ବାହାଘର ଏକ ଏମିତି ସମ୍ପର୍କ ଅଟେ ଯାହାକି ବିଶ୍ଵାସ ଉପରେ ଗଢିଥାଏ । ସ୍ଵାମୀ ସ୍ତ୍ରୀ ପରସ୍ପର ଉପରେ ବିଶ୍ଵାସ ରଖିଲେ ହିଁ ଏହି ସମ୍ପର୍କ ଆଗକୁ ବଢିଥାଏ । କିନ୍ତୁ ଯଦି କେହି ବି ଏହି ବିଶ୍ଵାସ ଭାଙ୍ଗିଦିଏ ତେବେ ସେହି ସମ୍ପର୍କ ଭାଙ୍ଗିବାକୁ ଅଧିକ ସମୟ ଲାଗି ନ ଥାଏ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ବାହାଘର ସିଜିନ ଚାଲିଛି ।
ଆପଣଙ୍କୁ ସବୁଦିନ କୌଣସି ନା କୌଣସି ଜାଗାରେ ବାହାଘର ଦେଖିବାକୁ ମିଳିଯିବ । କିନ୍ତୁ ଗୋପାଲଗଂଜର ବରୌଲୀରେ ଗୋଟିଏ ଅଜବ ମାମଲା ଦେଖିବାକୁ ମିଳିଛି । ଏଠି ଏକ ବାହାଘରରେ ଯେତେବେଳେ ବର ବିବାହ ପାଇଁ ମଣ୍ଡପରେ ପହଞ୍ଚିଲା ତେବେ ସେ ମଣ୍ଡପରେ କନ୍ୟାକୁ ଦେଖି କିଛି କହିବାକୁ ଲାଗିଲା । ଯାହାକୁ ଶୁଣିବା ପରେ ଧୀରେ ଧୀରେ ସବୁ ବରଯାତ୍ରୀ ଫେରାର ହୋଇଗଲେ ।
ବରର ସତ କହିବା ଏତେ ମହଙ୍ଗା ପଡିଲା କି ବରର ପରିଜନକୁ କନ୍ୟା ପକ୍ଷ ଲୋକମାନେ ବନ୍ଧକ କରି ଦେଲେ । ମଣ୍ଡପରେ ବର କହିଲା କି ସେ ପୂର୍ବରୁ ହିଁ ବିବାହିତ ଅଛି ଓ ତାର ଘର ଲୋକମାନେ ତାର ଜବରଦସ୍ତି ବାହାଘର କରୁଛନ୍ତି । କନ୍ୟାର ସମ୍ପର୍କୀୟମାନେ ବର ଓ ତାର ପିତାକୁ ଗୋଟିଏ ଘରେ ବନ୍ଦ କରି ଦେଲେ ।
ଏହା ମଧ୍ୟରେ କିଛି ବରଯାତ୍ରୀ ଓ ବ୍ୟାଣ୍ଡବାଜା ବାଲା ଫେରାର ବି ହୋଇଗଲେ । କିନ୍ତୁ ଝିଅ ଘର ଓ ଗ୍ରାମବାସୀମାନେ କିଛି ବରଯାତ୍ରୀକୁ ଧରି ନେଲେ ଓ ତାଙ୍କୁ ବନ୍ଧକ କରି ରଖିଲେ । ସୁଚାନା ଅନୁସାରେ ସରେଯାଂ ନରେନ୍ଦ୍ର ନାମକ ଏକ ଗାଁରେ ସିବାନ ଜିଲ୍ଲାର ଗୋରେୟାକୋଠୀ ଥାନା କ୍ଷେତ୍ରର ଦୁଧଡ଼ା ଗାଁରେ ବରଯାତ୍ରୀ ଆସିଥିଲା ।
ବହୁତ ଦିନ ହେବ ଦୁଇ ପକ୍ଷ ବିବାହର ପ୍ରସ୍ତୁତି କରୁଥିଲେ । ଦୁଧଡ଼ା ଗାଁର ଭୋଳା ସାହ ବି ନିଜ ପୁଅ ବିନୋଧ ଗୁପ୍ତାର ବରଯାତ୍ରୀରେ କୌଣସି ବି ପ୍ରକାରର ଅଭାବ ରଖିଲେ ନାହିଁ । କିନ୍ତୁ ବରଯାତ୍ରୀ ଆସିବା ପହଞ୍ଚିବା ପରେ ବିବାହ ପାଇଁ ଯେତେବେଳେ ବିନୋଦ ଅର୍ଥାତ ବରକୁ ମଣ୍ଡପକୁ ଡକା ଗଲା ତେବେ ପଣ୍ଡିତ ଝିଅକୁ ବି ଡାକିଲେ ।
ଏହା ପରେ ବାହାଘର ନୀତି ନିୟମ ଆରମ୍ଭ କରିଛନ୍ତି କି ବିନୋଦ ସାହସ ଦେଖାଇ ସତ କହିବା ଆରମ୍ଭ କରିଦେଲା । ସେ କହିଲା କି ସେ ପୂର୍ବରୁ ହିଁ ବିବାହିତ ଓ ତାର ଘର ଲୋକମାନେ ତାର ଜବରଦସ୍ତି ବିବାହ କରୁଛନ୍ତି । ସକାଳେ ହେଉ ହେଉ ଏହି ଘଟଣା ପୁରା ଗାଁରେ ବ୍ୟାପି ଗଲା ।
ସକାଳେ ପଞ୍ଚୟାତ ବସିଲା ଓ ସେମାନେ ଏହି ମାମଲାକୁ ସମ୍ଭାଳିଲେ । ପଞ୍ଚାୟତରେ ନିଷ୍ପତି ନିଆଗଲା ଓ ବର ପକ୍ଷ ଉପରେ ୭.୭୫ ଲକ୍ଷ ଆର୍ଥିକ ଦଣ୍ଡ ଲଗା ଗଲା । ବର ପକ୍ଷ ବି ଏହାକୁ ସ୍ଵୀକାର କରିଲେ ତେବେ ଯାଇ ଏହି ମାମଲା ଶାନ୍ତ ହେଲା । ଦୁଇ ଜଣ ପରସ୍ପରକୁ ଦେଇଥିବା ଉପହାର ବି ଫେରାଇ ଦେଲେ ।