ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ପ୍ରତେକ ଝିଅ ବା ପୁଅ ଜୀବନରେ ବାହା ହେବାକୁ ନେଇ ଅନେକ ଇଚ୍ଛା ଆଉ ଅଭିଳାସା ରହିଥାଏ । ବାହାଘର ପାଇଁ ଝିଅ ବା ପୁଅ ଘର ଲୋକେ ମଧ୍ୟ ଅନେକ ସ୍ଵପ୍ନ ଦେଖିଥାନ୍ତି ଆଉ ତାକୁ ସାରା କରିବାକୁ ପ୍ରାଣ ପ୍ରଣେ ଚେଷ୍ଟା ମଧ୍ୟ କରିଥାନ୍ତି । ତେବେ ପୁଅ ଭଲ ହୋଇଥିବା ଆଉ ଭଲ ରୋଜଗାର କରୁଥିବା ଦରକରା ଯାହା ସବୁ ଝିଅ ଓ ତା ପରିବାର ଲୋକେ ଇଚ୍ଛା କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବାହାଘର ପାଇଁ ବାହାରିଲା ବିଜ୍ଞାପନ ।
ଉପଯୁକ୍ତ ବର ଖୋଜିବା ପାଇଁ ଚାଲିଲା କସରତ । ଇଞ୍ଜିନିୟର ମାନେ କଲ ନ କରିବାକୁ ହେଲା ଅନୁରୋଧ ଏହି ବିଜ୍ଞାପନ ରେ । ସୋସିଆଲ ମିଡିଆରେ ଫୋଟୋ ହେଲା ଭାଇରାଲ । ସୂଚନା ଅନୁଯାୟୀ ବହଗହର ପାଇଁ ବ୍ୟସ୍ତ ହେଉଥିଲେ ଝିଅ ଘର ଲୋକେ । ବୟସ ବଢିବା କାରଣରୁ ଝିଅର ବାହାଘର ପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇ ସାରିଥିଲା । ଆଜିକାଲି ବାହାଘର ପାଇଁ ବିଜ୍ଞାପନ ଅନେକ ସ୍ଥାନରେ ଦିଆ ଯାଇଛି । ହେଲେ କେଉଁ ପରି ପିଲା ଝିଅ ଘର ଲୋକଙ୍କୁ ଦରକାର ତାହା ଉଲେଖ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି ଫୋଟୋ ।
ଝିଅ ଘର ପକ୍ଷ ରୁ ଦିଆ ଯାଇଥିବା ଏହି ବିଜ୍ଞାପନ ରେ କୁହା ଯାଇଛି ଯେ ସମସ୍ତେ ଅର୍ଥାତ ସବୁ ପୋଷ୍ଟ ରେ ଥିବା ପୁଅ ମାନେ ଫୋନ କରି ପାରିବେ କିନ୍ତୁ ସଫ୍ଟୱେୟାର ଇଞ୍ଜିନିୟର ମାନେ ନୁହେଁ । ତେବେ ଏପରି ବିଜ୍ଞାପନ ର କଟିଙ୍ଗ କୁ ବିଜନେସ ମ୍ୟାନ ସମୀର ଅରୋଡା ନିଜ ଟ୍ବିଟର ପେଜ ରେ ସେୟାର କରିଛନ୍ତି । ଏହା ସହ ଝିଆର ଭବିଷ୍ୟତ ଆଗକୁ ଉଜ୍ଵଳ ନୁହେଁ ବୋଲି ସେ ନିଜ ପୋଷ୍ଟ ରେ ଉଲେଖ କରିଛନ୍ତି । ଭାଇରାଲ ହେଉଥିବା ବାହଗହର ବିଜ୍ଞାପନ ରେ ଜଣେ ୨୪ ବର୍ଷୀୟ ଯୁବତୀ ଯିଏ କି ଏମବିଏ ପଢିଛନ୍ତି ।
ଝିଅ ଏମବିଏ ପଢିଥିବା ବେଳେ ବର୍ଣ୍ଣ ଗୋରା ହୋଇ ଥିବାରୁ ସୁନ୍ଦର ବର ଖୋଜ ଯାଇଥିଲା ଜଣା ପଡିଛି । ଝିଅର ଘର ଲୋକେ ବ୍ୟବସାୟ କରନ୍ତି ଓ ସେମାନେ ଖୁବ ଧନୀ ମଧ୍ୟ ଅଟନ୍ତି । ସେମାନେ ନିଜ ଝିଅ ପାଇଁ ବର ପାତ୍ର ଆଇଏସ, ଆଇପିଏସ, ଡାକ୍ତର କିମ୍ବା ଶିଲ୍ପପତି ବ୍ୟବସାୟୀ ହୋଇଥିବା ଦରକାର ବୋଲି କହିଛନ୍ତି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଭାଇରାଲ ହୋଇଥିବା ଏହି ଫୋଟୋ ରେ ଅନେକ ପ୍ରକାରର କମେଣ୍ଟ ମଧ୍ୟ ଦେଇଛନ୍ତି ୟୁଜର୍ସ ।
କିଏ ଏହାକୁ ଗ୍ରହଣ କରୁଥିବା ବେଳେ ଆଉ କିଏ ଏହାକୁ ଟ୍ରୋଲ କରୁଛି । ତେବେ ଭାଇରାଲ ହୋଇଥିବା ଏହି ବିଜ୍ଞାପନ କୁ ନେଇ ସବୁ ଆଡେ ଚର୍ଚ୍ଚା ଚାଲିଛି । ତେବେ ଏହି ଭାଇରାଲ ହୋଇଥିବା ବିଜ୍ଞାପନ କୁ ଦେଖିବା ପରେ ସମସ୍ତଙ୍କ ମନରେ କେବଳ ଗୋଟେ ପ୍ରଶ୍ନ କି ଇଞ୍ଜିନିୟର ପାତ୍ର କଣ ପାଇଁ ଯୋଗ୍ୟ ନୁହେଁ ? ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।