ବର୍ଷାଙ୍କୁ ଫ୍ୟାମିଲି କୋର୍ଟଙ୍କ କଡ଼ା ଚେତାବନୀ, କଣ ଦେଲେ ନିର୍ଦେଶ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଚେତାବନୀ ପରେ ଚେତାବନୀ ବର୍ଷାଙ୍କୁ ଫ୍ୟାମିଲି କୋର୍ଟ ଙ୍କ କଡା ଚେତାବନୀ ମିଳିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟ ର କଡା ତାଗିଦ କଲେ ଫ୍ୟାମିଲି କୋର୍ଟ । ୫୦୦୦ ଟଙ୍କା ଜୋରିମାନା ଦେବା ସହ ଏହି ସବୁ ସର୍ତ୍ତ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆଗରେ ରଖିଛନ୍ତି । ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ସହ ଅନୁଭବ ମହାନ୍ତିଙ୍କ ପିଟିସନରେ ସଂଶୋଧନ ପାଇଁ ଅନୁମତି ଦିଆଯିବ । ହେଲେ ଏଥିପାଇଁ ଉଭୟ ୫୦୦୦ ଟଙ୍କା ଫାଇନ ଦେବେ କୋର୍ଟ କୁ । ଫ୍ୟାମିଲି କୋର୍ଟ ଅନୁଭବ ଓ ବର୍ଷା ଉଭୟଙ୍କ ଉପରେ ଶୁଣାଣୀ କରି ଏଭଳି ରାଏ ଶୁଣାଇଛନ୍ତି ।

କେବଳ ଏତିକି ନୁହେଁ ବରଂ ଫ୍ୟାମିଲି କୋର୍ଟ ବର୍ଷାଙ୍କ ସହ ଆଉ କିଛି ସର୍ତ୍ତ ବି ରଖିଛନ୍ତି । ସର୍ତ୍ତ ଅନୁଯାୟୀ ବର୍ଷା ଭବିଷ୍ୟତରେ ଫ୍ୟାମିଲି କୋର୍ଟ ରେ ଦାଖଲ କରିବାକୁ ଥିବା ସତ୍ୟ ପାଠରେ କୌଣସି ପ୍ରକାରର ଜାଲିଆତି ଯେମିତି କରିବେ ନାହି । ଫ୍ୟାମିଲି କୋର୍ଟ ରେ ସେ ଏକ ସତ୍ୟ ପାଠ ଦାଖଲ କରି ପ୍ରତିଶ୍ରୁତି ଦେବେ । ବୈବାହିକ ବିଚ୍ଛେଦ ମାମଲା ନିସ୍ପତି ଲାଗି ସବୁ ପ୍ରକାରର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବେ ବର୍ଷା ପ୍ରିୟଦର୍ଶିନୀ । ଅଯଥାରେ ଶୁଣାଣୀ ଘୁଞ୍ଚାଇବା ପାଇଁ ଅନୁରୋଧ କରିବେ ନାହି କୋର୍ଟ କୁ ବର୍ଷା ।

ହେଲେ ଏହି ଶୁଣାଣୀ ବେଳେ ଅନୁଭବ ମହାନ୍ତି ଉପସ୍ଥିତ ଥିବା ବେଳେ ବର୍ଷା ଉପସ୍ଥିତ ନ ଥିଲେ । ଯାହା ପାଇଁ କୋର୍ଟ ବର୍ଷା ଉପରେ ପୁରା ରାଗି ଯାଇଛନ୍ତି । ତେବେ କୋର୍ଟ ର ଏଭଳି ତାଗିଦ ପଛରେ ବର୍ଷାଙ୍କର ବଡ ହାତ ରହିଛି । ବର୍ଷା ପୂର୍ବରୁ କୋର୍ଟ ରେ କିଛି ଏମିତି କାଣ୍ଡ ଘଟାଇଛନ୍ତି ଯେଉଁଠି ପାଇଁ ବର୍ଷା ଙ୍କୁ ତାଗିଦ କରିଛନ୍ତି ଫ୍ୟାମିଲି କୋର୍ଟ ।

ପୂର୍ବ ରୁ ଅନେକ ଥର ବର୍ଷା କୋର୍ଟ କୁ ନାଖୁସ କରିଛନ୍ତି । ବାରମ୍ବାର ଶୁଣାଣୀ ଘୁଞ୍ଚାଇବା ସହ କୋର୍ଟ କୁ ଆସୁ ନ ଥିଲେ ବର୍ଷା । ବର୍ଷା ଯାହା କରୁଥିଲେ ତାଙ୍କ ଓକିଲ ଙ୍କ ଦ୍ଵାରା କରୁଥିଲେ । ତେବେ ଏମିତି ସବୁ ଏଥିପାଇଁ ବର୍ଷା କରୁଥିଲେ କି ସେ ତାଙ୍କ ସ୍ଵାମୀ ଅନୁଭବ ଙ୍କୁ ହାରାସ କରିବାକୁ ଚାହୁଁଥିଲେ । ଏହି କଥା କହିଛନ୍ତି ଅନୁଭବ ଙ୍କ ଓକିଲ ।

କେବଳ ଏତିକି ନୁହେଁ ବରଂ ବର୍ଷା ଫ୍ୟାମିଲି କୋର୍ଟ ରେ ଯାହା ତ କହିଛନ୍ତି ହାଇ କୋର୍ଟ ରେ ବି ମିଛ ତଥ୍ୟ ଦେଇଥିଲେ ବର୍ଷା । ଯାହା ଜଣା ପଡିବା ପରେ କୋର୍ଟ ଏମିତି ରାଏ ବର୍ଷାଙ୍କ ବିରୁଦ୍ଧରେ ଶୁଣାଇଛନ୍ତି । ଅନ୍ୟ ପକ୍ଷରେ ଅନୁଭବଙ୍କ ପକ୍ଷରୁ ବୈବାହିକ ବିଚ୍ଛେଦ ପିଟିସନରେ ସଂଶୋଧନ ପାଇଁ କୋର୍ଟ କୁ ଅନୁରୋଧ କରାଯାଇ ଥିଲା ଯାହାକୁ ବର୍ଷା ଙ୍କ ତରଫରୁ ବିରୋଧ ମଧ୍ୟ କରା ଯାଇଥିଲା ।

କିନ୍ତୁ କୋର୍ଟ ଏହା ଶୁଣିବା ପରେ ଏହି ସଂଶୋଧନ ଦ୍ଵାରା ମାମଲାର ପ୍ରୋଷିଡିଙ୍ଗ ରେ କୌଣସି ପ୍ରାକାରର ପରିବର୍ତ୍ତନ ହେଉନ ଥିବାରୁ ଏଥିପାଇଁ ଅନୁଭବ ଙ୍କୁ ତାଙ୍କ ପିଟିସନ ରେ ସଂଶୋଧନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *