ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ କାର ଧକ୍କା ରେ ଜଣେ ନିରୀହ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଥିଲା । ଯେଉଁ ରାନୀ ଅଣ୍ଡା ଦିନେ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ଦିନ ରାତି ଏକ କରି ଦେଉଥିଲେ ତାଙ୍କ ଗାଡିରେ ସୁକାନ୍ତ ବେହେରା ନାମକ ଯୁବକଙ୍କର ଧକ୍କା ରେ ମୃତ୍ୟୁ ହୋଇଛି । ଏହାପରେ ରାନୀ ସୁକାନ୍ତଙ୍କ ପୁଅକୁ ମଣିଷ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏହାରି ଭିତରେ ସୁକାନ୍ତଙ୍କ ପୁଅଙ୍କ ମୃତ୍ୟୁ ହୋଇଛି ।
ଯାହାକୁ ନେଇ ରାନୀ ପ୍ରତିକ୍ରିୟା ଦେଇ କହିଛନ୍ତି “ସତରେ ଭଗବାନ ତୁମେ କାହାର ନୁହେଁ, ଏ ସମାଜରେ ମୋତେ ଗୋଟେ ହତ୍ୟାକାରୀ ରୂପେ ସଜାଇ ଦିଆଗଲା । ମୁଁ ସବୁ ଆଡୁ ବିଶ୍ଵାସ ହରେଇ ଥିଲି ଭଗବାନ ହେଲେ ତୁମ ପାଖରେ ମୋ ବିଶ୍ଵାସ ଅଟକି ଯାଇଥିଲା । ଆଉ ତୁମେ ମୋ କଣ୍ଠରେ କୁହାଇ ଥିଲ ଯେ, ସୁକାନ୍ତ ପରିବାର ର ଦାୟିତ୍ଵ ମୋର । ଆଉ ନାଚିବି ସୁକାନ୍ତ ପୁଅକୁ ପାଠ ପଢେଇବି ଏବଂ ବଡ ମଣିଷ କରେଇବି ।
ହେଲେ ଏ କଣ କଲ ଭଗବାନ ମୋତେ ଟିକେ ସେ ସୁଯୋଗ ବି ଦେଲନି ଯେ ମୁଁ ସୁକାନ୍ତ ପୁଅକୁ ପାଠ ପଢେଇ ପାରିଥାନ୍ତି । ମୋ ଅଜଣାତରେ ଯେଉଁ ଭୁଲ ହେଇଯାଇଛି ସେ ଭୁଲର ମୁ ପ୍ରାୟଶ୍ଚିତ କରିଥାନ୍ତି । ସୁକାନ୍ତ ପୁଅକୁ ମୁଁ ମଣିଷ ପରି ମଣିଷଟିଏ କରିଥାନ୍ତି । ଆଉ ଏହା ଥିଲା ମୋ ଜୀବନର ସବୁଠାରୁ ବଡ ଲକ୍ଷ । ସୁକାନ୍ତ ପୁଅ ବଡ ହେବ ପାଠ ପଢିବ ଆଉ ବଡ ହାକିମ ଟିଏ ହେବ ।
କେବଳ ଏତିକି ନୁହେଁ ସୁକାନ୍ତ ପୁଅ କାଳିଆ ଘୋଡାରେ ଚଢିବ ଆଉ ଉପରେ ସୁକାନ୍ତ ଭାଇ ନିଜ ପୁଅକୁ ଦେଖି ଖୁସି ହେଉଥିବ । ହଁ ଏହା ଥିଲା ମୋ ଜୀବନର ସବୁଠାରୁ ବଡ ସ୍ଵପ୍ନ । ସବୁଠାରୁ ବଡ ଲକ୍ଷ ଯାହାକୁ କରିବା ପାଇଁ ଭଗବାନ ତୁମେ ସାଥ ଦେଲନି । ସତରେ ଭଗବାନ ତମେ ନିଷ୍ଠୁର ସତରେ ଭଗବାନ ତମେ କାହାର ନୁହେଁ କିନ୍ତୁ ମୁଁ ପକ୍କା ଜିଦିଆ ଝିଅ । ଜୀବନରେ ଅନେକ ସାହାର୍ଯ୍ୟ ମୁଁ କରିଛି ଅନେକ ଦୁଃଖୀ ଲୋକଙ୍କ ସହ ମୁଁ ଛିଡା ହେଇଛି ।
ଅନେକ ଲୋକଙ୍କର ଯେଉଁ ଅସୁବିଧା ରହିଛି ତାକୁ ସୁଧାରୀ ଆସିଛି । ଅନେକ ସମସ୍ୟାକୁ ସମାଧାନ କରିବା ପାଇଁ ଅଣ୍ଟା ଭିଡିଛି । ଅସମୟରେ ଅବେଳାରେ ଯିଏ ଯେଉଁଠି ଯେମିତି ଡାକିଛି ମୁଁ ପହଞ୍ଚିଛି ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି ସାହାର୍ଯ୍ୟ କରିବା ପାଇଁ । ଆଉ ମୁଁ ଏଭଳି ଏକ ମଣିଷ ଯିଏ ସବୁଦିନ ନୀତି ଜଳି ଜଳି ବଞ୍ଚୁଛି ସେ ପୁଣି ଅଜାଣତରେ କରିଥିବା ଏକ ଭୁଲ ପାଇଁ ।
ମୋ ଅଜଣାତରେ ସୁକାନ୍ତ ଭାଇଙ୍କ ମୃତ୍ୟୁ ହୋଇଥିଲା । ଆଉ ଭାବିଥିଲି ସୁକାନ୍ତ ଭାଇଙ୍କ ପୁଅକୁ ପାଠ ପଢାଇ ମଣିଷ କରି ମୁଁ ମୋ ପାପର ପ୍ରାୟଶ୍ଚିତ କରିବା ପାଇଁ । ହେଲେ ଭଗବାନ ତମେ ନିର୍ଦୟ ତମର ହୃଦୟ ନାହିଁ” । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।