ଓଲିଉଡ ଜଗତର ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଏବେ ଆସିଛି ନୂଆ ମୋଡ । ଦୁହିଙ୍କ କଳହରେ ହସ୍ତାନ୍ତର କରିଛନ୍ତି ଜଣେ ଯୁବତୀ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯୁବତୀ ଜଣକ ପୂର୍ବରୁ ଲୁଚିକି ରହିଥିଲେ କିନ୍ତୁ ଏବେ ସାମନାକୁ ଆସିଛନ୍ତି । ବର୍ଷା ଓ ଅନୁଭବଙ୍କ ପାରିବାରିକ କଳହ ଦାଣ୍ଡରେ ପଡି ହାଟରେ ଗଡୁଛି ।
ତେବେ କୌଣସି ମତେ ବର୍ଷାଙ୍କ ତହରୁ ଅଲଗା ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଅନୁଭବ । କିନ୍ତୁ କୋର୍ଟରେ ଏହି ମାମଲା ବିଚାରଧିନ ଥିବା ବେଳେ ମଝିରେ ମଝିରେ ଚର୍ଚ୍ଚାକୁ ଆସୁଥିଲେ ତୃତୀୟ ବ୍ୟକ୍ତି । ଦିଲ୍ଲୀର ଯୁବତୀ ଯିଏ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନୁଭବଙ୍କ ବାନ୍ଧବୀ ଜାଗୁରତିଙ୍କୁ ଚାପା ଗୁଞ୍ଜନରୁ ବିବାଦକୁ ଟାଣି ଆଣିଛନ୍ତି ବର୍ଷା । ବର୍ଷା ଜାଗୃତିଙ୍କ ନାଁରେ କଟକ ପୁରିଘାଟ ଥାନାରେ ଏତଲା ଦେଇଛନ୍ତି ।
କେମିତି ଜାଗୃତି ବିବାଦକୁ ଆସିଲେ, ସ୍ଵାମୀ ସ୍ତ୍ରୀଙ୍କ କଳି ଭିତରେ ତାଙ୍କୁ କାହିଁକି ଟଣାଗଲା ନାଁ ସେ ନିଜେ ଟାଣି ହୋଇ ଆସିଛନ୍ତି ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ । ସୂଚନା ଅନୁସାରେ ଫେବୃଆରି ୮ ତାରିଖ ସମୟ ସନ୍ଧ୍ୟା ୭ଟା ୫୨ ମିନିଟ ରେ ନିଜ ଫେସବୁକ ଆକାଉଣ୍ଟରେ ଏମିତି କିଛି ପୋଷ୍ଟ କରିଥିଲେ ଅନୁଭବନ ବାନ୍ଧବୀ ଜାଗୃତି ଶୁକ୍ଲା ।
ସେ ଲେଖିଥିଲେ ଯେ ଜଣେ ସାଂସଦଙ୍କ ସ୍ତ୍ରୀ ତାଙ୍କର ମ୍ୟାରେଜ ପ୍ରାମାନ ପତ୍ର, ପ୍ୟାନ କାର୍ଡ, ବ୍ଯାଙ୍କ ଖାତା, ଦଶମ ଶ୍ରେଣୀ ପ୍ରମାଣ ପତ୍ର, ITR, ପାସ ପୋର୍ଟ ଓ ଅନ୍ୟ ଡକୁମେଣ୍ଟରେ ଅଲଗା ଅଲଗା ନାଁ ଦେଇଛନ୍ତି । ଏହା ସହ ସେ ଟାଙ୍କର ବାପା ମାଙ୍କ ସାଜ୍ଞାକୁ ଅଲଗା ଅଲଗା ରଖିଛନ୍ତି । ଏହାକୁ ଠକାମୀ ଭାବେ ବିବେଚନା କରାଯିବ କି ନାହି ଓ ଏହା ଉପରେ ତଦନ୍ତ ହେବା ଜରୁରୀ କି ନୁହେଁ ଏପରି ଲେଖିଛନ୍ତି ଜାଗୃତି ଶୁକ୍ଲା ।
ଏହା ସହ ଜାଗୃତି ଲେଖିଛନ୍ତି ଜଣେ ସାଂସଦଙ୍କ ସ୍ତ୍ରୀ ବାହାବେ ଏ ସେଥିରୁ କଣ ଛାଡ ପାଇଯିବେ । ସ୍ପାଉସ କାର୍ଡ ବା ସ୍ତ୍ରୀର ସୁବିଧା ସୁଯୋଗ ପାଇବାର ହକଦାର କି ଲେଖିଥିଲେ ଜାଗୃତି । ଯଦିଓ ଜାଗୃତି ଏହି ପୋଷ୍ଟରେ ବର୍ଷଙ୍କ ନାଁ ନେଇ ନାହାନ୍ତି କିନ୍ତୁ ସିଧା ସଳଖ ବର୍ଷାଙ୍କୁ ଟାର୍ଗେଟ କରା ଯାଇଛି ତାହା ସ୍ପଷ୍ଟ ହେଉଛି । ସୂଚନା ଅନୁସାରେ ଅନୁଭବ ବର୍ଷାଙ୍କର ସ୍ପାଉସ କାର୍ଡ ଖାରଚ କରିବାକୁ ଲୋକସଭାରେ ଆବେଦନ କରିଥିଲେ ।
ଏହାକୁ ଭିତ୍ତି କରି ଲୋକସଭା ସେକ୍ରେଟାରୀ ବର୍ଷାଙ୍କୁ ନୋଟିସ କରିଥିଲେ । ଏହା ବିରୁଦ୍ଧରେ ବର୍ଷା କୋର୍ଟର ଆଶ୍ରୟ ନେବା ପରେ ଅନୁଭବଙ୍କୁ ବଡ ଝଟକା ଲାଗିଥିଲା । ଏହା ପରେ ପରେ ଜାଗୃତି ଏଭଳି ପୋଷ୍ଟ କରିଛନ୍ତି ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଜାଗ୍ରତିଙ୍କ ପୋସ୍ତରେ କିଛି ୟୁଜର୍ସ କମେଣ୍ଟ କରିଛନ୍ତି ଲୁଚିଚି ନାଁ ଗୋଡ ଦିଟା ଦିଶୁଚି ଆଉ କେହି କହିଛନ୍ତି ଅନୁଭବ ଏହାର ଉତ୍ତର ଦେଇପାରିବେ ।
ବନ୍ଧୁଗଣ ଆପଣଙ୍କର ଏହି ମାମଲାରେ ମତାମତ କଣ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।