କ’ଣ ଆପଣ ବି ବାସି ରୁଟିକୁ ଫିଙ୍ଗି ଦିଅନ୍ତି ! ବାସି ରୁଟି ଖାଇବାର ଲାଭ ଜାଣିଲେ, ରୁଟି ଆଉ କେବେବି ଫିଙ୍ଗିବେ ନାହିଁ

ବନ୍ଧୁଗଣ ଆମେ ସମସ୍ତେ ପ୍ରାୟତଃ ରାତିରେ ଖାଇବା ପାଇଁ ରୁଟି ପ୍ରସ୍ତୁତ କରିଥାଉ । ଖାଇସାରିବା ପରେ ଅନେକ ସମୟରେ କିଛି ରୁଟି ବଳି ଯାଇଥାଏ । ସକାଳକୁ ଯାହା ବାସୀ ରୁଟି ହୋଇଯାଇଥାଏ । କିଛି ଲୋକ ସେହି ରୁଟିକୁ ଫିଙ୍ଗିଦେଉଥିବା ବେଳେ କିଛି ଲୋକ ସେହି ବାସୀ ରୁଟିକୁ ଗାଈ କି କୁକୁରକୁ ଖାଇବାକୁ ଦେଇଦିଅନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବାସୀ ରୁଟି ଖାଇବାର ଯେଉଁ ଆଶ୍ଚର୍ଯ୍ୟ କରିଦେବା ଭଳି ଫାଇଦା ବିଷୟରେ କହିବାକୁ ଯାଉଛୁ । ତାହା ଶୁଣିଲା ପରେ ଆପଣ ଆଉ ରାତିର ବଳିଯାଇଥିବା ବାସୀ ରୁଟିକୁ କେବେବି ଫୋପାଡିବେ ନାହିଁ ।

ବନ୍ଧୁଗଣ ଆଜିକାଲି ବହୁତ ଲୋକଙ୍କ ଠାରେ ମୋଟାପଣ ଭଳି ସମସ୍ଯା ଦେଖିବାକୁ ମିଳୁଛି । ଯେଉଁ ସମସ୍ଯା କି ପୂର୍ବକାଳର ଲୋକଙ୍କ ଠାରେ ପ୍ରାୟତଃ ଦେଖିବାକୁ ମିଳୁନଥିଲା । କାରଣ ସେମାନେ ରାତିର ରହିଯାଇଥିବା ବାସୀ ରୁଟିକୁ ସେବନ କରୁଥିଲେ । ଯାହାଦ୍ୱାରା ତାଙ୍କ ପେଟ ସୁସ୍ଥ ରହିବା ସହ ବଡ ପେଟ ମଧ୍ୟ ହେଉନଥିଲା । ସକାଳେ ବାସି ରୁଟି ଖାଇବା ଦ୍ଵାରା ଭୋଜନ ଠିକ ଭାବେ ହଜମ ହେବାରେ ଏହା ସାହାଯ୍ୟ କରିଥାଏ ଏବଂ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ ।

ତେବେ ବାସି ରୁଟିକୁ ଯେମିତି ଇଚ୍ଛା ସେମିତି ଖାଆନ୍ତୁ ନାହିଁ । ଏହାକୁ ଛୋଟ ଛୋଟ ଖଣ୍ଡରେ ଚିରି କ୍ଷୀରରେ ପକାଇ ଖାଇବା ଉଚିତ । ସକାଳେ ଏହିପରି ଭାବେ ବାସି ରୁଟି ଖାଇବା ଦ୍ଵାରା ଶରୀରକୁ ବହୁତ ଲାଭ ମିଳିଥାଏ । ବାସି ରୁଟି ଖାଇବା ଦ୍ଵାରା କେବେବି ପେଟଜନିତ ସମସ୍ଯା ଦେଖା ଦିଏନାହିଁ ଏବଂ ପୁରା ଦିନଟି ଆପଣଙ୍କ ଶରୀର ଊର୍ଜାରେ ଭରପୁର ରହିଥାଏ । ଫଳରେ ଆପଣ ଆଳସ୍ୟ ଅନୁଭବ କରି ନଥାନ୍ତି ।

ବ୍ଲଡ଼ପ୍ରେସର ରୋଗୀମାନଙ୍କୁ ବାସି ରୁଟି ଖାଇବାର ଲାଭ ମିଳିଥାଏ । ପ୍ରତିଦିନ କ୍ଷୀରରେ ବାସି ରୁଟି ଖାଇବା ଦ୍ଵାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ ଓ ଏଥି ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଥାଏ ।
ବାସି ରୁଟି ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଔଷଧ ଭଳି କାମ କରିଥାଏ । ଏହାଦ୍ବାରା ସେମାନଙ୍କ ବ୍ଲଡ଼ ସୁଗାର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଅଧିକ ଦୁର୍ବଳ, ପତଳା ଥିବା ଲୋକ ଏବଂ ସବୁବେଳେ ରୋଗରେ ପଡୁଥିବା ଲୋକଙ୍କ ପାଇଁ ମଧ୍ୟ ବାସି ରୁଟି ବେଶ ଭଲ ହୋଇଥାଏ । ଏହାଦ୍ବାରା ଶାରୀରିକ ଶକ୍ତି ବଢିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ବାସି ରୁଟିରେ ଭିଟାମିନ, ପ୍ରୋଟିନ ଓ ଫାଇବର ଭରି ରହିଥାଏ । ତେଣୁ ରାତିରେ ରୁଟି ବଳି ଯାଉଥିଲେ ତାହାକୁ ନଫୋଫାଡି ସକାଳ ଜଳଖିଆରେ ଖାଇବାକୁ ଚେଷ୍ଟା କରନ୍ତୁ । ଆଶା କରୁଛି । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *