9 ଓ 10ରେ ଘନିଭୁତ ହୋଇ ଭୀଷଣ ବାତ୍ୟାର ରୂପ ନେବ, ଦେଖନ୍ତୁ IMD ତରଫରୁ କଣ ଆସିଛି Latest ରିପୋର୍ଟ

ବନ୍ଧୁଗଣ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ବାତ୍ୟା । ଡିପ୍ରେସନ ଆଜି ଡିପ ଡିପ୍ରେସନରେ ପରିଣତ ହୋଇଛି । କାଲି ସକାଳେ ଏହା ବାତ୍ୟାର ରୂପ ନେଇ ସନ୍ଧ୍ୟାରେ ସିଭିଅର ଭୀଷଣ ବାତ୍ୟା ରେ ପରିଣତ ହେବ ସାମୁଦ୍ରିକ ଝଡ । ଏ ନେଇ ଭୁବନେଶ୍ଵର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆସନ୍ତା କାଲି ସିଭିଅର ସାଇକ୍ଳୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟାର ରୂପ ଧାରଣ କରିବା ବେଳେ ପବନର ବେଗ ୯-ରୁ ୧୦୦ କିମି ରହିବ । ସ୍ଥଳ ବିଶେଷରେ ପବନର ବେଗ ବୃଦ୍ଧି ପାଇ ୧୧୦ କିମି ହୋଇପାରେ ।

ଆସନ୍ତା କାଲି ପବନର ବେଗ ଘଣ୍ଟା ପ୍ରତି ୧୦୫ରୁ ୧୧୫ କିମି ବଢିପାରେ । ଏହ ବଢି ୧୨୫ କିମି ହୋଇପାରେ । ବାତ୍ୟା ୧୦ ତାରିଖରେ ସମୁଦ୍ର ଭିତରେ ଦିଗ ବଦଳାଇବ । ସମାନ୍ତରଣ ଭାବେ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା କିନ୍ତୁ ଲ୍ୟାଣ୍ଡଫଲ କରିବ ନାହି ।

ଓଡିଶା ପାଇଁ ଏହା ଆଶ୍ଵସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ରୁ ଓଡିଶା ଉପକୂଳରେ ବର୍ଷା ପବନ ହେବ । ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷୀବ । ୧୧ରେ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ଏହା ସହ କଟକ, ପୁରୀ, ଗଞ୍ଜାମ, ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୯ ତାରିଖରୁ ସମୁଦ୍ର ଅଶାନ୍ତ ହେବା କାରଣରୁ ମାଛ ଧରାଳିଙ୍କୁ ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଇଛି । ବର୍ତ୍ତମାନ ବାତ୍ୟା ବିଶାଖାପାଟଣା ଠାରୁ ୧୧୪୦ କିମି ଦୂରରେ ରହିଛି ।

ପବନର ବେଗ ଅଧିକ ହେବାରୁ ପୁରୀ ଠାରୁ ୧୧୮୦ କିମି ଦକ୍ଷିଣ-ପୂର୍ବ ରେ ବାତ୍ୟା କେନ୍ଦ୍ରୀଭିତ ହେବ । ତେବେ ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ତୀବ୍ର ଗତିରେ ରହିବ । ପବନର ବେଗ ୪୦ରୁ ୫୦ କିମି ବା ଅଧିକରୁ ଅଧିକ ୬୦ କିମି ବେଗରେ ରହିବ ।

ଯାହା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆସନ୍ତା କାଲୀ ଠାରୁ ଭୀଷଣ ବାତ୍ୟାର ରୂପ ନେବା ପରେ ଆସନ୍ତା ଦୁଇ ଦିନ ଯାଏଁ ଏହାର ପ୍ରଭାବ ହେବ । ଆସନ୍ତା ୧୨ ତାରିଖ ପରେ ବାତ୍ୟା ଗଭୀର ଅବପାତରେ ପରିଣତ ହେବ ।

୧୨ ତାରିଖ ଯାଏଁ ୨୦୦ କିଣି ଦୂରରେ ରହିବ ବାତ୍ୟା ଅସାନି । କିନ୍ତୁ ପବନର ବେଗ ବୃଦ୍ଧି ହେବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *