ଭେଣ୍ଡିଆ ପୁଅକୁ ଧକ୍କା ଦେଲା ବସ, ଶେଷ ସମୟରେ ମା କୁ ଖୋଜୁଥିଲା ପୁଅ! କିନ୍ତୁ ମା’ କୁ ଦେଖିବା ପୂର୍ବରୁ… ଦେଖନ୍ତୁ Video

ଗତ ୫ ବର୍ଷ ତଳେ ବାପା ଆରପାରିକୁ ଚାଲି ଯାଇଥିଲେ । ଗୋଟିଏ ବୋଲି ପୁଅ ଥିଲା ଯାହାର ମୁହଁ ଦେଖି ଦିନ କାଟୁଥିଲା ମା । କିନ୍ତୁ ଦଇବ ଏତେ ନିଷ୍ଠୁର ଯେ ଭେଣ୍ଡିଆ ପୁଅକୁ ମା ଠାରୁ ଛଡାଇ ନେଇଛି । ପୁଅ ସକାଳୁ ବାହାରି ଯାଇଥିଲା ଦୋକାନକୁ ଜଳଖିଆ ଆଣିବାକୁ । ଜଳଖିଆ ଆସି ଫେରି ସମୟରେ ରାସ୍ତାରେ ଜଗିଥିଲା ଯମ । ଆଉ ପଛ ପଟୁ ଆସି ଧକ୍କା ଦେଇଥିଲା ବସ ଯାହା ଫଳରେ ଯୁବକ ଜଣକ ଘୋଷାଡ଼ି ହୋଇ ପଡି ଯାଇଥିଲେ । ଆଉ ସେଠାରେ ଯୁବକଙ୍କର ମୃତ୍ୟୁ ଘଟିଥିଲା ।

ଏହି ଖବର ପାଇ ଦଉଡି ଆସିଥିଲେ ଯୁବକ ଙ୍କ ପରିବାର । ଆଉ ଦେଖିଲେ ରାସ୍ତାରେ ପଡିଛି ପୁଅର ମୃତ ଦେହ ଆଉ କିଛି ଦୂରରେ ପଡିଛି ପୁଅର ଗାଡି । ଏହି ଦୃଶ୍ୟ ଦେଖି ଛାତି ଫାଟି ଯାଉଛି ପରିବାର ଲୋକଙ୍କର । ମୁଣ୍ଡ ବାଡେଇ କାନ୍ଦୁଛି ମା । ଭଉଣୀ ଭାଇକୁ ମେଡିକାଲ ନେବାକୁ ନେହୁରା ହେଉଛି । ହେଲେ ତା ଭାଇ କଣ ଆଉ ଅଛି । ତା ଭାଇ ପରା ସବୁ ଦିନ ପାଇଁ ଆଖି ବୁଜି ଦେଇଛି । ଛଟପଟ ହୋଇ ତା ଭାଇର ମୃତ୍ୟୁ ହୋଇଛି ।

ଦର୍ଶକ ବନ୍ଧୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ନାଉ ଗାଁ ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତି ପଲ୍ଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨୫ ବର୍ଷୀୟା ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସ୍ଥାନୀୟ ଖଇରା ଗାଁ ର ବିଜେସ ମିଶ୍ର । ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟା ୩୦ ହେବ ବ୍ରିଜେସ ମୁଣ୍ଡାଳ ଛକରୁ ନିଜ ଘରକୁ ଫେରୁଥିଲେ ।

ଅଭିରାମ ନାମକ ଘରୋଇ ବସ ତାଙ୍କୁ ଧକ୍କା ଦେଇଥିଲେ । ତେବେ ଘଟଣା ସ୍ଥଳରେ ବ୍ରିଜେସ ଙ୍କ ମୃତ୍ୟୁ ଘଟିଥିବା ବେଳେ ବସ ଟି ଘଟଣା ସ୍ଥଳରୁ ଯାଇ ଥାନା ରେ ହାଜର ହୋଇଛି । ଦୁର୍ଘଟଣା ର ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଜଗତସିଂପୁର ନାଉ ଗାଁ ର ମୁଖ୍ୟ ରସତା କୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ନାଉ ଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ମୃତା କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବାକୁ ଦାବି କରି ସ୍ଥାନ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ ୨୦୧୫ରେ ବ୍ରିଜେସ ଙ୍କ ବାପା ରାଜେଶ କୁମାର ରାଏ ମଧ୍ୟ ଏଭଳି ଏକ ସଡକ ଦୁର୍ଘଟଣା ରେ ପ୍ରାଣ ହରାଇ ଥିଲେ । ପ୍ରଶାସନ ପକ୍ଷ ରୁ ପ୍ରତିଶ୍ରୁତି ଦିଆଗଲେ ରାସ୍ତା ଅବରୋଧ ବନ୍ଦ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *