ଏହି କଥା ଭୁଲରେ ବି କାହାକୁ କୁହନ୍ତୁ ନାହିଁ, ନଚେତ ବହୁତ ପସ୍ତେଇବେ- Chanakya Niti

ଚାଣକ୍ୟ ନୀତିର ରଚନା କର୍ତ୍ତା ଆଚାର୍ଯ୍ୟ ଚାଣକ୍ୟଙ୍କୁ ବୁଦ୍ଧିମାନ ବ୍ୟକ୍ତି ଭାବେ ବିବେଚନା କରାଯାଏ । ଆଜି ବି ତାଙ୍କୁ ଶ୍ରେଷ୍ଠ ଶ୍ରେଣୀରେ ମାନ୍ୟତା ଦିଆ ଅଯାଇଛି । କୌଶଳ ରଣ ନୀତିକାର କୁଟ ନୀତିଜ୍ଞ ହେବା ସହ ଚାଣକ୍ୟ ମହାନ ଅର୍ଥଶାସ୍ତ୍ର ମଧ୍ୟ ଅଟନ୍ତି । ଚାଣକ୍ୟଙ୍କ ଦ୍ଵାର ଅନେକ ଶାସ୍ତ୍ରର ରଚନା କରା ଯାଇଛି । ଯାହା ଆଜିର ମାନବ ଜାତି ପାଇଁ ଉପଯୋଗୀ ଅଟେ । ତାଙ୍କ ଦ୍ଵାରା ରଚିତ ଲିଖିତ ନୀତି ଶାସ୍ତ୍ର ଜନ ମାନସରେ ଖୁବ ଲୋକପ୍ରିୟ ହୋଇ ରହିଛି ।

ଚାଣକ୍ୟଙ୍କ ଦ୍ଵାରା ଲେଖା ଯାଇଥିବା ନୀତି ଶାସ୍ତ୍ରରେ ଏମିତି କଛି କଥା କୁହା ଯାଇଛି ଯାହା ଅନ୍ୟ ମାନଙ୍କୁ କହିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଜୀବରେ ଅପମାନ ହେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ଗୁପ୍ତ କଥା ଗୁଡିକ କଣ ରହିଛି । ୧- ନୀତି ଶାସ୍ତ୍ର ଅନୁସାରେ ଦାଂପତ୍ଯ ଜୀବନୀ ବିଷୟରେ କେବେ ବି ଅନ୍ୟ ଆଗରେ କହିବା ଅନୁଚିତ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯେଉଁ ଆଲୋଚନା ହୋଇଥାଏ ତାହା ନିଜ ଭିତରେ ସୀମିତ ରଖିବା ଉଚିତ ।

ଖାସ କରି ଯେବେ ଦାଂପତ୍ଯ ଜୀବନରେ କୌଣସି କାରଣକୁ ନେଇ କଳହ ହୋଇଥିବ ତାହା ଅନ୍ୟ ଆଗରେ କହିବା ଅନୁଚିତ । ଆପଣଙ୍କର ଯେତେ ପାଖ ବ୍ୟକ୍ତି ହୋଇଥାନ୍ତୁ ନାଁ କାହିଁକି କୌଣସି ତୃତୀୟ ବ୍ୟକ୍ତି ଆଗରେ ଏହି କଥା କହିବା ଅନୁଚିତ । ଏପରି ହେଲେ ଆପଣଙ୍କର ମାନ ହାନି ହୋଇଥାଏ । ଏହା ସହ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ ।

୨- ଚାଣକ୍ୟଙ୍କ ମତରେ ନିଜ କାମକୁ ନେଇ ଯୋଜନା ବିଷୟରେ ଅନ୍ୟ ଆଗରେ କହିବା ଅନୁଚିତ । ଏପରି ହେଲେ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ନୁକସାନ ହୋଇଥାଏ । କାହାକୁ କହିଥିବା କଥା ଦ୍ଵାରା କାର୍ଯ୍ୟ କ୍ଷେତ୍ର ରେ ସଫଳତା ପାଇବା ସମ୍ଭାବନା କମ ହୋଇଯାଏ । ତେଣୁ ଆପଣଙ୍କର କୌଣସି କାମ ପୁରା ହେବା ପରେ ଅନ୍ୟକୁ କହିବା ଉଚିତ ।

୩- ଚାଣକ୍ୟଙ୍କ ମତରେ ଯଦି ଆପଣଙ୍କ ଘର ପରିବାରରେ କୌଣସି କାରଣରୁ ଝଗଡା ହୋଇଛି ତେବେ ଅନ୍ୟ ଆଗରେ କହିବା ଅନୁଚିତ । ଏପରି କରିବା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପରିହାସ କରିବା ସହ ଅପମାନ କରିଥାନ୍ତି । ଏମିତିକି ସମୟ ଆସିଲେ ଏହାର ଫାଇଦା ମଧ୍ୟ ଅନ୍ୟ ମାନେ ଉଠାଇଥାନ୍ତି ।

୪- ନୀତି ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କର କୌଣସି ଜାଗାରେ ଅପମାନ ହୋଇଛି ତେବେ ଭୁଲରେ ଅନ୍ୟ ଆଗରେ କହିବା ଅନୁଚିତ । ଏହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପରିହାସ କରିବା ସହ ଏହାର ଲାଭ ଉଠାଇଥାନ୍ତି । ଯାହା ପାଇଁ ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଅନେକ ଅସୁବିଧାର ସାମନା କରିବାକୁ ପଡ଼ିପାଏ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ନୀତି ଶାସ୍ତ୍ରରେ ଏହି ସବୁ କଥା ବିଷୟରେ କୁହା ଯାଇଛି ଯାହାର ପାଳନ କରିଲେ ମାନବ ଜାତି ସୁଖରେ ରହିବା ସହ ଜୀବନରେ ସଫଳତା ଅର୍ଜନ କରି ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *