ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାଂସଦ ଅନୁଭବ ମହାନ୍ତି ନିଜ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବର୍ଷା ଜାଲ କାଗଜପତ୍ର କରିଛନ୍ତି ବୋଲି ଅନୁଭବ ଲୋକସଭା ସେକ୍ରେଟାରୀଙ୍କୁ ଜଣାଇଛନ୍ତି । କଟକରେ ଅନୁଭବ କୌଣସି ମାମଲାକୁ ନେଇ ଆସିଥିବା ବେଳେ ବର୍ଷା ଏଭଳି କାମ କରିଛନ୍ତି ଓ ଏହା ବିରୁଦ୍ଧରେ ମୁହଁ ଖୋଲନ୍ତୁ ବୋଲି ଅନୁଭବ କହିଛନ୍ତି । ଯଦି ଅନୁଭବଙ୍କ କଥା ସତ ହୋଇଥାଏ ତେବେ ଏହା ସାଂଘାତିକ ଅପରାଧ ।
ବର୍ଷା ଏବେ ନନ୍ଦୀସାହିରେ ଅନୁଭବଙ୍କ ଘରେ ରହୁଛନ୍ତି । ଅନୁଭବଙ୍କ ବାପା ଜାଲ କାଗଜପତ୍ର କରିବାରେ ମାହିର ବୋଲି ହାଇ କୋର୍ଟ ତାଙ୍କୁ ଭଶ୍ଚର୍ନା କରିଥିଲେ । ଅନୁଭବଙ୍କ ବାପା ଅଭୟ ମହାନ୍ତି ଅଧ୍ୟାପକ ଚାକିରି କରିଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗରେ ଜାଲ କାଗଜପତ୍ର ଦାଖଲ କରି ପଦ ଉନ୍ନତି ପାଇଥିଲେ ।
ବ୍ରଂହପୁର ବିଶ୍ଵବିଦ୍ୟାଳୟରେ ୧୯୫୭ରେ ସେ ଏକ ଋଫ୍ରେସର କୋର୍ସ କରିଛନ୍ତି ବୋଲି ସରାକରଙ୍କ ନିକଟରେ ସାର୍ଟିଫିକେଟ ଉପସ୍ଥାପନ କରିଥିଲେ । କିନ୍ତୁ ବାସ୍ତବରେ ସେମିତି କିଛି ସେହି ବର୍ଷ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହୋଇ ନ ଥିଲା । ଏହା ପରେ ହାଇ କୋର୍ଟ ସରକାରଙ୍କୁ ଏହି ମାମଲାର ତଦନ୍ତ କରିବା ପାଇଁ ନିର୍ଦେଶ ଦେବା ପରେ ଯାହା ହୋଇଥିଲା ତାହା ଓଡିଶା ବାସୀ ଜାଣିଛନ୍ତି ।
ସାଂସଦ ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଚାଲିଛି । ସେ ଏବେ ବି କନ୍ଦରପୁର କଲେଜର ଛାତ୍ର ବୋଲି ଓକିଲ ତଥା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ ଆଣି ସମସ୍ତ ସରାକରି କାଗଜପତ୍ର ଦେଖାଇ ଥିଲେ । ଅନୁଭବ ମିରଟର ଏକ କଲେଜରୁ ସ୍ନାତକ ପାସ କରିଛନ୍ତି ବୋଲି ୨୦୧୪ରେ ସତ୍ୟପାଠ ଦାଖଲ କରିଥିଲେ ।
ତେବେ ଏହି କଲେଜ କେନ୍ଦ୍ର ସରକାରଙ୍କ ଦ୍ଵାରା କଳା ତାଲିକା ଅନ୍ତର୍ଭୁକ୍ତ ବୋଲି ନିଶିକାନ୍ତ କହିଥିଲେ । ଏହା ସହ ଅଣୁଭା ଯୁକ୍ତ୨ କେଉଁ କଲେଜରୁ ପାସ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିବାକୁ ନିଶିକାନ୍ତ ଦାବି କରିଥିଲେ । ତେଣୁ ଏହା ଉପରେ ଅନୁଭବ ଓ ରାଜ୍ୟ ସରକାର ମତ ରଖିବାକୁ ନିଶିକାନ୍ତ ଦାବି କରିଥିଲେ ।
ଆଜି ଯାଏଁ ନା ରାଜ୍ୟ ସରକାର କି ଅନୁଭବ କେହି ଏହା ଉପରେ ମତ ରଖି ନାହାନ୍ତି । ଅନୁଭବ ଏକ ପ୍ରେସ ମିଟିଂ ମାଧ୍ୟମରେ କହିଥିଲେ ଯେ ତାଙ୍କୁ ବଦନାମ କରିବା ପାଇଁ ଏପରି ଏକ ଆରୋପ ଲଗା ଯାଇଛି । କିନ୍ତୁ ସେ ସିଧା ସଳଖ ନିଶିକାନ୍ତଙ୍କ ପ୍ରଶ୍ନ ର ଉତ୍ତର ଦେଇ ନ ଥିଲେ । ଅନୁଭବଙ୍କ ବାପା ଏହି କଲେଜରେ ଅଧ୍ୟକ୍ଷ ମଧ୍ୟ ଥିଲେ ।
ତେବେ ଅନୁଭବ ବର୍ଷାଙ୍କ ବିରୋତୁଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା କେବଳ ବର୍ଷା ହିଁ କହି ପାରିବେ । ଯଦି କାଗଜପତ୍ର ଜାଲ ହୋଇଛି କିଏ ଓ କେଉଁଠି କରିଛି । ଏହି ଜାଲ କାଗଜପତ୍ର ବିଷୟରେ ଜାଣିବାକୁ ହେଲେ ସିଧା ସଳଖ ଆଙ୍ଗୁଳି ଉଠୁଛି ଅନୁଭବଙ୍କ ଘର ନନ୍ଦୀସାହି କୁ । ଏ ସମ୍ପର୍କରେ ଅନୁଭବ ଓ ତାଙ୍କ ପରିଆବରର କୌଣସି ପ୍ରତିକ୍ରିୟା ମିଳି ନାହି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।