ଏବେ ଆଉ ହେବନି ଘର ମାଲିକ ଓ ଘର ଭଡାଟିଆ ଙ୍କ ମଧ୍ୟରେ ବିବାଦ । କାରଣ ହେଉଛି କି କୋରୋନା ଆଗରୁ ଓ ଏହା ଆସିବା ପରେ ଏହି ଭଳି କିଛି ଘଟଣା ଘଟି ଯାଇଛି ଯାହା ଦ୍ଵାରା ମାଲିକ ଓ ଭଡାଟିଆ ଙ୍କ ସମ୍ପର୍କ ଖୁବ ଖରାପ ହୋଇ ଯାଇଛି । ଏହା କରିବା ଦ୍ଵାରା ପୋଲିସ ଏହି ମାମଲା କୁ ହାତକୁ ନେଉନି ଯାହା ଦ୍ଵାରା ଏହି ମାମଲା ଏବେ କୋର୍ଟ କୁ ଯିବା ପାଇଁ ପଡୁଛି । ଯାହା ଦ୍ଵାରା ଅନ୍ୟ କେସ ମାନ ମଧ୍ୟ ସବୁ ବେଳେ ପେଣ୍ଡିଂ ହୋଇକି ରହୁଛି ।

ଏହା ଦ୍ଵାରା ଅନ୍ୟ କେସ ର ଶୁଣାଣୀ ପାଇଁ ବହୁତ ଡେରି ହେଉଛି ଏଣେ ଘର ମାଲିକ ଓ ଭଡାଟିଆ ମାନେ ଅସୁବିଧା ଭୋଗ କରୁ ଛନ୍ତି । କେଉଁ ଜାଗାରେ ମାଲିକ ମାନେ ମାନବିକତା ଭୁଲି ଯାଇ ଥିବା ବେଳେ କିଛି ଜାଗାରେ ଭଡାଟିଆ ମାନେ ନିଜ ଘର ଭାବି ମାଡି ବସିଛନ୍ତି । ତେବେ ଏହି ଅସୁବିଧା ଏବର ନୁହେଁ ଏହା ଆଗରୁ ଚାଲି ଆସିଛି ଏହା ପାଇଁ କେନ୍ଦ୍ର ସରକାର ଏବେ ଏକ ନୂଆ ଆଇନ ପ୍ରଣୟନ କରିବା ପାଇଁ ଭାବିଛନ୍ତି ।
କେନ୍ଦ୍ର ସରକାର ଏବେ ହାଉସ ରେଣ୍ଟ ଆକ୍ଟ କରାଇବା ପାଇଁ ନିସ୍ପତି ନେଇ ଛନ୍ତି ଏହା ଆମ ପାଖରେ ଆଗରୁ ଥିଲା ଏହି ଭଳି ଏକ ସଂସ୍ଥା ଗଠନ କରିବା ଦ୍ଵାରା ଏବେ ମାମଲା ଗୁଡିକ ରଫା ଦଫା ହୋଇ ପାରିବ ଓ କୋର୍ଟ ରେ ପଡିଥିବା ଅନ୍ୟ ସିଭିଲ କେସ ଖୁବ ଶୀଘ୍ର ତୁଟିଯିବ ।

ଏହି ନିୟମ ପାଳନ ଅକରିବା ଆଇନ ସବୁ କ୍ଷେତ୍ରର ଲୋକମାନେ ବାଧ୍ୟ ଏହା ଆପଣଙ୍କ ପ୍ରାଇଭେଟ କ୍ଷେତ୍ର ହେଉ କିମ୍ବା ଏହା ଆପଣଙ୍କ ପାଇଁ କମର୍ଷ କ୍ଷେତ୍ର ହେଉ ସବୁ ଏହାକୁ ମନାଇବା ପାଇଁ ବାଧ୍ୟ କମର୍ଷ କ୍ଷେତ୍ର ର ମାନେ ହେଉଛି କି ଯେଉଁ ମାନେ ନିଜ ଗହରକୁ ଭଡାରେ ଦେଇଛନ୍ତି ।
ମାତ୍ର ରହିବା ପାଇ ନୁହେଁ ଦୋକାନ ଘର କିମ୍ବା ଅଫିସ କିମ୍ବା ହୋଟେଲ କିମ୍ବା ବିଦ୍ୟାଳୟ ଆଡିକୁ ଭଡାରେ ଦେଇ ଛନ୍ତି ସେମାନେ ମଧ୍ୟ ଏହି ନୂଆ ନିୟମ କୁ ପାଳନ କରିବେ । ଏହି ନିୟମ ଅନୁସାରେ ଚାଲିବା ପାଇଁ ଉଭୟ ଘର ମାଲିକ ଓ ଭଡାଟିଆ ବାଧ୍ୟ ଅଟନ୍ତି ।

ଯେଉଁ ମାନେ ଏହାକୁ ମାନିବା ପାଇଁ ମନା କରିବେ ତାଙ୍କ ପାଇଁ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ । ଏବେ ଏହା ଆମ ରାଜ୍ୟରେ ଅନ୍ତର୍ଭୁକ୍ତ କରା ଯାଇନି । ଏହାର କାରଣ ହେଉଛି କି ଏହା ଏବେ ଯାଏ ଲାଗୁ ହୋଇନି ଖୁବ ଜଲ୍ଦି ଏହା ଆମକୁ ଏବେ ମିଳିବା ପାଇଁ ଯାଉଛି ।
