ବାପା ମୁଁ ଯାଉଛି, ଇତି ତୁମର Puja… ନିଜ ଶେଷ ଚିଠିରେ ଯାହା ଲେଖି ଯାଇଛନ୍ତି ପୂଜା ଦେଖି ଆପଣଙ୍କ ଆଖିରେ ଲୁହ ରହିବନି, ଦେଖନ୍ତୁ Video

କ୍ଷମା କରିବ ବାପା… ମୋ ସହ ନାରାୟଣ ଗୌଡ ଯାହା କରିଛି ମୁଁ ଆଉ କୋଉ ମୁହଁ ନେଇ ବଞ୍ଚିବୀ ମୋତେ ଆଜି ବହୁତ ଖରାପ ଲାଗୁଛି, ମୁଁ ମୋ ନିଜକୁ ଧିକ କରୁଛି କାରଣ ତମେ ମୋ ପାଇଁ ଲଜ୍ଜିତ.. ଏଥିପାଇଁ ମୁଁ ଆଉ ବଞ୍ଚିବାକୁ ଚାହୁଁନି ମରିବାକୁ ଚାହେଁ । ଏତିକି ଲେଖି ଜୀବନ ହାରିଛନ୍ତି ୧୫ ବର୍ଷର ପୂଜା ଗୌଡ, ଯିଏ ଗାଁ ମାଟିରେ ବଢିଥିବା ଶାନ୍ତ ଶିଷ୍ଟ ଝିଅଟିଏ । କୁନି କୁନି ଦୁଇ ନିରୀହ ଆଖିରେ ଭବିଷ୍ୟତର ସୁନେଲି ସ୍ଵପ୍ନ ଦେଖୁଥିବା ବେଳେ ସିଏ କଣ ଜାଣିଥିଲା ଜୀବନର ଆରମ୍ଭ ନ ହେଉଣୁ ତା ଉପରକୁ ପାହାଡ ଭଳି ବିପଦ ମାଡି ଆସିବ ।

ଏହା ଖାଲି ପୂଜାଙ୍କ କାହାଣୀ ନୁହେଁ ବରଂ ଗାଁ ରେ ରହୁଥିବା ଅଧିକାଂଶ ଝିଅଙ୍କର କାହାଣୀ ହୋଇଗଲାଣି । କିଏ ମନ ଦୃଢ କରି ବଞ୍ଚି ଯାଉଛି ତ ଆଉ କିଏ ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଉଛି । କେହି କିଛି ବୁଝିବା ଆଗରୁ ସବୁ ଦିନ ପାଇଁ ଏ ଦୁନିଆ ଛାଡି ଚାଲି ଯାଇଛି ପୂଜା । ଝିଅକୁ ହରାଇ କେମିତି ପାଗଳ ଭଳି ହେଉଛି ଜନ୍ମଦାତା ମା । ବାହୁନି ବାହୁନି କାନ୍ଦି ଚେତାଶୂନ୍ୟ ହୋଇ ଯାଉଛି ମା ।

ଏହି ଘଟଣା ଦେଖିବାକୁ ମିଳିଛି ଭଞ୍ଜ ନଗର ବ୍ଲକ ଜୋରାମୁଣ୍ଡା ଗାଁ ରେ । ତେବେ ପୁରା ଘଟଣା ହେଉଛି ରାଜେନ୍ଦ୍ର ଗୌଡ ଙ୍କ ଝିଅ ପୂଜା ଗୌଡ କିଛି ଦିନ ପୂର୍ବେ ନଦୀକୁ ଗାଧୋଇ ଯାଉଥିବା ସମୟରେ ସେହି ଗାଁ ର ରମେଶ ଗୌଡ ଙ୍କ ପୁଅ ନାରାୟଣ ଗୌଡ ପୂଜାଙ୍କୁ ଏକୁଟିଆ ଦେଖି ତା ସହ ଜୋର ଜବରଦସ୍ତି କରିଥିଲା । ଏହା ସହ ନାରାୟଣ କିଛି ଅଶ୍ଳୀଳ ଫୋଟୋ ମଧ୍ୟ ଉଠାଇଥିଲା ପୂଜାଙ୍କର ।

ଯଦି ଏହି ବିଷୟରେ ପୂଜା କାହାକୁ କୁହନ୍ତି ତେବେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା ନାୟରଣ । ସେହି ଘଟଣା ବିଷୟରେ ପୂଜା କାହାକୁ ବି କହି ନ ଥିଲେ । ପରବର୍ତ୍ତୀ ସମୟରେ ପୂଜାର ଘର ଲୋକେ ଘଟଣାର ସତ୍ୟତା ଜାଣିବା ପରେ ନିଜ କୁଳ ସମାଜରେ ଏ ନେଇ ଆଲୋଚନା କରା ଯାଇଥିଲା ।

କିନ୍ତୁ ସମାଜର କିଛି ବୁଦ୍ଧିଜୀବୀ ମାନେ ପୁଅ ଓ ଝିଅର ବୟସ ନ ହୋଇଥିବା କାରଣରୁ ବିବାହ ପାଇଁ ଏକ ସମୟ ଧାର୍ଯ୍ୟ କରିଥିଲେ । ହଠାତ ରମେଶ ଗୌଡ ପୂଜା ଙ୍କ ଘରକୁ ଆସି ତାଙ୍କ ପୁଅ ନାରାୟାଣ ସହ ବିବାହ କରିବାକୁ ମନା କରି ଦେଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଅସନ୍ତୋଷ ଦେଖା ଯାଉଥିଲା ।

ଏହାର ପ୍ରତିଶୋଧ ନେବା ପାଇଁ ନାରାୟଣ ପୂଜା ର ସବୁ ଅଶ୍ଳୀଳ ଫୋଟୋ ଭାଇରାଲ କରି ଦେଇଥିଲା । ଶେଷରେ ଲୋକ ନିନ୍ଦା ଆଉ ଲୋକଙ୍କ ଅପମାନ ସାହି ନ ପରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ପୂଜା । ଏବେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଲାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *