲୁହ ରହିବା ନାହି । ମୃତ ଦେହ ପାଚିବା କାରଣରୁ ଆତ୍ମୀୟମାନେ ସେମାନଙ୍କୁ କପଡାରେ ଗୁଡାଇ ସମୁଦ୍ରରେ ପିଙ୍ଗିବାକୁ ବାଧ୍ୟ ହୋଇଥିଲେ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଅସହାୟ ବାପା ନିଜ ମୃତ ପୁଅକୁ କପଡା ରେ ଗୁଡାଇ ସମୁଦ୍ରରେ ଫିଙ୍ଗି ଦେଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ବୟାନ କରୁଛନ୍ତି ସେହି ସମୟରେ ପରିସ୍ଥିତି କେତେ ଭୟାନକ ହୋଇଥିବ । ସମୁଦ୍ରରେ କୁନି ପୁଅକୁ ପିଙ୍ଗିଥିବା ବାପା ସିରିଆର ମୂଳ ବାସିନ୍ଦା ।

ସେ ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ପରିବାର ସହ ଶିରିଆ ଛାଡି ସମୁଦ୍ର ଜରିଆରେ ଇଟାଲୀ ଯାଉଥିଲେ । ହେଲେ ସମୁଦ୍ରରେ ଭୋକରେ ଆଉଟୁ ପାଉଟୁ ହୋଇ ପ୍ରାଣ ହାରାଇଥିବା କୁନି ପୁଅକୁ ସମୁଦ୍ରରେ ସଲିଳ ସମାଧି ଦେବାକୁ ବାଧ୍ୟ ହୋଇଥିଲେ । ପୁଅକୁ ସମୁଦ୍ର ମଝିରେ ଫିଙ୍ଗିବା ବେଳେ ତାଙ୍କ ପାଟି ରୁ ବାହାରିଥିଲା ଆଲ୍ଲା ଙ୍କ ନା । ତାଙ୍କ ସହ ନୌକରେ ଥିବା ସବୁ ପ୍ରବାସି ଆଲ୍ଲା ହୋ ଅକବର ବୋଲି ଡ଼ାକିଥିଲେ ।

ଅନ୍ୟ ପକ୍ଷରେ ଶିରିଆର ପ୍ରବାସି ସମୁଦ୍ରରେ ଫସି ରହିଥିବା ଖବର ପାଇ ସେମାନଙ୍କୁ ଉଧାର କରିବାକୁ ଇଟାଲୀ ରୁ ଏକ ଜାହାଜ ପହଞ୍ଚି ଥିଲା । ବଞ୍ଚି ରହିଥିବା ଅନ୍ୟ ପ୍ରବାସୀଙ୍କୁ ଉଧାର କରିଥିଲା । ଏହି ଘଟଣା କୁ ଗମ୍ଭୀର ସହକାରେ ନେଇଛି ସଂଯୁକ୍ତ ରାଷ୍ଟ୍ର ଏଜନ୍ସି ବା ୟୁଏନସିଆର । ଏଥିରେ କ୍ଷୋଭ ପ୍ରକାଶ କରି ଟ୍ବିଟ କରିଛନ୍ତି ଏହାର ଜଣେ ସଦସ୍ୟ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମାତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *