ବର୍ଷା ଛାଡ଼ୁନି Anubhavଙ୍କ ପିଛା, ବର୍ଷାକୁ ହାତ ଯୋଡ଼ି ଚାଲିଯିବାକୁ କହିଲେ ଅନୁଭବ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ବର୍ଷା ଅନୁଭବଙ୍କର ପିଛା ଛାଡୁନି । ଲଣ୍ଡନରେ ବି ଯାଇ ପହଞ୍ଚି ଗଲା ବର୍ଷା ଆଉ ଯାହାଙ୍କୁ ହାତ ଯୋଡି ଚାଲି ଯିବା ପାଇଁ କହିଲେ ଅନୁଭବ ମହାନ୍ତି । ଏବେ ଅନୁଭବ ମହାନ୍ତି ନିଜର ଆଗାମୀ ଫିଲ୍ମ ଲଭ ଇନ ଲଣ୍ଡନ ପାଇଁ ବ୍ୟସ୍ତ ରହିଛନ୍ତି । ଆଉ ଏହାରି ମଧ୍ୟରେ ବର୍ଷା ଅନୁଭବଙ୍କୁ ବହୁତ ହଇରାଣ କରିଛି । ତାଙ୍କୁ ସୁଟିଙ୍ଗ କରିବା ପାଇଁ ମଧ୍ୟ ଦେଇ ନାହିଁ । ଯାହାକୁ ନେଇ ଦର୍ଶକ ମାନେ କହିବା ଆରମ୍ଭ କରିଲେଣି ଭାଇ ଆପଣଙ୍କ ପିଛା ବର୍ଷା ବିଲକୁଲ ବି ଛାଡୁନି ।

ଓଡିଶା ରେ ବର୍ଷା ପାଇଁ ଆପଣ ହଇରାଣ ଆଉ ଲଣ୍ଡନରେ ବି ବର୍ଷା ପାଇଁ ଆପଣ ହଇରାଣ । ଭାଇ ବର୍ଷା ଆପଣଙ୍କୁ ବହୁତ ଭଲ ପାଉଛି । ହେଲେ ଦର୍ଶକ ବନ୍ଧୁ ଏ ବର୍ଷା ସେ ବର୍ଷା ନୁହନ୍ତି ଆପଣ ମାନେ ଭାବୁଥିବେ ଆମେ ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ କଥା କହୁଥିବୁ । ବର୍ଷା ଯାଇ ଲଣ୍ଡନରେ ପହଞ୍ଚି ଗଲେ ବୋଲି ଆପଣ ମାନେ ଭାବୁଥିବେ । ଆଉ ଯାହାକୁ ଦେଖି ଅନୁଭବ କହୁଛନ୍ତି ଦୟା କରି ତୁ ଏଠୁ ପଳା ।

ଯଦି ଏମିତି କିଛି ଆପଣ ଭାବୁଛନ୍ତି ତେବେ ପୁରା ଆପଣ ଭୁଲ ଭାବୁଛନ୍ତି । ଏ ବର୍ଷା ହେଉଛି ଆକାଶରୁ ଝରୁ ଥିବା ବର୍ଷା । ଦର୍ଶକ ବନ୍ଧୁ ଲଣ୍ଡନରେ ପ୍ରାୟତଃ ସବୁବେଳେ ବର୍ଷା ହୋଇଥାଏ । ବର୍ଷା ସାଙ୍ଗକୁ ପ୍ରଚୁର ଥଣ୍ଡା ମଧ୍ୟ ହୋଇଥାଏ । ଆଉ ଅନୁଭବଙ୍କ ଫିଲ୍ମ “ଲଭ ଇନ ଲଣ୍ଡନ” ର ଶୁଟିଙ୍ଗ ଚାଲି ଥିବା ବେଳେ ବର୍ଷା ବିଲୁକୁଲ ଛାଡି ନ ଥିଲା । ଏହା ପରେ ଅନୁଭବ ଆକାଶକୁ ଚାହିଁ ହାତ ଯୋଡି କହିଥିଲେ କି, ଏ ବର୍ଷା ତୁ ଏଠୁ ଛାଡି ଯା ଆମକୁ ଟିକେ ଭଲ ଭାବରେ ଶୁଟିଙ୍ଗ କରିବାକୁ ଦେ । ଆମେ ଏତେ ଦୂରରୁ ଆସିଛୁ ।

ତେବେ ଅନୁଭବଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଅନୁଭବଙ୍କ ଫ୍ୟାନ୍ସ ମାନେ କହୁଛନ୍ତି ଭାଇ ତମକୁ ବର୍ଷା ଛାଡିବାକୁ ଚାହୁଁନି ସବୁବେଳେ ତୁମ ସହ ରହିବା ପାଇଁ ଚାହୁଁଛି । ସେପଟେ ଯଦି ଦେଖିବା ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଆଉ ବର୍ଷାଙ୍କର ପାରିବାରିକ ମାମଲା ଏବେ କଟକ ଫାମିଲି କୋର୍ଟରେ ଚାଲିଛି । ଆଉ ଏହାରି ଭିତରେ ଅନୁଭବ ମହାନ୍ତି ଯାଇ ଲଣ୍ଡନ ରେ ପହଞ୍ଚି ଛନ୍ତି ତାଙ୍କର ଅପ କମିଙ୍ଗଗ ଫିଲ୍ମ “ଲଭ ଇନ ଲଣ୍ଡନ” ରେ ଶୁଟିଙ୍ଗ ପାଇ ।

ତେବେ ଅନୁଭବ ଆକାଶ ର ବର୍ଷା ଙ୍କୁ ଏଭଳି କହୁ ଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେବାରେ ଲାଗିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *