ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଭାବନ୍ତୁ କିଛି ବର୍ଷ ପୂର୍ବେ କେବଳ ୮୦୦୦ ଟଙ୍କା ରେ ମଧ୍ୟ ଗୋଟିଏ ମାସ ଅତି ସୁଖ ରେ ବିତେଇ ହେଉଥିଲା । କିନ୍ତୁ ଆଜି ସେହି ୮୦୦୦ ଟଙ୍କା ର ବର୍ତ୍ତମାନ କୌଣସି ଭଲ୍ୟୁ ନାହିଁ । ଏମିତି ଏକ ଚୋର ଅଛି ଯିଏ ଆପଣଂକୁ ପ୍ରତିଦିନ ଲୁଟି ଚାଲିଛି । ସେହି ଚୋର ହେଉଛି ମୂଲ୍ୟ ବୃଦ୍ଧି । ବର୍ତ୍ତମାନ ସମୟ ରେ ଟଙ୍କା ର ମୂଲ୍ୟ ସମୟ ସହିତ କମ ହୋଇ ହୋଇ ଚାଲିଛି । ଯଦି ଆପଣଙ୍କ ପାଖରେ ୧୦୦୦୦୦ ଟଙ୍କା ରହିଛି ତେବେ ଆପଣ ନିଜକୁ ବହୁତ ଧନୀ ମନେକରୁଛନ୍ତି ।
କିନ୍ତୁ ଏହା ମନେ ରଖନ୍ତୁ ଆପଣ ଯେଉଁ ଟଙ୍କା ସବୁ ସାଇତି କରି ରଖିଛନ୍ତି ଆଉ କିଛି ବର୍ଷ ପରେ ଏହାର ମଧ୍ୟ ମୂଲ୍ୟ ବହୁତ କମିଯିବ । ଆପଣ ଯେଉଁ ୧୦୦୦୦୦ ଟଙ୍କା ରଖିଛନ୍ତି ତାହାର ମୂଲ୍ୟ ଆଉ କିଛି ଦିନ ପରେ କେବଳ ୬୦୦୦୦ ଟଙ୍କା ହୋଇଯିବ । ଏହାକୁ ଦୁଇଟି ଦୃଷ୍ଟି ରେ ଦେଖା ଯାଇ ପାରିବ । ହୁଏ ତ ଆପଣଙ୍କ ପଇସା ର ମୂଲ୍ୟ କମି କିମି ଯାଉଛି କିମ୍ବା ଜିନିଷ ର ମୂଲ୍ୟ ବଢି ବଢି ଯାଉଛି । ସେ ଯାହା ବି ହେଉ କିନ୍ତୁ କ୍ଷତି ଆପଣଙ୍କ ର ହିଁ ହେଉଛି ।
ଏହା ବ୍ୟତୀତ ଆଉ କିଛି ଜିନିଷ ମଧ୍ୟ ରହିଛି ଯାହା ଆପଣଂକୁ ଲୁଟି ଚାଲିଥାଏ । ତାହା ହେଉଛି ଆପଣଙ୍କ ର ଆୟ ର ପନ୍ଥା । ଦୁନିଆ ରେ ଦୁଇ ପ୍ରକାର ଆୟ ର ଉତ୍ସ ରହିଥାଏ । ଗୋଟିଏ ହେଉଛି ଆକ୍ଟିଭ ଇନକମ ଓ ପାସିଭ ଇନକମ । ଆକ୍ଟିଭ ଇନକମ ର ଅର୍ଥ ହେଉଛି ଆପଣ ଯେଉଁଦିନ କାମ କରିବେ ସେହି ଦିନ ହିଁ ପଇସା ପାଇବେ । କିନ୍ତୁ ଆପଣ ଯେଉଁଦିନ ରୋଗ ଗ୍ରସ୍ତ ହୋଇଯିବେ ବା ଯେଉଁଦିନ କାମ କରିବେ ନାହିଁ ସେଦିନ ଆଉ ଟଙ୍କା ପାଇ ପାରିବେ ନାହିଁ ।
ଏହା ପରେ ଆପଣ ଆପଣଙ୍କ ସାଇତି ରଖିଥିବା ଟଙ୍କା କୁ ବ୍ୟବହାର କରିବେ । କିନ୍ତୁ ଆମେ ଆପଣଂକୁ ଯେପରି କହିଥିଲୁ କି ଟଙ୍କା ର ମୂଲ୍ୟ ଦିନ କୁ ଦିନ କମି କମି ଚାଲିଛି ଠିକ ସେହି ପରି ଭାବରେ ଆପଣ ଯେଉଁ ଟଙ୍କା କୁ ସାଇତି କରି ରଖିଛନ୍ତି ତାହାର ମଧ୍ୟ କୌଣସି ମୂଲ୍ୟ ରହିବ ନାହିଁ । ଆଉ ଗୋଟିଏ ହେଉଛି ପାସିଭ ଇନକମ । ଏହି ଆୟ ଜରିଆ ରେ ଆପଣ ଯେଉଁଦିନ କାମ କରିଥାନ୍ତି ସେହି ଦିନ ଆପଣଂକୁ ଟଙ୍କା ମିଳିଥାଏ । କିନ୍ତୁ ଆପଣ ଯେଉଁଦିନ କୌଣସି କାର୍ଯ୍ୟ କରି ନ ଥାନ୍ତି ସେଦିନ ମଧ୍ୟ ଆପଣଙ୍କୁ ଟଙ୍କା ମିଳିଥାଏ ଓ ଏହି ଟଙ୍କା ର ମୂଲ୍ୟ ଦିନ କୁ ଦିନ ବଢି ବଢି ଚାଲିଥାଏ ।
ପାସିଭ ଇନକମ ଵିଷୟ ରେ ଆମେ ଆପଣଂକୁ ଏକ ଛୋଟ ଉଦାହରଣ ଦେଉଛୁ । ମନେକରନ୍ତୁ ଆପଣଙ୍କ ପାଖରେ ୬୦ଲକ୍ଷ ଟଙ୍କା ଅଛି । ଆପଣ ସେଥିରୁ ୫୦ଲକ୍ଷ ଟଙ୍କା ରେ ଏକ ଘର କିଣିଲେ ଓ ବାକି ୧୦ ଲକ୍ଷ ଟଙ୍କାରେ ଆପଣ ଏକ ଗାଡି କିଣିଲେ । ବର୍ତ୍ତମାନ ଆପଣଙ୍କ ପାଖରେ ଆଉ କିଛି ଟଙ୍କା ରହିବ ନାହିଁ । ଆପଣ ଯେଉଁସବୁ ଜିନିସ କିଣିଥିବେ ସେଥିରୁ ମଧ୍ୟ ଆପଣଂକୁ କୌଣସି ପ୍ରକାର ର ଲାଭ ମିଳିବ ନାହିଁ । କିନ୍ତୁ ଯଦି ଆପଣ ସେହି ୬୦ ଲକ୍ଷ ଟଙ୍କା ରୁ ୩୦ ଲକ୍ଷ ଟଙ୍କା ର ଗୋଟିଏ ଘର କିଣିବେ ।
ଓ ତାହା ସହିତ ଆଉ ୨୦ଲକ୍ଷ ଟଙ୍କା ର ଏକ ଛୋଟ ଘର କିଣି ତାହାକୁ ଭଡା ରେ ଲଗାଇବେ ତେବେ ଆପଣ ଆପଣଙ୍କ ପଇସା ଫେରି ପାଇବେ । ଏହା ସହିତ ଆଉ ବାକି ୧୦ ଲକ୍ଷ ଟଙ୍କା କୁ ଏପରି କ୍ଷେତ୍ର ରେ ନିବେଶ କରନ୍ତୁ ଯେଉଁଥିରୁ ଆପଣଂକୁ ଭଲ ଟଙ୍କା ମିଳିପାରିବ । ଏପରି କରିବା ଦ୍ୱାରା ଆପଣଂକୁ କେବେ ମଧ୍ୟ ଅର୍ଥ ର ସମସ୍ୟା ରହିବ ନାହିଁ । ସବୁଦୃଷ୍ଟି ରୁ ଦେଖିବାକୁ ଗଲେ ପାସିଭ ଇନକମ ହିଁ ବହୁତ ଭଲ ଅଟେ । ତେଣୁ ଆପଣ ହିଁ ସ୍ଥିର କରନ୍ତୁ କି ଆପଣଂକୁ କେଉଁ ପ୍ରକାର ଆୟ ପସନ୍ଦ ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।