ଚମତ୍କାର ! 300 ବର୍ଷ ପୁରୁଣା ନିମ୍ବଗଛରେ ଦିଶୁଛି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଏମିତି କିଛି ବିଚିତ୍ର ଓ ବିରଳ ଘଟଣା ପ୍ରତି ଦିନ ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ରେ । ଭଦ୍ରକ ରେ ଗୋଟେ ନିମ ଗଛରେ ଶଙ୍ଖ ଚକ୍ର ଚିହ୍ନ ହେବାର ସ୍ପଷ୍ଟ ଦୃଶ୍ୟ ହେଉଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ସେଠିକାର ଗ୍ରାମବାସୀ ମାନଙ୍କ କହିବା ମୁତାବକ ଏହି ନିମ ଗଛ ୩୦୦ ବର୍ଷ ତଳର ହେଲାଣି ।

ସେ ତାଙ୍କ ପୂର୍ବ ପୁରୁଷଙ୍କ ସମୟରୁ ଏହି ନିମ ଗଛ ଦେଖି ଆସୁଛନ୍ତି । ଏହି ୩୦୦ ବର୍ଷ ତଳର ନିମ ଗଛକୁ ତାଙ୍କର ପୂର୍ବଜ ମାନେ ପୂଜା କରି ଆସୁଥିଲେ । ଏବେ ସେ ଓ ତାଙ୍କ ସ୍ତ୍ରୀ ନିମ ଗଛକୁ ପୂଜା କରୁଛନ୍ତି । ଦୀର୍ଘ ୩୦ରୁ ୩୫ ବର୍ଷ ହେବ ସେ ଏହି ନିମ ଗଛର ପୂଜା କରି ଆସୁଛନ୍ତି ।

କିନ୍ତୁ ନିମ ଗଛରେ ଯେଉଁ ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ ହୋଇଛି କିଛି ବର୍ଷ ପୂବେ ବହୁତ ଛୋଟ ଦେଖା ଯାଉଥିଲା । କିନ୍ତୁ ଦୀର୍ଘ ୫ ବର୍ଷ ହେବ ଏହାର ଆକାର ଧୀରେ ଧୀରେ ବଢିବାରେ ଲାଗିଛି । ଏହି ଚିହ୍ନଟି ବଢିବା ପରେ ଠିକ ଶଙ୍ଖ, ଚକ୍ର, ଗଦ, ପଦ୍ମ ଭଳି ଦେଖା ଯାଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ପୂର୍ବରୁ ଯେଉଁ ସାଧକ ମାନେ ଏହି ନିମ ଗଛ ବିଷୟରେ କହିଥିଲେ ତାହା ଆଜି ସତ୍ୟ ବୋଲି ସାବ୍ୟସ୍ତ ହୋଇଛି । ନିମ ଗଛ ପୂଜା କରିବାରୁ ତାଙ୍କର ସବୁ ମନସ୍କାମନା ପୂରଣ ହେଉଛି । ଏହି ଖବର ପ୍ରକାହାର ହେବା ପରେ ଦୂରରୁ ଲୋକ ମାନଙ୍କର ଭିଡ ଯମୁଚି । ଏହା ସହ ଗାଁ ଲୋକ ମାନେ ମଧ୍ୟ ନିମ ଗଛର ପୂଜା କରିବା ଆରମ୍ଭ କରିଛନ୍ତି ।

ନିମ ଗଛରେ ଭଗବାନଙ୍କର ୪ଟି ଚିହ୍ନ ଅଛି ତେଣୁ ଭଗବାନ ଅଛନ୍ତି ବୋଲି ବିଶ୍ଵାସ ରହିଛି ପୂଜା କରୁଥିବା ବ୍ୟକ୍ତିଙ୍କର । ନିମ ଗଛଟି ଦାରୁ ହୋଇଛି ବୋଲି ଗତ କାଲି ଆରଡିରୁ ଜଣେ ପୂଜକ ଆସି ସୂଚନା ଦେଇଛନ୍ତି । ତେବେ ନିମ ଗଛକୁ ପୂଜା କରିଲେ ସବୁ ଇଚ୍ଛା ପୂରଣ ହେଉଛି ବୋଲି ଗାନ ଲୋକ ମାନେ କହିଛନ୍ତି । ତେବେ ଏଭଳି ଏକ ଅଦ୍ଭୁତ ଓ ବିରଳ ଦୃଶ୍ୟ ପୂର୍ବ ରୁ ହୁଏ ତ ଦେଖିବାକୁ ମିଳି ନ ଥିଲା । ତେବେ ଏହା ଭଗବାନଙ୍କର ଚମତ୍କାର ନାଁ ଏହା ପଛରେ ଅନ୍ୟ କଣ ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *