ନମସ୍କାର ବନ୍ଧୁଗଣ । ଏସି ଅଫିସରେ ଅଫିସର । ବର୍ଷାରେ ଭିଜୁଛି ମା । ନ୍ୟାୟ ନ ମିଳିବାରୁ ୧୯ ରେ ଓଡିଶା ବନ୍ଦ ଡାକରା । ୧୨ ଦିନରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ । ନା ନ୍ୟାୟ ମିଳିଲା ନା ମିଳିଲା ସରକାରଙ୍କ ପ୍ରତିଶ୍ରୁତି । ଶେଷରେ ହତୋଶ୍ଚାହିତ ହୋଇ ଓଡିଶା ବନ୍ଦ ଡାକରା ଦେଲେ । ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କ ଆତ୍ମହତ୍ୟାର ନ୍ୟାୟ ଏବେ ପୁରା ଓଡିଶାରେ ବ୍ୟାପୀ ଗଲାଣି । କଲେଜ ଆଗରେ ଧାରଣା ଦେଇଥିବା ରୁଚିକାଙ୍କ ମା ଓ ଆନ୍ଦୋଳନକାରୀ ଙ୍କୁ ବଳ ଲଗାଇ ପୋଲିସ ଜବରଦସ୍ତି ଉଠାଇ ଦେବା ଆଉ ନ୍ୟାୟ ମାଗୁଥିବା ଜଣେ ଅସହାୟ ମା କୁ ଘୋଷାଡ଼ି ଘୋଷାଡ଼ି କିପରି ଅପଦସ୍ତ କରାଗଲା ପୁରା ଓଡିଶା ଦେଖିଲା ।
ଏହି ଘଟଣା ରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିବାକୁ ଜଣେ ମା ଙ୍କୁ ନ୍ୟାୟ ଦେବାକୁ ଓ ଓଡିଶାର ବିଭିନ୍ନ କଲେଜରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ନଜର ରେ ରଖି ଓଡିଶା ବଡ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଘଠନ । ଗତ ବୁଧବାର ଦିନ ଲୋୟର ପିଏମଜି ରେ ଆନ୍ଦୋଳନରତ ରୁଚିକା ଙ୍କ ମା ଙ୍କୁ ସମର୍ଥ ଦେବାକୁ ପହଞ୍ଚି ଥିଲେ ଚାଷୀ ନେତା ଅକ୍ଷୟ କୁମାର ।
ଏହି ସମୟରେ ଅକ୍ଷୟ କୁମାର ରୁଚିକାଙ୍କ ମା’ ର ଦୁଃଖ ଦେଖି ସହିପାରି ନ ଥିଲେ । ରୁଚିକାଙ୍କୁ ନ୍ୟାୟ ଦେବାକୁ ଆସନ୍ତା ୧୯ ତାରିଖରେ ଓଡିଶା ବନ୍ଦ ର ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରା ଙ୍କୁ ବିଭିନ୍ନ ଛାତ୍ରଛାତ୍ରୀ ସଂଘଠନ ମଧ୍ୟ ସମର୍ଥନ ଜଣାଇଛନ୍ତି । ଅକ୍ଷୟଙ୍କ ଘୋଷଣା ପରେ ଆନ୍ଦୋଳନ ରୁ ଓହରିଛନ୍ତି ରୁଚିକାଙ୍କ ମା’ । ଆସନ୍ତା ୧୯ ତାରିଖରେ ନ୍ୟାୟ ପାଇବା ଆଶାରେ ଦିନ କାଟୁଛନ୍ତି ।
ତେବେ ଅକ୍ଷୟ କୁମାର ରୁଚିକାଙ୍କ ମୃତ୍ୟୁ ମାମଲାକୁ ନେଇ କହିଛନ୍ତି କି ଓଡିଶାର ହୃଦୟକୁ ଦୋହଲାଇ ଦେଇଛି । ଆଉ ଏତେ ସମବେଦନସିଳତା ସରକାରଙ୍କର ଏ ଯାଏଁ ୧୧ ଦିନ ବୀତି ଯାଇଥିଲେ ମଧ୍ୟ କୌଣସି ତଦନ୍ତର ରେଜଲ୍ଟ ବାହାର ନ କରିପାରି ସରକାରଙ୍କ ତରଫରୁ ଡିସିପି ନିଜେ କହୁଛତି କି ରାଗିଙ୍ଗ ହୋଇ ନାହିଁ ।
ଉପନିର୍ମାଣ କାର୍ଯ୍ୟକାରୀ ଯେଉଁ ବୈଠକ ବସିଥିଲା ସେଥିରେ ଦୁଇ ଟି ମୁଖ୍ୟ ନିସ୍ପତି ନେଲା । ପ୍ରଥମ ନିସ୍ପତି ନେଲା ସରକାର ଏହି ଘଟଣା ରେ ଶୁଣୁ ନାହାନ୍ତି ସେଥିପାଇଁ ତାଙ୍କୁ ଜବାବ ଦେବା ପାଇଁ ଆସନ୍ତା ୧୯ ତାରିଖରେ ଓଡିଶା ବନ୍ଦ ଡାକରା ନବ ନିର୍ମାଣ କୃଷକ ସଂଘଠନ ନବ ନିର୍ମାଣ ଯୁବ ସଂଘଠନ ମିସିକି ଦେଉଛି ।
ଏଥିରେ ନିବେଦନ କରା ଯାଉଛି କି ଓଡିଶାର ଚାଷୀ ସଂଘଠନ ଓ ବୁଦ୍ଧିଜୀବୀ, ମହିଳା, ଯୁବକ, ଛାତ୍ର ଓ ସବୁ ରାଜନୈତିକ ପାର୍ଟି ଙ୍କୁ ଏହି ଆନ୍ଦୋଳନରେ ସାଥ ଦେବା ପାଇଁ । ଆଉ ରୁଚିକାଙ୍କୁ କିପରି ନ୍ୟାୟ ମିଳି ପାରିବ ସେଥିପାଇଁ ସହଯୋଗର ହାତ ବଢାଇବା ପାଇଁ ଅକ୍ଷୟ କୁମାର ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।