ଅନ୍ତିମ ସଂସ୍କାର ପରେ କାହିଁକି ପଛକୁ ବୁଲି ଦେଖନ୍ତି ନାହି ? Garuda Purana

ମଣିଷ ଏ ଦୁନିଆକୁ ଆସିଛି ମାନେ ମୃତ୍ୟୁ ନିଶ୍ଚିନ୍ତ ଅଟେ । କିଛି ମଣିଷ ଏ ଦୁନିଆରେ ଏମିତି ଅଛନ୍ତି ଯେଉଁ ମାନେ ମୃତ୍ୟୁକୁ ଭୟ କରିଥାନ୍ତି । ଏ ନେଇ ଯୁଧିଷ୍ଠିର ଅକ୍ଷୟଙ୍କୁ କହିଥିଲେ ଯେ ଦୁନିଆର ସବୁଠାରୁ ବଡ ସତ ହେଉଛି ମଣିଷ ପ୍ରତିଦିନ କାହାକୁ ନା କାହାକୁ ମାରିବାର ଦେଖିଥାଏ । କିନ୍ତୁ ନିଜର ମୃତ୍ୟୁ ବିଷୟରେ କେବେ ଚିନ୍ତା କରି ନ ଥାଏ । ଆମ ଶରୀରର ପାଞ୍ଚ ତତ୍ଵ ଯଥା ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶରୁ ତିଆରି ହୋଇଥାଏ ।

ଦିନେ ଏହା ଦ୍ଵାରା ହିଁ ମଣିଷ ଶରୀର ବିଲୀନ ହୋଇଥାଏ । ମଣିଷ ଯେତେ ଧନ ସମ୍ପତି କରିଥିଲେ ମଧ୍ୟ ତାହା ଛାଡି ଏ ଦୁନିଆରୁ ଖାଲି ହାତରେ ଯିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ମଣିଷର ଅନ୍ତିମ ସଂସ୍କାର ପରେ କଣ ପାଇଁ ପଛକୁ ବୁଲି ଦେଖନ୍ତି ନାହି ସେହି ବିଷୟରେ କହିବାକୁ ଯାଉଛୁ । ଗରୁଡ ପୁରାଣ ଅନୁସାରେ ମଣିଷର ଅନ୍ତିମ ସଂସ୍କାର ପରେ ତାଙ୍କ ପରିଜନ ମାନେ ପଛକୁ ବୁଲି ଶ୍ମଶାନ ଘାଟକୁ ଦେଖିବା ଉଚିତ ନୁହେଁ ।

କାରଣ ଦାହ ସଂସ୍କାର କରିବା ପରେ ଶରୀର ଜଳି ଯାଇଥାଏ କିନ୍ତୁ ଆତ୍ମା ର ଅସ୍ତିତ୍ଵ ସେଠାରେ ହିଁ ରହିଥାଏ । ଗୀତାରେ କୁହା ଯାଇଛି କି ଆତ୍ମାକୁ ଶସ୍ତ୍ର କାଟିପାରେ ନାହି, ଅଗ୍ନି ଜଳାଇପାରେ ନାହି, ଜଳ ତରଳାଇପାରେ ନାହି, ବାୟୁ ଶୁଖାଇ ପାରେ ନାହି । ଏହା ସହ ମୃତ୍ୟୁ ଠାରୁ ନେଇ ମୃତକର ସଂସ୍କାର ପର୍ଯ୍ଯନ୍ତ ସବୁ କାମକୁ ଆତ୍ମା ନିଜ ଆଖିରେ ଦେଖିଥାଏ । ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମାର ମୋହାମାୟା ନିଜର ପରିବାର ଲୋକଙ୍କ ଶାଖା ରହିଥାଏ ।

ଆତ୍ମାର ମୋହଗ୍ରସ୍ତ ହେବା ପରେ ବ୍ୟକ୍ତିଙ୍କ ଆତ୍ମା ପରିବାର ସଦସ୍ୟଙ୍କର ଆଖ ପାଖରେ ଘୁରି ବୁଲୁଥାଏ । ଏହି ସ୍ଥିତିରେ ମୃତକଙ୍କ ଆତ୍ମାର ମୁକ୍ତି ପାଇବା ପାଇଁ ବହୁତ କଷ୍ଟ ହୋଇଥାଏ । ଏହି ସ୍ଥିତିରେ ମୋହର ନଷ୍ଟ ହେବା ବହୁତ ଜରୁରୀ ଅଟେ । ଯଦି ଏପରି ନ ହେଲା ତେବେ ଆତ୍ମା ପରଲୋକ ଗମନ କରି ପାରିବ ନାହି । ତେଣୁ ଆତ୍ମାର ମୁକ୍ତି ନିମନ୍ତେ ଦାହ ସଂସ୍କାର ପରେ କେହି ପରିବାର ଲୋକେ ପଛକୁ ବିଲି ଦେଖିବା ଅନୁଚିତ ।

ଯଦି କେହି ପରିଜନ ପଛକୁ ଫେରି ଦେଖନ୍ତି ତେବେ ମୃତକଙ୍କ ଆତ୍ମାକୁ ଲାଗିଥାଏ କି ଏବେ ବି ପରିବାର ଲୋକେ ତାଙ୍କୁ ପାଖରେ ଚାହୁଁଛନ୍ତି । ଯଦି କେହି ମୃତକଙ୍କୁ ପଛକୁ ଚାହିଁ ନ ଦେଖନ୍ତି ତେବେ ସୂଚିତ ହୁଏ କି ତାହାର ଏ ଦୁନିଆରେ ସମୟ ଶେଷ ହୋଇ ସାରିଛି । ଶ୍ମଶାନରେ ମୃତକଙ୍କୁ ପଛକୁ ବୁଲି ଦେଖିଲେ ଆତ୍ମା ଜୀବିତ ବ୍ୟକ୍ତିଙ୍କୁ ପ୍ରଭାବିତ କରି ଆଘାତ ଦେଇଥାଏ ।

ପଛକୁ ବୁଲି ନ ଦେଖିବାର ସଂକେତ ହେଉଛି ଆତ୍ମାର ଆଉ ପରିବାର ଓ ଦୁନିଆ ଠାରୁ ସବୁ ମୋହମାୟା ଶେଷ ହୋଇ ସାରିଛି । ଯେଉଁ ମାନଙ୍କର ଅକାଳ ମୃତ୍ୟୁ ହୋଇଥାଏ ସେମାନଙ୍କୁ ସହଜରେ ମୁକ୍ତି ମିଳେ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *