Live Updates: ବାତ୍ୟା Asaniକୁ ନେଇ ଅଲର୍ଟରେ Puri ଓ Paradeep

ନମସ୍କାର ବନ୍ଧୁଗଣ । ଆଉ ଓଡିଶା ଛୁଇଁବ ନାହି ସମ୍ଭାବ୍ୟ ବାତ୍ୟା ଅସାନି । ଯାହାର ପ୍ରଭାବରେ ବର୍ଷା ଓ ପବନ ହୋଇପାରେ । ତଳ ତଳିଆ ଅଞ୍ଚଳ ବନ୍ୟା ସମ୍ଭାବନା ହୋଇପାରେ ଯାହା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ୧୮ଟି ଜିଲାରେ ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହେବା ସହ ଆବଶ୍ୟକ ହେଲେ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟାକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ସହ ଜିଲ୍ଲା ସ୍ତରରେ ଅଫିସର ଓ ସ୍ଵତନ୍ତ୍ର ରିଲିଫ କମିଶନରେ ସମନ୍ଵୟ ରଖିବାକୁ କୁହା ଯାଇଛି ।

ସମୁଦ୍ର ଭିତରକୁ ନ ଯିବା ପାନ ମାଛ ଧରାଳିଙ୍କୁ ବାରଣ କରାଯାଇଛି । ଓଡିଶାର ସବୁ ବନ୍ଦର ପାଇଁ ବିପଦ ସଂକେତ ଜାରି କରାଯାଇଛି । ଗତ ୨ ଦିନ ହେବ ଜିଲା ପ୍ରଶାସନ ବାତ୍ୟାକୁ ନେଇ ବେସ ସତର୍କତା ଅବଲମ୍ବନ କରିଛନ୍ତି । ଗତ କାଲି ଅମଧ୍ୟ ବାତ୍ୟାକୁ ନେଇ ବୈଠକ ଆଲୋଚନା ହୋଇଥିଲା । ଏଥିରେ ପୁରୀ ଜିଲ୍ଲାର ପ୍ରୟାର ଅନେକ ଅଞ୍ଚଳ ଗୁଡିକୁ ସଜାଗ ହେବ ଏପାଇଁ କୁହା ଯାଇଛି ।

ଯେ କୌଣସି ପରିସ୍ଥତି ପାଇଁ ସମସ୍ତେ ପ୍ରସ୍ତୁତ ରହିବା ପାଇଁ ଏହି ବୈଠକରେ କୁହା ଯାଇଥିଲା । ବର୍ତ୍ତମାନ ସମୟରେ ପୁରୀ ରୁ ପାଖାପାଖି ୧୪୦ କିମି ଦୂରରେ ବାତ୍ୟା ରହି ଥିବାରୁ ସଜାଗ ହେବା ପାଇଁ କୁହା ଯାଇଛି । ବାତ୍ୟାର ପ୍ରଭାବ ଏବ ଯାଏଁ କିଛି ଦେଖାଯାଏ ନାହି କିନ୍ତୁ ଆସନ୍ତା କାଲି ଠାରୁ କେହି ସମୁଦ୍ର ଭିତରକୁ ନ ଯିବା ପାଇଁ ନିସ୍ପତି ନିଆ ଯାଇଛି ।

ସମୁଦ୍ର କୁଳବର୍ତ୍ତୀ ଯେଉଁ ଅଞ୍ଚଳ ରହିଛି ସେମାନଙ୍କୁ ସତର୍କ ରହିବା ପାଇଁ ସୂଚନା ରହିଛି । ଆସନ୍ତା କାଲି ଠାରୁ ୯ ଓ ୧୦ ତାରିଖରେ ସମୁଦ୍ର ଭିତରକୁ ନ ଯିବା ପାଇଁ କୁହା ଯାଇଛି । ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ କରା ଯାଇଛି । ଆସନ୍ତା କାଲି ଠାରୁ କଟକଣା ଅଧିକ ବଳ ବତ୍ତର ରହିବ ।

ସମୁଦ୍ର ବେଳା ଭୂମି ଠାରୁ ଆସନ୍ତା କାଲି ଠାରୁ ଲୋକଙ୍କୁ ଦୂରେଇ ରଖାଯିବ । ଠିକ ସେହିପରି ପାରାଦୀପ ରେ ମଧ୍ୟ ପ୍ରଶାସନ ସଂପୂର୍ଣ୍ଣ ଭାବେ ସଜାଗ ହୋଇ ରହିଛି । ବର୍ତ୍ତମାନ ସମୟରେ ଏ ଯାଏଁ ପାଣିପାଗ ରେ କିଛି ପରିବର୍ତ୍ତନ ହୋଇ ନାହି ବାତ୍ୟାର ଚିତ୍ର ଏ ଯାଏଁ ସ୍ପଷ୍ଟ ହୋଇ ନାହି । କିନ୍ତୁ ଆକଳନ କରା ଯାଇଛି ଆଜି ସନ୍ଧ୍ୟା ସୁଧା ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରେ ।

ପାରାଦୀପ ରେ ତଳିଆ ଅଞ୍ଚଳରେ ବାତ୍ୟାର ପ୍ରଥମ ପ୍ରଭାବ ପଡିପାରେ ବୋଲି ସୂଚନା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ପ୍ରଥମେ ବସ୍ତି ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ ଲୋକଙ୍କୁ କିପରି ସ୍ଥାନାନ୍ତର କରାଯିବ ତାହା ସୂଚନା ରହିଛି । ସ୍ଵତନ୍ତ୍ର ତାଙ୍କର ଟିମ ଗଠନ କରାଯାଏ ଓ କିପରି ଭାବେ ଲୋକଙ୍କୁ ବୁଝାଇ ବାତ୍ୟା ଆଶ୍ରୟସ୍ଥଳୀ ରେ ସ୍ଥାନାନ୍ତର କରାଯିବ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *