ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଭୋଟ ପରିଚୟ ସହ ଆଧାର କାର୍ଡ଼ ସଂଯୋଗ ହେବାକୁ ଯାଉଛି । ପୂର୍ବରୁ ଆଧାର କାର୍ଡକୁ ସବୁ କ୍ଷେତ୍ର ରେ ଓ ବିଭିନ୍ନ ଆବଶ୍ୟକୀୟ କାର୍ଡ ସହ ଲିଙ୍କ କରା ଯାଉଥିଲା । ଏବ ଭିତର କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରାଯିବ । ଏ ନେଇ ନିର୍ବାଚନ ଆଇନ ସଂଶୋଧନ ବିଲ ୨୦୨୧ ଲୋକସଭାରେ ଗୃହିତ କରା ଯାଇଛି ।
ଜଣେ ବ୍ୟକ୍ତିଙ୍କ ନାମ ଏକାଧିକ ସ୍ଥାନରେ ଭୋଟର ଭାବେ ତାଲିକା ଉପରେ ରୋକ ଲଗାଇବା ପାଇଁ ଏଭଳି ବିଲ ପାଳିତ କରା ଯାଇଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ଋଜୀଜୁ ଏହି ବିଲ ଆଗତ କରିଥିଲେ । ଏହି ନୂଆ ବ୍ୟବସ୍ଥା ଦ୍ଵାରା ଦେଶରେ ବୋଗସ ଭୋଟିଂ ବନ୍ଦ ହୋଇଯିବା ସହ ନିର୍ବାଚନ ପ୍ରକ୍ରିୟା ଆହୁରି ସ୍ଵଚ୍ଛ ହେବ ବୋଲି ସେ ଯୁକ୍ତି ବାଢିଥିଲେ । କିନ୍ତୁ କଂଗ୍ରେସ, AIMIM, DSP ଓ ଅନ୍ୟ ବିରୋଧୀ ଦଳ ଏହି ବିଲକୁ ବିରୋଧ କରିଥିଲେ ।
ନୂଆ ବ୍ୟବସ୍ଥା ଦ୍ଵାରା ଲୋକ ମାନଙ୍କର ଗୋପନୀୟ ଅଧିକାର ଉଲଂଘନ ହେବା ସହ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ହେବ କହି ବିଲକୁ ଷ୍ଟାଣ୍ଡିଂ କମିଟିକୁ ପଠାଯିବା ଲାଗି ସେମାନେ ଦାବି କରିଥିଲେ । ଏହାକୁ ନେଇ ଅଧିକ ଚର୍ଚ୍ଚା ହେବା ସହ ହୋ ହାଲା ଦେଖା ଯାଇଥିଲା । ତେବେ ହଟୋଗୋଳ ମଧ୍ୟରେ ବାଚନିକ ଭୋଟରେ ଗୃହିତ ହୋଇଥିଲା ବିଲ । ତେବେ ଭୋଟର କାର୍ଡ ଦ୍ଵାରା ବ୍ୟକ୍ତିର ପରିଚୟ ଜଣା ପଡୁଥିଲା ।
ଏହା ଠାରୁ ଅଧିକ ଆଧାର କାର୍ଡକୁ ଅଧିକ ଗୁରୁତ୍ଵ ଦିଆ ଯାଉଥିଲା । ଆଧାର କାର୍ଡ ଲିଙ୍କ ଦ୍ଵାରା ବ୍ୟକ୍ତିର ଅନେକ ବ୍ୟକ୍ତିଗତ କାମ ମଧ୍ୟ ହୋଇ ପାରୁଥିଲା । ସରକାରଙ୍କ ନିୟମ ଅନୁଯାୟୀ ପ୍ରତେକ କ୍ଷେତ୍ର ରେ ଆଧାର କାର୍ଡ ଲିଙ୍କ କରା ଯାଉଥିଲା । ଯାହା ପାଇଁ ଜନତା ମାନେ ଅନେକ ସୁବିଧା ମଧ୍ୟ ପାଇ ପାରୁଥିଲେ ।
ତେବେ ଏଭଳି ବିଲ ଗୃହିତ ହେବା ପରେ ଲୋକ ମାନଙ୍କର ମୌଳିକ ଅଧିକାର ଉପରେ କିଭଳି ପ୍ରଭାବ ପଡିବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇ ପଡିଛି । ଭୋଟର କାର୍ଡ ସହ ଆଧାର କାର୍ଡ ଲିଙ୍କ ହେବେ କେତେ ଦୂର ଯୁକ୍ତିଯୁକ୍ତ ତାହା ସମସ୍ତଙ୍କର ମତାମତ ହେବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।