ବର ସାମ୍ନାରେ ପ୍ରେମିକ କନ୍ୟାର ମୁଣ୍ଡରେ ଦେଲା ସିନ୍ଦୁର, Video ଭାଇରାଲ

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ କିଛି ଦିନ ତଳେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟି ଯାଇଛି । ଗୋରଖପୁରର ହରପୁର ବୁଦହର ଥାନା କ୍ଷେତ୍ରର ଗୋଟିଏ ଗାଁରେ ବାହାଘର ଚାଲୁ ଥିଲା । କିନ୍ତୁ ବରମାଳା ସମୟରେ ବରଯାତ୍ରୀ ଓ କନ୍ୟା ଯାତ୍ରୀ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ସ୍ଟେଜ ଉପରେ ପ୍ରେମୀ କନ୍ୟାର ମୁଣ୍ଡରେ ସିନ୍ଦୁର ଭରି ଦେଲା ଓ କନ୍ୟାକୁ ପ୍ରେମିକ ଏହି ସମୟରେ ବହୁତ କିଛି କହୁଥିବାର ଜଣା ପଡୁଥିଲା । ଏହା ପରେ କନ୍ୟା ସଙ୍ଗେ ସଙ୍ଗେ ପ୍ରେମିକକୁ ଧକା ମାରି ଦେଲା ।

ସ୍ଥିତି ଖରାପ ହେଉଥିବାର ଦେଖି ଝିଅର ପରିଜନମାନେ ପୋଲିସକୁ ଡାକି ପ୍ରେମୀକୁ ପୋଲିସ ହାତରେ ଦେଇ ଦେଲେ । ପୋଲିସ ବହୁତ ରାତି ପର୍ଯ୍ୟନ୍ତ ରହି ପଞ୍ଚାୟତ ବସାଇ ଗ୍ରାମର ମୁଖିଆ ଓ ଦୁଇ ଜଣ ପକ୍ଷକୁ ବସାଇ ମାମଲାର ସମଧାନ କରିଲେ ।

ଶେଷରେ ଗୁରୁବାର ଦିନ କନ୍ୟା ଓ ବର ବିଦାୟ ନେଲେ । କିନ୍ତୁ ଏହି ପୁରା ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସୂଚନା ଅନୁସାରେ ପୁଅ ଓ ଝିଅର ପ୍ରେମ ସମ୍ବନ୍ଧ ଥିଲା । କିନ୍ତୁ କିଛି ମାସ ପୂର୍ବେ ହିଁ ଯୁବକ ଟଙ୍କା ରୋଜଗାର କରିବା ପାଇଁ ବାହାରକୁ ଚାଲି ଯାଇ ଥିଲା । ଏହା ମଧ୍ୟରେ ଝିଅ ଘର ଲୋକମାନେ ଝିଅର ବିବାହ ଠିକ କରି ଦେଲେ ।

ଯୁବକକୁ ଯେତେବେଳେ ପ୍ରେମିକାର ବିବାହ ବିଷୟରେ ଜଣା ପଡିଲା ତ ସେ ବାହାଘରର ଦୁଇ ଦିନ ପୂର୍ବେ ହିଁ ଗାଁକୁ ଫେରି ଆସିଥିଲା । କିନ୍ତୁ ଝିଅକୁ ଉଚିତ ଶିକ୍ଷା ଦେବା ପାଇଁ ସେ ୧ ଡିସେମ୍ବର ଦିନ ଝିଅର ବାହାଘର ସମୟରେ ଏହିଭଳି କାମ କରିଲା ।

ଯେତେବେଳେ ପ୍ରେମିକ ବିବାହ ସ୍ଥାନକୁ ପହଞ୍ଚିଲା ତେବେ ଜୟମାଳାର ପାଇଁ ପ୍ରସ୍ତୁତି ଚାଲିଥିଲା । ବର ଓ କନ୍ୟାର ଫଟୋ ସେଶନ ବି ଚାଲି ଥିଲା । କିନ୍ତୁ ଏହି ସମୟରେ ପ୍ରେମିକ କିଛି ଏମିତି କରିଦଲା କି ଯାହା ବିଷୟରେ କେହି ସ୍ଵପ୍ନରେ ବି ଭାବି ନ ଥିଲେ ।

ସବୁଠୁ ବଡ ଆଶ୍ଚର୍ଯ୍ୟ ବର କଥା ଏହା ଥିଲା କି ବର ସାମ୍ନାରେ ପ୍ରେମିକ ଝିଅକୁ ସିନ୍ଦୁର ପିନ୍ଧାଉ ଥିଲା, ଏହା ଦେଖି ବି ବର ଚୁପଚାପ ଛିଡା ହୋଇଥିଲା । କିନ୍ତୁ ଝିଅ ଘର ଲୋକମାନେ ସଙ୍ଗେ ସଙ୍ଗେ ପୁଅକୁ ମାଡି ବସିଲେ ଓ ପୋଲିସକୁ ଡାକିଲ ।

ଏହି ଘଟଣା ପରେ ବର ଓ କନ୍ୟା ଘର ଲୋକମାନଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଲା । ସୂଚନା ମିଳୁଛି କି ପୋଲିସକୁ ସେହି ଯୁବକକୁ ଛାଡି ଦେଇଛି । ଅନ୍ୟ ପଟେ ବର ଓ କନ୍ୟା ଘର ମଧ୍ୟରେ ମାମଲାର ସମାଧାନ ହୋଇ ଶେଷରେ ବାହାଘର ହେଲା । କିନ୍ତୁ ବର୍ତ୍ତମାନ ଏହି ବିବାହକୁ ନେଇ ପୁରା ଅଞ୍ଚଳରେ ଚର୍ଚା ହେଉଛି ।

Leave a Reply

Your email address will not be published. Required fields are marked *