ଭାଙ୍ଗିଗଲା ବହୁ ଚର୍ଚ୍ଚିତ ଯୋଡି, ଚା’ ବିକି କରିଥିଲେ ବିଶ୍ଵ ଭ୍ରମଣ ରେକର୍ଡ… ଦେଖନ୍ତୁ କିଛି ଅଭୂଲା ସ୍ମୃତି

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପରିଶ୍ରମ କରି କରା ଯାଇଥିବା କୌଣସି କାମ ଛୋଟ ନୁହେଁ । ଅର୍ଥ ଅପେକ୍ଷା ମଣିଷର ସ୍ଵଚ୍ଛ ଚିନ୍ତାଧାରା ଓ ସଛୋଟ ଭାବେ କରିଥିବା କର୍ମରେ ସୃଷ୍ଟି କରେ ଏକ ଅଲଗା ପରିଚୟ । ଏହାର ଜ୍ଵଳନ୍ତ ପ୍ରମାଣ ସାଜିଛନ୍ତି ଜଣେ ଚାହା ଦୋକାନୀଙ୍କର ଯାହାଙ୍କର ଦେହାନ୍ତରେ ଆଜି ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଆଖିରେ ଲୁହ । ଏହି କାହାଣୀ ହେଉଛି କେରଳ ଏନାକୁଲମ ବିଶ୍ଵ ପ୍ରସିଦ୍ଧ ଚାହା ବିକାଳି ବିଜୟନଙ୍କର ।

ଚାହା ବିକ୍ରି କରି ବିଶ୍ଵ ଭ୍ରମଣ କରିବାର ରେକର୍ଡ ସୃଷ୍ଟି କରିଥିଲେ କେ ଆର ବିଜୟନଙ୍କର ମାତ୍ର ୭୧ ବର୍ଷ ବୟସରେ ନି-ଧ-ନ ହୋଇଛି । ହୃଦଘାତ ଯୋଗୁ ତାଙ୍କୁ ହସପିଟାଲରେ ଆଡମିସନ କରା ଯାଇଥିଲେ ମଧ୍ୟ ଗତ ଶୁକ୍ରବାର ଦିନ ପ-ର-ଲୋ-କ ଘଟିଛି । ଏହା ସହ ଭାଙ୍ଗି ଯାଇଛି ଚାହା ବିକ୍ରି ବିଶ୍ଵ ଭ୍ରମଣ କରିଥିବା ବିଜୟନ ଓ ତାଙ୍କ ସ୍ତ୍ରୀଙ୍କ ଯୋଡିଙ୍କ ଚର୍ଚ୍ଚା । କଥାରେ ଅଛି ସ୍ଵପ୍ନ ପୁରା କରିବାରେ ଅର୍ଥ ବାଧକ ସୃଷ୍ଟି କରେ । କିନ୍ତୁ ଲୋକ ମାନେ ଏମିତି କିଛି କାମ କରି ଯାଆନ୍ତି ଯାହା ତାଙ୍କୁ ଜୀବନ ସାରା ପ୍ରସିଦ୍ଧ କରି ରଖିଦିଏ ।

ଏମିତି ଜେଣ ବ୍ୟକ୍ତିତ୍ବ ହେଉଛନ୍ତି କେ ଆର ବିଜୟନ । କୋଚି ସହରର ଗାନ୍ଧୀ ନଗରରେ ପ୍ରଥମେ ରାସ୍ତା କଡରେ ଚାହା ଦୋକାନ ଖୋଲିଥିଲେ ବିଜୟନ । ଏହା ପରେ ଛୋଟ ଦୋକାନ ଘର ନେଇ ବିଜୟନ ସ୍ତ୍ରୀଙ୍କ ସାହାଜ୍ଯରେ ଖୋଲିଥିଲେ ବାଲାଜି ଚାହା ଓ କଫି ଷ୍ଟଲ । ଚାହା ଦୋକାନ କରିଥିଲେ ମଧ୍ୟ ସ୍ଵପ୍ନ ଥିଲା ଆକାଶ ଛୁଆଁ । ପିଲାଦିନୁ ତାଙ୍କର ଦେଶ ବିଦେଶ ବୁଲିବାକୁ ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ଅଭାବରୁ ସମ୍ଭବ ହୋଇପାରି ନ ଥିଲା । ଯେତେବେଳେ ଚାହାରୁ ଲାଭ ହେଲା ସେତେବେଳେ ତାଙ୍କର ସ୍ଵପ୍ନ ଅଧିକ ବଢିଗଲା ।

ପ୍ରତିଦିନ ସେ ୩୦୦ରୁ ୪୦୦ଟଙ୍କା ଜମା କରି ପ୍ରତିବର୍ଷ ବିଦେଶକୁ ଯାତ୍ରା କରୁଥିଲେ । ଏହି ଚେଷ୍ଟା ତଥା ଯାତ୍ରାରେ ସହଯୋଗୀ ଥିଲେ ତାଙ୍କ ସ୍ତ୍ରୀ ମୋହନା । ସେ ୧୫ ବର୍ଷ ମଧ୍ୟରେ ୩୩ଟି ଜାଗାକୁ ଯାତ୍ରା କରି ବିଶ୍ଵ ରେକର୍ଡ କରିଥିଲେ । ପରିବାର ଜଞ୍ଜାଳ ଥିଲେ ମଧ୍ୟ ତାଙ୍କର ବିଦେଶ ଯାତ୍ରା ପ୍ରବଳ ଥିଲା । ୧୯୮୮ରେ ସେ ତାଙ୍କ ସ୍ତ୍ରୀଙ୍କୁ ନେଇ ପ୍ରଥମ ଥର ହିମାଳୟର ଦର୍ଶନୀୟ ସ୍ଥାନକୁ ଯାତ୍ରା ଆରମ୍ଭ କରିଥିଲେ । ଏହା ପର ଠାରୁ ବିଦେଶ ଯାତ୍ରାର ମୂଳଦୁଆ ଆରମ୍ଭ ହୋଇଥିଲା । ସେ ୨୦୦୭ରେ ଇଯିପ୍ଟକୁ ପ୍ରଥମେ ବିଦେଶ ଯାତ୍ରା କରିଥିଲେ ।

ଏହା ପରେ ଜର୍ମାନୀ, ବ୍ରାଜିଲ, ପେରୁ, ନ୍ୟୁଜଲ୍ୟାଣ୍ଡ ଓ ଆମେରିକା ଆଦି ଭ୍ରମଣ କରିଛତି । ଯେତେ କମ ଟଙ୍କା ଖର୍ଚ୍ଚ କରି ବିଦେଶ ଯାତ୍ରା କରିହେବ ତାହାର ଶୈଳୀ ଜାଣିଥିଲେ ବିଜୟନ । ତାଙ୍କର ବିଦେଶ ଯାତ୍ରା କରିବାର ଇଚ୍ଛା ଅନେକଙ୍କୁ ପ୍ରେରଣା ଦେଇଥିଲା । କିଛି ଦିନ ପୂର୍ବରୁ ସେ ପୂର୍ବ ଏସିୟାର କିଛି ଦେଶ ଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର ଏହି ଇଚ୍ଛା ପୁରା ହେବା ପୂର୍ବରୁ ବିଜୟନଙ୍କର ପ-ର-ଲୋ-କ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *