ଜଣେ ସାଧାରଣ ଲୋକ ଅର୍ଥାତ ୧୨ ରୁ ୧୪ ବର୍ଷ ଉର୍ଦ୍ଧ ଯୁବକ ଓ ଯୁବତୀମାନେ ପ୍ରାପ୍ତ ବୟସର ହୋଇ ଯାଆନ୍ତି । ସେମାନଙ୍କ ପରିସ୍ରା ଥଳିର କାପାସିଟି ୩୦୦ ରୁ ୪୦୦ ଏମଏଲ ଥାଏ । ଅର୍ଥାତ ଯେତେବେଳେ ଆମେ ଥରେ ପରିସ୍ରା କରିବାକୁ ଯାଉ ଏହାର ଅର୍ଥ ଆମେ ୩୦୦ ରୁ ୪୦୦ ଏମଏଲ ପରିସ୍ରା କରିଥାଉ । ଏହା ଛଡା ପରିସ୍ରା ଆପଣଙ୍କର ପାଣି ପିଇବା ଓ ପରିସ୍ରା ଯିବା ଉପରେ ନିର୍ଭର କରିଥାଏ । ଯଦି ଖରାଦିନ କଥା କହିବା ତେବେ ଖରା ଦିନେ ଅଧିକ ଝାଳ ବାହାରେ ଏମିତିରେ ଆମ ଶରୀରର ପାଣି ଅଂସ ଅଳ୍ପ ହୋଇଥାଏ ।
ବର୍ଷା ସମୟରେ ଅଧିକ ଆଦ୍ରତା ରହିଥାଏ ସେଥିପାଇଁ ସେହି ସମୟରେ ଆପଣ ଶରୀରରୁ ପାଣିର ମାତ୍ରା ଯେତିକି ପରିମାଣରେ କ୍ଷୟ ହୁଏ ତାହା ଖରା ଦିନ ଅପେକ୍ଷା କମ ହୋଇଥାଏ ।
ଆମେ ଯେତିକି ପାଣି ପିଇ ଥାଉ ତାହାର ୫୦୦ ଏମଏଲ ଶରୀର ଆମର ରକ୍ଷଣା ବେକ୍ଷଣ ପାଇଁ ବ୍ୟବହାର କରିଥାଏ । ଯଦି ଆପଣ ୨.୫ ଲିଟର ପାଣି ପିଉଛନ୍ତି ତେବେ ୫୦୦ ଲିଟର ଶରୀରରେ ରହି ୨ ଲିଟର ଆପଣ ନିଶ୍ଚିତ ରୂପରେ ପରିସ୍ରା କରିବେ ।
ଯଦି ଆପଣ ଥରେ ୩୦୦ ରୁ ୩୫୦ ଏମଏଲ ପରିସ୍ରା କରୁଛନ୍ତି ଓ ଆପଣ ମୋଟ ୨.୫ ଲିଟର ପାଣି ପିଉଛନ୍ତି ତେବେ ୬ ରୁ ୭ ଥର ପରିସ୍ରା ନିଶ୍ଚିତ ରୂପରେ ଯିବେ । ଏହାର ଅର୍ଥ ଆପଣ ଦିନରେ ୪ ରୁ ୫ ଥର ପରିସ୍ରା ଯାଆନ୍ତି ଓ ରାତିରେ ୨ ରୁ ୩ ଥର ।
ଏହା ଏକ ସାଧାରଣ ବ୍ୟକ୍ତି ମଧ୍ୟରେ ନଜର ଆସିଥାଏ । କିନ୍ତୁ କେତେକ କ୍ଷେତ୍ରରେ ଯଦି ଜଣେ ବ୍ୟକ୍ତି ୩୦୦ ରୁ ୩୫୦ ଏମଏଲ ପରିସ୍ରା କରିଲେ ନାହିଁ ଓ ସେ ୧୦୦ ଏମଏଲ ପରିସ୍ରା କରିଲେ ତେବେ ଏହାର ଅର୍ଥ ତାଙ୍କୁ ଡାଏବେଟିସ ଥାଇ ପାରେ । କାରଣ ଡାଏବେଟିସର ଏକ ଲକ୍ଷଣ ହେଉଛି ଆପଣଙ୍କୁ ବାରମ୍ବାର ଶୋଷ ଲାଗିବ ଓ ଅଧିକ ପାଣି ପିଇବେ ଓ ଅଧିକା ପରିସ୍ରା ଯିବେ । ଜଣେ ସାଧାରଣ ଲୋକ ୨ ରୁ ୨.୫ ଲିଟର ପାଣି ପିଉଛି ତେବେ ୫ ରୁ ୬ ଥର କିମ୍ବା ୬ ରୁ ୭ ଥର ପରିସ୍ରା ଯିବା ଠିକ ଅଟେ ।
କିନ୍ତୁ ଯଦି ବାରମ୍ବାର ପରିସ୍ରା ଲାଗୁଛି ଓ ଏହା ଆପଣଙ୍କ କାମରେ ବାଧା ଅଣୁଛି ତେବେ ଆପଣ ଡାକ୍ତରଙ୍କ ଚେକଅପ କରାନ୍ତୁ । ପରିସ୍ରା କାରଣରୁ ଆପଣଙ୍କ ଦୈନଦିନ ଜୀବନଶୈଳୀରେ ଅସୁବିଧା ହେଉଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଏହାର ଚିକିତ୍ସା ଅଛି ଓ ବହୁତ ଭଲ ଚିକିତ୍ସା ମଧ୍ୟ ଅଛି । ଯାହା ମାଧ୍ୟମରେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ।