ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମ୍ବାଦ ର ଚାହିଦା ବହୁତ ଅଧିକ ଅଛି । ଆମ ବିଶ୍ୱ ରେ କେଉଁଠାରେ କଣ ଘଟୁଛି ତାହା କେବଳ ଆମେ ବିଭିନ୍ନ ସମ୍ବାଦ ପତ୍ର କିମ୍ବା ନ୍ୟୁଜ ଚ୍ୟାନେଲ ରୁ ଜାଣି ପାରୁଛୁ । ସମ୍ବିଧାନ ରେ ମିଡ଼ିଆ କୁ ଏକ ସ୍ତମ୍ବ ବୋଲି କୁହାଯାଇଛି । ଏହା ସମସ୍ତଙ୍କ ପାଇଁ ସମାନ ଭାବରେ କାର୍ଯ୍ୟ କରିଥାଏ । ସେ ଯେ କୌଣସି ବ୍ୟକ୍ତି ହେଉ ମିଡ଼ିଆ ସମସ୍ତ ଙ୍କ ପାଇଁ ସମାନ ଭାବରେ କାର୍ଯ୍ୟ କରିଥାଏ । ଏହାର ଶ୍ରେୟ କେବଳ ବିଭିନ୍ନ ନ୍ୟୁଜ ଚ୍ୟାନେଲ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ଦିଆ ଯିବା ଉଚିତ ।
ତେବେ ଏହି ନ୍ୟୁଜ ଚ୍ୟାନେଲ ମାନଙ୍କ ରେ ମୂଖ୍ୟତଃ ଉପସ୍ଥାପକ ମାନେ ଦର୍ଶକ ଙ୍କ ନଜର କୁ ଆସିଥାନ୍ତି । ତେବେ ଅନେକ ଗୁଡିଏ ଉପସ୍ଥାପକ ମାନେ ବହୁତ ଚର୍ଚ୍ଚା ରେ ରହିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି କି ଏହି ଉପସ୍ଥାପକ ମାନଙ୍କ ର ଦରମା କେତେ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଏହା ଜଣାଇ ଦେଉଅଛୁ କି ଏହି ଉପସ୍ଥାପକ ମାନଙ୍କ ର ଦରମା ବହୁତ ଅଧିକ ହୋଇଥାଏ । ତେବେ ଏମାନଙ୍କ ର ଦରମା କେତେ ହୋଇଥାଏ ଆଜି ଆମେ ଆପଣଂକୁ ଜଣାଇବୁ ।
ରୋହିତ ସରଦନା-ବନ୍ଧୁଗଣ ହରିୟାଣା ର ସାମ୍ବାଦିକ ହେଉଛନ୍ତି ରୋହିତ ସରଦନା । ସେ ପ୍ରଥମେ ଜି ନ୍ୟୁଜ ପାଇଁ କାମ କରୁଥିଲେ । ଏହା ପରେ ସେ କିଛି ଦିନ ହେବ ସେହି ନ୍ୟୁଜ ଚ୍ୟାନେଲ କୁ ଛାଡି କରି ଆଜତକ ନ୍ୟୁଜ ଚ୍ୟାନେଲ ରେ ଯୋଗ ଦେଇଛନ୍ତି ଓ ସେଠାରେ ସେ ଦଙ୍ଗଲ ନାମକ ଏକ କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି । ଏହି ସାମ୍ବାଦିକ ଜଣଙ୍କ ମାସ କୁ ପ୍ରାୟତଃ ୮ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।
ଶ୍ୱେତା ସିଂହ-ବନ୍ଧୁଗଣ ଆପଣ ମାନେ ତ ଶ୍ୱେତା ସିଂହ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ଆଜତକ ନ୍ୟୁଜ ଚ୍ୟାନେଲ ର ଉପସ୍ଥାପନା କରିବା ସହିତ ଚିଫ ଏଡିଟର ମଧ୍ୟ ଅଟନ୍ତି । ସେ ବିହାର ରେ ଜନ୍ମ ହୋଇଛନ୍ତି । ସେ ନିଜର ପାଠ ପଢା ମଧ୍ୟ ବିହାର ଠାରେ ହିଁ କରିଛନ୍ତି । ନ୍ୟୁଜ ଦୁନିଆ ରେ ତାଙ୍କର ବହୁତ ବଡ଼ ହାତ ରହିଛି । ତାଙ୍କର କାର୍ଯ୍ୟ କରିବାର ଶୈଳୀ ଏତେ ଭଲ ଯେ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିଛି । ସେ ମାସିକ ପ୍ରାୟ ୮ ଲକ୍ଷ ୩୩ ହଜାର ଟଙ୍କା ରୋଜଗାର କରିଥାନ୍ତି ।
ସୁଧିର ଚୌଧୁରୀ-ବନ୍ଧୁଗଣ ଆପଣ ମାନେ ସୁଧୀର ଚୌଧୁରୀ ଙ୍କୁ ଜି ନ୍ୟୁଜ ରେ ପ୍ରସାରିତ ଡ଼ି ଏନ ଏ କାର୍ଯ୍ୟକ୍ରମ ରେ ନିହାତି ଭାବରେ ଦେଖିଥିବେ । ସାମ୍ବାଦିକତା ଦୁନିଆ ରେ ତାଙ୍କର ଅନେକ ନାମ ରହିଛି । ସେ ଅନେକ ବଡ଼ ବଡ଼ ଲୋକ ଙ୍କ ର ଇଣ୍ଟରଭ୍ୟୁ ନେଇଛନ୍ତି । ସେ ମାସିକ ୨୫ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।
ରଜତ ଶର୍ମା-ରଜତ ଶର୍ମା ଙ୍କ ର ପରିଚୟ ଦେବା ବର୍ତ୍ତମାନ ସମୟ ରେ କିଛି ଆବଶ୍ୟକତା ହୋଇ ନ ଥାଏ । ସେ ଦେଶ ରେ ସମସ୍ତ ଙ୍କ ପ୍ରିୟ ସାମ୍ବାଦିକ ଭାବରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ସେ ନିଜର ଉଚ୍ଚକୋଟୀର କାର୍ଯ୍ୟ ପାଇଁ ଅନେକ ପ୍ରଶଂସା ପାଇଛନ୍ତି । ତାଙ୍କର ଆପ କି ଅଦାଲତ କାର୍ଯ୍ୟ ପାଇଁ ସେ ବହୁତ ପ୍ରସିଦ୍ଧ ହୋଇଥିଲେ । ସେ ବର୍ତ୍ତମାନ ଇଣ୍ଡିଆ ଟିଭି ରେ କାର୍ଯ୍ୟ କରୁଛନ୍ତି । ସେ ମାସିକ ପ୍ରାୟତଃ ୩୦ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।
ଅର୍ନବ ଗୋସ୍ୱାମୀ-ନିଜର କାର୍ଯ୍ୟ ଦକ୍ଷତା ପାଇଁ ଅର୍ନବ ଗୋସ୍ୱାମୀ ବହୁତ ଚର୍ଚ୍ଚା ରେ ରହିଥାନ୍ତି । ସେ ପୂର୍ବରୁ ଅନେକ ନ୍ୟୁଜ ଚ୍ୟାନେଲ ପାଇଁ କାର୍ଯ୍ୟ କରି ଆସିଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ସେ ରିପବ୍ଲିକ ଟିଭି ରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ତାଙ୍କର ରିପୋର୍ଟିଂ କରିବା ଶୈଳୀ ପାଇଁ ସେ ସମସ୍ତ ଙ୍କ ନିକଟ ରେ ବେଶ ପରିଚିତ ହୋଇ ପାରିଛନ୍ତି । ସେ ମାସକୁ ପ୍ରାୟ ୧ କୋଟି ଟଙ୍କା ରୋଜଗାର କରିଥାନ୍ତି ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।