ଭାଗ୍ୟଶାଳୀ ଲୋକଙ୍କୁ ହିଁ ସୋମବାର ଦିନ ଦେଖାଦିଏ ଏହି 3ଟି ଜିନିଷ

ସୋମବାର ମହାଦେବଙ୍କର ଅତି ପ୍ରିୟ ବାର ଅଟେ । ଶାସ୍ତ୍ରରେ ମହାଦେବଙ୍କ ପୂଜା ପାଠ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ମହାଦେବ ନିଜ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ରହିଲେ ସବୁ ସମସ୍ୟାର ନିବାରଣ ହେବା ସହ ବ୍ୟକ୍ତିର ଖରାପ ସମୟ ସାରିବା ସହ ଭଲ ସମୟ ଆସିବାକୁ ଯାଉଛି ବୋଲି ସଂକେତ ମିଳିଥାଏ । ସୋମାବର ଦିନ ମହାଦେବଙ୍କର କ୍ଷୀର ଓ ଜଳରେ ଅଭିଷେକ କରିଲେ ସେ ପ୍ରସନ୍ନ ହେବା ସହ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କିଛି ସଂକେତ ବ୍ୟକ୍ତିଙ୍କୁ ପଶୁପକ୍ଷୀ ବା ପ୍ରାକୃତିକ ଉପାୟରେ ମିଳିଥାଏ ।

ଆଜି ଆମେ ଆପଣ ମାନଙ୍କୁ ସୋମବାର ଦିନ କେଉଁ ଭଳି ସଂକେତ ମିଳିଲେ ମହାଦେବଙ୍କର କୃପା ଲାଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଚନ୍ଦ୍ରମା ଦର୍ଶନ : ଯଦି ବ୍ୟକ୍ତି ବ୍ରାଂହ ମୂହୁର୍ତ୍ତରେ ଚନ୍ଦ୍ରମା ଦର୍ଶନ କରିଥାଏ ତେବେ ଏହା ଶୁଭ ହୋଇଥାଏ । କୌଣସି ବ୍ୟକ୍ତିର ହଟାତ ବ୍ରହ୍ମା ମୂହୁର୍ତ୍ତ ସମୟରେ ନିଦ ଖୋଲି ଚନ୍ଦ୍ରମାର ଦର୍ଶନ ହେଲେ ଏହା ଶୁଭ ସଂକେତ ହୋଇଥାଏ । ସେହି ବ୍ୟକ୍ତିର ଭକ୍ତିରେ ମହାଦେବ ପ୍ରସନ୍ନ ହେବା ସହ ଭଲ ଫଳ ମିଳିବାକୁ ଯାଉଛି ବୋଲି ସଂକେତ ମିଳିଥାଏ । ଚନ୍ଦ୍ରମା ମହାଦେବଙ୍କ ମସ୍ତକରେ ବିରାଜମାନ ହୋଇଥାଏ । ତେଣୁ ଏହାର ଦର୍ଶନ ଅତ୍ୟନ୍ତ ଶୁଭ ହୋଇଥାଏ ।

୨- ନନ୍ଦୀ ଦର୍ଶନ : ସୋମାବାର ଦିନ ଘରୁ ବାହାରିବା ସମୟରେ ଯଦି କୌଣସି ବ୍ୟକ୍ତି ଧଳା ନନ୍ଦୀର ଦର୍ଶନ କରିଥାଏ ତେବେ ଏହା ଶୁଭ ସଂକେତ ହୋଇଥାଏ । କାରଣ ମହାଦେବଙ୍କ ବାହନ ଭାବେ ଧଳା ନନ୍ଦୀଙ୍କୁ ମାନାଯାଏ । ଅଚାନକ ଭାବେ ନନ୍ଦୀର ଦର୍ଶନ ହେବାର ଅର୍ଥ ହେଉଛି ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହା ସହ ଆପଣଙ୍କର ସବୁ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବାକୁ ଯାଉଛି ବୋଲି ସଂକେତ ମିଳିଥାଏ ।

୩- ନାଗ ଦେବତାଙ୍କ ଦର୍ଶନ : ଯଦି ସୋମବାର ଦିନ ନାଗ ଦେବତାଙ୍କ ଦର୍ଶନ କରାଯାଏ ତେବେ ଏହା ଶୁଭ ସଂକେତ ହୋଇଥାଏ । କାରଣ ନାଗ ଦେବତା ହେଉଛନ୍ତି ମହାଦେବଙ୍କର ଅତି ପ୍ରିୟ ଯାହାକୁ ସେ ନିଜ ଗଳା ରେ ଧାରଣ କରିଥାନ୍ତି । ସୋମାବର ଦିନ ନାଗ ଦେବତାଙ୍କ ଦର୍ଶନ ହେବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଦୁଖ ସମୟ ଚାଲିଯିବା ସହ ଭଲ ସମୟ ଆସିବାକୁ ଯାଉଛି । ଆପଣଙ୍କର ଦରିଦ୍ରତା ଦୂର ହୋଇ ସୁଖ ଆସିବାକୁ ଯାଉଛି । ଆପଣଙ୍କ ଜୀବନରେ କୌଣସି କ୍ଷେତ୍ର ରୁ ଧନର ବର୍ଷା ହେବାକୁ ଯାଉଛି ।

୪- ଏକାନ୍ତରେ ଦମ୍ପତିଙ୍କ ଦର୍ଶନ : ଯଦି ସୋମବାର ଦିନ ଆପଣ ଏକାନ୍ତରେ ବସିଥିବା ସ୍ଵାମୀ ଓ ସ୍ତ୍ରୀଙ୍କୁ ଦେଖନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ହେଉଛି ଭଗବାନ ଶିବ ଓ ମା ପାର୍ବତୀଙ୍କ ଦର୍ଶନ କରିବା ସହ ସମାନ ହୋଇଥାଏ ।

୫- କଳା କୁକୁର : ସୋମବାର ଦିନ କଳା କୁକୁର ଘର ଆଗରେ ଦେଖିଲେ ଶୁଭ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କର ଖରାପ ସମୟର ଅନ୍ତ ହୋଇ ଭଲ ସମୟ ଆସିବାକୁ ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *