ବେସନ ଏହାକୁ ମିଶେଇ ମୁହଁରେ ଲଗାନ୍ତୁ, ଚେହେରା ଏତେ ଗ୍ଲୋ କରିବ ଆପଣ କେବେ ଭାବିବି ନଥିବେ । Skin care tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଫେସପ୍ୟାକ ବିଷୟରେ କହିବାକୁ ଯାଉଛୁ । ଯାହାକି ଆପଣଙ୍କ ଫେସ ପାଇଁ ବହୁତ ସୁନ୍ଦର ଏକ ଘରୋଇ ଉପଚାର ଅଟେ । ଅର୍ଥାତ ଆପଣଙ୍କ ଚେହେରାରେ ଥିବା ବ୍ରଣ ଓ କଳା ଦାଗ ଇତ୍ୟାଦି ସବୁକୁ ଏହି ଫେସପ୍ୟାକ ଦୂର କରିଦେବ । ଆପଣ ଘରେ ଥିବା କିଛି ସାମଗ୍ରୀକୁ ବ୍ୟବହାର କରି ଏହି ଫେସ ପ୍ୟାକକୁ ପ୍ରସ୍ତୁତ କରିପାରିବେ । ଏହି ଫେସ ପ୍ୟାକ ପାଇଁ ଆପଣ ଗୋଟିଏ ବଡ ଆଳୁକୁ ନେଇ ତାର ଜୁସ ବାହାର କରନ୍ତୁ ।

ଜୁସ ବାହାର କରିବା ପାଇଁ ଆପଣ ପ୍ରଥମେ ଆଳୁକୁ ଅଧା କାଟି ତାର ଚୋପାକୁ ଛଡାଇ ତାକୁ ଛେଲି ଦିଅନ୍ତୁ । ଆଳୁକୁ ଗୋଟିଏ ପାତ୍ରରେ ନେଇ ସେଥିରେ ଅଧ ଚାମଚ ବେସନ, ଅଧ ଚାମଚ ଚାଉଳ ଚୂନା, ଅଧ ଚାମଚ ମହୁ ଓ ଦୁଇ ରୁ ତିନି ଚାମଚ କ୍ଷୀର ମିଶାନ୍ତୁ । ଏହି ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଓ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାକୁ ଚେହେରାରେ ଲଗାଇବା ପୂର୍ବରୁ ଆପଣ ନିଜର ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ଏହା ପରେ ଫେସ ପ୍ୟାକକୁ ଆପଣ ନିଜର ଚେହେରାରେ ଲଗାନ୍ତୁ । ଚେହେରାରେ ଲଗାଇବା ସହିତ ଆପଣ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ମସାଜ ବି କରନ୍ତୁ । ଏହାକୁ ଆପଣ ନିଜର ବେକରେ ବି ଲଗାଇ ପାରିବେ । ଏହି ଫେସ ପ୍ୟାକକୁ ଲଗାଇବା ପରେ ଆପଣ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ଏହା ପରେ ପାଣିରେ ନିଜ ଚେହେରାକୁ ଧୋଇ ଦିଅନ୍ତୁ । ଏହି ଫେସ ପ୍ୟାକ ଆପଣଙ୍କ ଚେହେରାରେ ସଙ୍ଗେ ସଙ୍ଗେ ଗ୍ଲୋ ନେଇ ଆସିବ ।

ଏହା ଆପଣଙ୍କ ସ୍କିନକୁ ପୂରାପୂରି ସଫା କରିଦେବ । ଅର୍ଥାତ ଆପଣଙ୍କ ଚେହେରାରେ ଯାହା ବି କଳା ଦାଗ ଅଛି ଓ ବ୍ରଣ ଅଛି ତାହାକୁ ସଫା କରିଦେବ । ଏଥିରେ ମିଶିଥିବା ସବୁ ଜିନିଷ ବହୁତ ହିଁ ପ୍ରଭାବୀ ହୋଇଥାଏ । ବେସନ ଆମ ଚେହେରାକୁ ଗୋରା କରିବାରେ ବହୁତ ଅଧିକ ସାହାର୍ଯ୍ୟ କରିଥାଏ । ଏହି ଫେସ ପ୍ୟାକକୁ ଲଗାଇବା ପରେ ଏହାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ ।

ଚେହେରାକୁ ନର୍ମାଲ ପାଣିରେ ଧୋଇ ଦେବେ । ଏହି ଫେସ ପ୍ୟାକକୁ ଲଗାଇବା ପରେ ଆପଣ ଚେହେରାରେ କୌଣସି ବି ପ୍ରକାରର କ୍ରିମ କିମ୍ବା ଆଲୋବେରା ଜେଲ ଲଗାଇ ପାରିବେ । ଏହା ବହୁତ ଜରୁରୀ ହୋଇଥାଏ । କାରଣ ଫେସ ପ୍ୟାକ ଲଗାଇବା ପରେ କେତେକ ଲୋକମାନଙ୍କ ଫେସ ଶୁଷ୍କ ହୋଇଯାଏ । ତେଣୁ କିଛି ମଏଶ୍ଚରଇଜ ଲଗାଇବ ଅପରେ ମୁହଁ ଏକଦମ ଗ୍ଲୋ କରିବାକୁ ଲାଗିବ ।

ଆଶା କରୁଛୁ । ପୋଷ୍ଟଟି ପସନ୍ଦ ଆସିଥିବ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ୍ ଓ ଶେୟାର କରିଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *