ବାହାଘର ପରେ ଓଡିଶାରେ ରିସେପ୍ଶନ ପାର୍ଟି ଦେଲେ “ସବ୍ୟସଚୀ” ଏବଂ “ଅର୍ଚ୍ଚିତା”

ବନ୍ଧୁଗଣ, ଓଡିଆ ଫିଲ୍ମ ଦୁନିଆ କଥା କିଏବା ନ ଜାଣେ । ଓଡିଆ ଅଭିନେତା କିମ୍ବା ଅଭିନେତ୍ରୀ ନିଜର ଉନ୍ନତ ମାନର ଅଭିନୟର ପ୍ରଦର୍ଶଣ ଦେଇ ସମସ୍ତ ଦର୍ଶକ ମାନଙ୍କ ହୃଦୟରେ ରହି ପାରିଛନ୍ତି । ବନ୍ଧୁଗଣ ନିକଟରେ ସବ୍ୟସଚୀ ଏବଂ ଅର୍ଚ୍ଚିତା ଙ୍କ ବିବାହ ସଂପୂର୍ଣ୍ଣ ହୋଇଛି । ଦୁହିଜଣ ନୂତନ କରି ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ । କ୍ରମଶ ” ମୁଁ ସପନର ସୌଦାଗର ” ଚଳଚ୍ଚିତ୍ରରୁ ଦୁହି ଜଣଙ୍କ ମଧ୍ୟରେ ବନ୍ଧୁତା ହେଲା ଏହା ପରେ ଦୁହି ଜଣ ଦୁହି ଜଣଙ୍କୁ ଭଲ ପାଇ ବଶିଲେ । ଧୀରେ ଧୀରେ ସମ୍ପର୍କ ନିବିଡ ହେଲା ଏବଂ ଦୁହିଜଣ ବିବାହ କରିବା ପାଇଁ ନିସ୍ପତି ନେଲେ ।

ଉଭୟ ୨୦୨୦ ରେ ବିବାହ କରିଥାନ୍ତେ ମାତ୍ର ମହାମାରୀ ଯୋଗୁଁ ଦୁହି ଜଣଙ୍କର ବିବାହ ହୋଇ ପାରିଲା ନାହିଁ । ଏହି ବର୍ଷ ୨୦୨୧ ରେ ସ୍ଥିତି ଟିକେ ସୁଧୁରିବାରୁ ଉଭୟ ରାଜସ୍ଥାନର ଏକ ବିଶାଳ ପ୍ୟାଲେସ ରେ ବିବାହ କରିଛନ୍ତି । ବିବାହ ଟି ରାଜସ୍ଥାନରେ ହୋଇଥିବାରୁ ସେଠାକୁ ଓଡିଶାରେ ରହୁଥିବା ବନ୍ଧୁବାନ୍ଧବ ତଥା ସାଙ୍ଗ ସାଥି ଏବଂ ଓଡିଆ ଫିଲ୍ମ ଜଗତର ନାମିଦାମି କଳାକାର ଯୋଗଦାନ କରି ପାରିନଥିଲେ । କରୋନା ପାଇଁ ସରକାର ନିୟମ ଗୁଡିକ କଡାକଡି କରିବା ଫଳରେ ତାଙ୍କ ବିବାହରେ ବିଶେଷ କେହି ଯୋଗଦାନ କରି ପାରିନଥିଲେ । ରାଜସ୍ଥାନରେ ବିବାହ ବହୁତ ଧୁମଧାମ ରେ ହେଲା ।

ଉଭୟ ବିବାହ ପରେ ଓଡିଶା କୁ ଫେରିଲେ, ସେମାନେ ଓଡିଶାରେ ପହଞ୍ଚିବା ପରେ ମିଡିଆ ଭାଇ ମାନଙ୍କୁ କହିଲେ ଯେ, ମହାମାରୀ କାରଣରୁ ନିୟମ କଡାକଡି ହେବା କାରଣରୁ ଆମେ ବିଶେଷ କାହାକୁ ବିବାହରେ ନିମନ୍ତ୍ରଣ କରିପାରିଲୁ ନାହିଁ । ଏଥିପାଇଁ ଆମେ ଦୁଖିତ ମାତ୍ର ବର୍ତ୍ତମାନ ଆମେ ଓଡିଶାରେ ଗୋଟିଏ ପାର୍ଟି ଦେବୁ ବୋଲି ଚିନ୍ତା କରିଛୁ । ବନ୍ଧୁଗଣ ସବ୍ୟସଚୀ ଜଣେ ଅଭିନେତା ହେବା ସହିତ ସେ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । ସେ ସମାଜରେ ବହୁତ ଦୁଖୀ ଲୋକଙ୍କୁ ମହାମାରୀ ସମୟରେ ସାହାଜ୍ଯ କରିଛନ୍ତି ।

କୋରନା ସମୟରେ ଯେଉଁ ମାନେ ଓଡିଶା ବାହାରେ ଥିଲେ, ସେମାନଙ୍କୁ ସେ ଓଡ଼ିଶାକୁ ଆଣିଲେ, ଆହୁରି ମଧ୍ୟ ମହତ କାର୍ଯ୍ୟ ମାନ ସେ କରିଛନ୍ତି । ଅନାଥ ପିଲା ମାନଙ୍କୁ ସହାୟ ହେବା ସହିତ ସେମାନଙ୍କ ଭଲ ମନ୍ଦ କଥା ମଧ୍ୟ ପଚାରି ବୁଝିଛନ୍ତି । ବନ୍ଧୁଗଣ ସବ୍ୟସଚିଙ୍କ ଏହି ମହତ କାର୍ଯ୍ୟରେ ବର୍ତ୍ତମାନ ଅର୍ଚ୍ଚିତା ମଧ୍ୟ ସାଥ ଦେବେ ବୋଲି କହିଛନ୍ତି । ବନ୍ଧୁଗଣ ଅର୍ଚ୍ଚିତା ଏବଂ ସବ୍ୟସଚୀ ଓଡିଶା ଫେରିବା ପରେ ଗତକାଲି ତାଙ୍କ ବାହାଘରର ରିଷେପ୍ସୋନ ପାର୍ଟି ଦେଇଛନ୍ତି । ଏଥିରେ ବହୁତ ବଡ ବଡ କଳାକାର ଯୋଗ ଦେଇଥିଲେ । ବନ୍ଧୁଗଣ କହିବାକୁ ଗଲେ ପ୍ରାଏ ସମସ୍ତ କଳାକାର ଏହି ପାର୍ଟିରେ ଯୋଗଦାନ ଦେଇ ନବଦମ୍ପତି କୁ ଶୁଭେଚ୍ଛା ଜଣାଇଥିଲେ । ଅଭିନେତ୍ରୀ ଜିନା ମଧ୍ୟ ତାଙ୍କ ସ୍ଵାମୀ ଙ୍କ ସହିତ ପାର୍ଟିକୁ ଯାଇଥିଲେ ।

ଉଭୟଙ୍କ ପରିବାର ବର୍ଗ ଏବଂ ସମସ୍ତ ସାଙ୍ଗ ସାଥି ସମେତ ବନ୍ଧୁବାନ୍ଧବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଉଭୟ ନିଜ ବୈବାହିକ ଜୀବନ କୁ ନେଇ ବହୁତ ଖୁସି ଅଛନ୍ତି । ସତରେ ମନଲାଖି ଜୀବନ ସାଥି ଟି ମିଳିଗଲେ କିଏବା ଖୁସି ନହେବ । ଦର୍ଶକ ବନ୍ଧୁ ଆମ୍ଭମାନଙ୍କ ଶୁଭେଛା ମଧ୍ୟ ସର୍ବଦା ଉଭୟଙ୍କ ପାଖରେ ରହିଅଛି । ଉଭୟ ଙ୍କ ଆଗାମୀ ବୈବାହିକ ଜୀବନ ଆନନ୍ଦମୟ ଏବଂ ଶାନ୍ତିମୟ ହେଉ । ଏହା ସହିତ ଦୁହିଜଣ ନିଜ କାରିୟରରେ ବହୁତ ଆଗକୁ ଯାଆନ୍ତୁ ବୋଲି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଆମ୍ଭର ପ୍ରାର୍ଥନା । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *