ଓଡିଶା ଛାତ୍ରଛାତ୍ରୀଙ୍କୁ ଝଟକା ଧୋକା ଦେଲା ଆନ୍ଧ୍ର B.Ed, ଜାଣନ୍ତୁ କ’ଣ ଆସିଲା ନୂଆ ନିୟମ

ନମସ୍କାର ବନ୍ଧୁଗଣ , କିଛି ନୂଆ ନିୟମ ଆଣିଛନ୍ତି ଆନ୍ଧ୍ର ସରକାର । ଆଉ ଯେଉଁ ନିୟମ ଶୁଣିଲା ପରେ ଓଡିଶାର ଛାତ୍ର ଛାତ୍ରୀ ଙ୍କ ମୁଣ୍ଡରେ ପଡିଛି ଚଡକ । କାରଣ ଓଡିଶାରେ ହଜାର ହଜାର ଛାତ୍ର ଛାତ୍ରୀ ଆନ୍ଧ୍ର ପ୍ରଦେଶର BED ରେ ନାମ ଲେଖାଉ ଥିବା ଦେଖା ଯାଉଛି । ଆନ୍ଧ୍ର BED ରେ ଆଡମିସନ କରିଥିବା ଅନେକ ଛାତ୍ର ଛାତ୍ରୀ ସେଠାରେ କେବଳ ପରୀକ୍ଷା ବେଳେ ସେଠାକୁ ଯାଇଥାନ୍ତି । କେବଳ ପରୀକ୍ଷା ଦେଇ ସାର୍ଟିଫିକେଟ ନେଇ ଥାନ୍ତି ଛାତ୍ର ଛାତ୍ରୀ ।

ନା ସେମାନଙ୍କୁ କ୍ଳାସ କରିବାକୁ ପଡେ ନା ସେମାନଙ୍କର କେହି ଉପସ୍ଥାନ ଚେକ କରନ୍ତି । ଆଉ ଯାହା ପାଇଁ ଅନେକ ଛାତ୍ର ଛାତ୍ରୀ ଆନ୍ଧ୍ର BED କୁ ଆପଣେଇଛନ୍ତି । ଆନ୍ଧ୍ର BED ସାର୍ଟିଫିକେଟ ରେ ଅନେକ ଘରୋଇ ଓ ସରକାରି ଶିକ୍ଷା ଅନୁଷ୍ଠାନରେ ଚାକିରି ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ଆନ୍ଧ୍ର ସରକାର ନେଇଥିବା ନିସ୍ପତି କୁ ନେଇ ଚିନ୍ତା ରେ ପଡି ଯାଇଛନ୍ତି ଛାତ୍ର ଛାତ୍ରୀ । ନିକଟରେ ଆନ୍ଧ୍ର ପ୍ରଦେଶର ସରକାର BED ନାମ ଲେଖା ଓ ଅଧ୍ୟୟନ କୁ ନେଇ ନୂଆ ନିୟମ ଜାରି କରିଛନ୍ତି ।

ଆନ୍ଧ୍ରା BED ରେ ନାମ ଲେଖାଇ ଥିବା ଛାତ୍ର ଛାତ୍ରୀ ମାନେ ଘରେ ବସି BED କରି ପାରିବେ ନାହି । ନାମ ଲେଖାଇ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ କ୍ଳାସ କରିବା ବାଧ୍ୟତାମୂଳକ ଅଟେ । ପିଲା ମାନଙ୍କର ଉପସ୍ଥାନ ଅତି କମ ରେ ୭୫ ପ୍ରତିଶତ ହେବା ଜରୁରୀ ଅଟେ । ତେବେ ଆନ୍ଧ୍ର ସରକାର ଙ୍କ ଏହି ନିସ୍ପତି ପରେ ଆନ୍ଧ୍ର BED ରେ ନାମ ଲେଖାଇ ଥିବା ବା ଭବିଷ୍ୟତ ରେ ନାମ ଲେଖାଇବାକୁ ଚିନ୍ତା କରିଥିବା ଛାତ୍ର ଛାତ୍ରୀ ଙ୍କ ମୁଣ୍ଡ ରେ ଏବେ ଚଡକ ପଡିଛି ।

ଓଡିଶାର ପିଲା ଙ୍କୁ ନେଇ ଆନ୍ଧ୍ର ର ବିଭିନ୍ନ ବିଶ୍ଵ ବିଦ୍ୟାଳୟରେ BED ରେ ଆଡମିସନ କରାଉ ଥିବା ସଂସ୍ଥା ଏବେ ବିକଳ୍ପ ଖୋଜୁଛନ୍ତି । ଆନ୍ଧ୍ର ସରକାର ଙ୍କ ନିର୍ଦ୍ଦେଶ ନାମା ପରେ ଓଡିଶା ର ପିଲା ମାନେ ଆନ୍ଧ୍ର BED ରେ ନ ଆମ ଲେଖା ଶାଖିନ ହୋଇ ଯାଇଛି । ପୂର୍ବରୁ ଛାତ୍ର ଛାତ୍ରୀ ମାନେ କେବଳ ପରୀକ୍ଷା ଦେବାକୁ ଆନ୍ଧ୍ର ଯାଉଥିବା ବେଳେ ଏବେ ବିନା ଉପସ୍ଥାନରେ କେମିତି ପରିକ୍ଷା  ଦେବେ ତାହା ଏବେ ଚିନ୍ତା ର ବିଷୟ ପାଲଟିଛି ।

ଏହାରି ମଧ୍ୟରେ ଓଡିଶାରେ ବିଭିନ୍ନ ମଧ୍ୟକାରୀ ସଂସ୍ଥା ଯାହା ଏବେ ଖୋଲିଛି ଏବେ ଅନ୍ୟ ବିଦ୍ୟାଳୟରେ ନାମ ଲେଖିବା ପାଇଁ ପ୍ରୟାସ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର BED କୁ ନେଇ ହୋଇଥିବା ନୂଆ ନିୟମ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *