ଭଗବାନଙ୍କୁ ଭରସା ବିଶ୍ଵାସ କଲେ କଣ ମିଳିଥାଏ ? Ajira Anuchinta

ନମସ୍କାର ବନ୍ଧୁଗଣ, ସମଗ୍ର ସଂସାରକୁ ଯେତେବେଳେ ଆମେ ଆଖି ଆଗରେ ଆଣିଥାଉ ତେବେ ଏହି ଆଶ୍ଚର୍ଯ୍ୟ ଜନକ ପୃଥିବୀକୁ ତିଆରି କରିବାର କ୍ଷମତା ମଣିଷର ନାହିଁ ବୋଲି ଜ୍ଞାତ ହୋଇଥାଏ । ତେଣୁ ଏହା ଭଗବାନଙ୍କ ସୃଷ୍ଟି ବୋଲି କୁହାଯାଏ । କିନ୍ତୁ କିଛି ଲୋକ ନିଜର ଅନୁଭୂତି ଏବଂ ଭାବନା ପାଇଁ ଭଗବାନଙ୍କ ଉପରେ ଆସ୍ଥା ଭରସା ବିଶ୍ଵାସ ଇତ୍ୟାଦି ଅନ୍ଧ ବିଶ୍ଵାସର ନାମ ଦିଅନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଭଗବାନଙ୍କ ଉପରେ ଭରସା ବିଶ୍ଵାସ ରଖିଲେ ପ୍ରକୃତରେ କଣ ମିଳିଥାଏ ।

ଗୋଟିଏ ଗାଈ ଜଙ୍ଗଲ ମଧ୍ୟରେ ମନ ଖୁସି କରି ଘାସ ଖାଇ ଚରି ଚରି ଆଗକୁ ବଢୁଥିଲା । ଏହାପରେ ଗାଈର ନଜର ପଡିଲା କି ତାକୁ ଆକ୍ରମଣ କରିବା ପାଇଁ ବାଘ ସମ୍ପୂର୍ଣ ପ୍ରସ୍ତୁତ ହୋଇସାରିଲାଣି । ଏହା ଦେଖି ଗାଈ ଜୀବନ ବିକଳରେ ନିଜ ଜୀବନ ବଞ୍ଚାଇବା ପାଇଁ ଦୋଉଡିବାରେ ଲାଗିଲା । କିନ୍ତୁ ଆଗକୁ ଯିବା ପରେ ସେ ଦେଖିଲା ତା ସାମ୍ନାରେ ଏକ ପୋଖରୀ ଅଛି । ସେ କିଛି ନଭାବି ନିଜ ଜୀବନକୁ ବଞ୍ଚାଇବା ପାଇଁ ପୋଖରୀ ଭିତରକୁ ପଶିଗଲା । କିନ୍ତୁ ପୋଖରୀରେ ପାଣି କମ କାଦୁଅ ବହୁତ ଥିଲା ।

ଯାହା ଫଳରେ ଗାଈ କାଦୁଅରେ ଧସି ହୋଇ ଭିତରକୁ ଯିବାକୁ ଲାଗିଲା । ଏହା ତ ଆପଣ ଜାଣିଥିବେ ବାଘ ତା ଶିକାରକୁ କେବେ ମଧ୍ୟ ହାତ ଛଡା କରିନଥାଏ । ଯେ କୌଣସି ପରିସ୍ଥିତିରେ ବି ଶିକାର କରିକି ରହିଥାଏ । ତେଣୁ ସେ ସିଧା ପୋଖରୀ ଭିତରକୁ ଜୋରେ ଲମ୍ଫ ମାରିଲା । ଯାହାଫଳରେ ବାଘ ମଧ୍ୟ ସେହି କାଦୁଅରେ ଧସି ହେବାକୁ ଲାଗିଲା । ଏହି ପରିସ୍ଥିତି ଉଭୟ ଗାଈ ଏବଂ ବାଘ ନିଜ ବେକ ପର୍ଯ୍ୟନ୍ତ କାଦୁଅରେ ଧସି ହୋଇସାରିଥିଲେ ।

ପ୍ରଥମେ ଜୀବନ ବଞ୍ଚାଇବା ହୋଇଥାଏ ତେଣୁ ବାଘ ତା ଶିକାର କରିବାର ନିଶା ଛାଡି ସାରିଥିଲା । ଏବେ କେବଳ ସେ ନିଜ ଜୀବନ କିଭଳି ବଞ୍ଚାଇବା ସେହି କଥା ହିଁ ଭାବୁଥିଲା । ଗାଈ ଏହା ଦେଖି କହିଲା ତୁ ତ ମତେ ଖାଇବା ପାଇଁ ଗୋଡାଇ ଥିଲୁ କିନ୍ତୁ ଏବେ ନିଜେ ଆସି ମରଣ ଜନ୍ତାରେ ପଡିଲୁ ତେବେ ତୋ ମହାବଳ ଶକ୍ତିର କଣ ମୂଲ୍ୟ ।

ବାଘ ମଧ୍ୟ କହିଲା ଗାଈକୁ ତୁ ତ ଏକ ସରଳ ଭଗବାନ ବିଶ୍ଵାସୀ ପ୍ରାଣୀ ତେବେ ତୋ ସହ ଏପରି କାହିଁକି ଘଟିଲା । ଏହା ଶୁଣି ଗାଈ ଭଗବାନଙ୍କୁ ନିଜ ଜୀବନର ପ୍ରାଥନା କରିଲା ବାଘକୁ ଏହାର ଜବାବ ଦେବା ପାଇଁ । ସେହି ପୋଖରୀକୁ ପାଣି ପିଇବାକୁ ଆସିଥିବା ଏକ ଲୋକ ଗାଈକୁ ଏହି ପରିସ୍ଥତିରେ ଦେଖି ବହୁତ କଷ୍ଟରେ ଗାଈକୁ ଉଦ୍ଧାର କରି ନିଜ ସାଙ୍ଗରେ ନେଇଗଲା ।

ଏହା ଦେଖି ବାଘ ଭାବିବାକୁ ଲାଗିଲା ସତରେ ଶକ୍ତି ଥାଇ ମଧ୍ୟ କିଛି ଲାଭ ନଥାଏ ଯଦି ମାନରେ ଅହଂଙ୍କର ଥାଏ । ତେଣୁ ମନରେ ସର୍ବଦା ଗାଈ ଭଳି ସମର୍ପଣ ଭାବନା ରଖିଲେ ହିଁ ଭଗବାନ ଆପଣଙ୍କ ଖରାପ ସମୟରେ ଆପଣଙ୍କ ସାଥିରେ ଠିଆ ହେବେ ଆପଣଙ୍କୁ ସେଥିରୁ ଉଦ୍ଧାର କରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *