ବିବାହିତ ଦମ୍ପତିଙ୍କ ବ୍ଲଡ଼ଗୃପ ସମାନ ଥିଲେ କିଛି ଅସୁବିଧା ହୁଏ କି ! ସ୍ଵାମୀ-ସ୍ତ୍ରୀ ଙ୍କର ବ୍ଲଡ଼ଗୃପ ସମାନ ଥିଲେ କ’ଣ ହୁଏ ଜାଣନ୍ତୁ ? Dr Supriya puranik

ବନ୍ଧୁଗଣ ସବୁ ଲୋକଙ୍କର ବ୍ଲଡ଼ଗୃପ ସମାନ ନଥାଏ । ସାଧାରଣତଃ ବ୍ଲଡ଼ଗୃପ ୨ କମ୍ପୋନେଣ୍ଟର ହୋଇଥାଏ । ଗୋଟିଏ ପଜିଟିଭ ବଲ୍ଡଗୃପ ଓ ଅନ୍ୟଟି ନେଗେଟିଭ ବ୍ଲଡ଼ଗୃପ । କିଛି ଲୋକ କହିଥାନ୍ତି, ଯେ ସ୍ଵାମୀ ଓ ସ୍ତ୍ରୀଙ୍କର ବ୍ଲଡ଼ଗୃପ ସମାନ ରହିବା ଉଚିତ ନୁହେଁ । ନହେଲେ ପିଲାପିଲି ହେବା ବେଳେ ଅସୁବିଧା ହୋଇଥାଏ । ତେଣୁ କେବେ କେବେ ବିବାହ ସମୟରେ ମଧ୍ୟ ଉଭୟ ପୁଅ ଓ ଝିଅଙ୍କର ବ୍ଲଡ଼ଗୃପ ଚେକ କରାଯାଇଥାଏ ।

କାରଣ ଯଦି ଦମ୍ପତିଙ୍କର ବ୍ଲଡ଼ଗୃପ ସମାନ ହୋଇଥାଏ । ତେବେ ସେମାନଙ୍କର ପିଲାପିଲି କରିବା ସମୟରେ ଅସୁବିଧା ଆସିବାର ସମ୍ଭାବନା ରହିଥାଏ । ଏହା ସହିତ ବାରମ୍ବାର ଗର୍ଭପାତ ହେବାର ସମ୍ଭାବନା ରହିଥାଏ । ତେବେ ଏହି ବିଷୟରେ ସଠିକ ତଥ୍ୟ ଡାକ୍ତର ସୁପ୍ରିୟା ପୁରାନିକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ।

ଯେଉଁ ଲୋକଙ୍କ ଠାରେ RH ଆଣ୍ଟିଜେନ ରହିଥାଏ । ସେମାନଙ୍କ RH ପଜିଟିଭ ରହିଥାଏ । ଯେଉଁ ବ୍ୟକ୍ତି ମାନଙ୍କ ଠାରେ RH ଆଣ୍ଟିଜେନ ନଥାଏ । ସେମାନଙ୍କ ଠାରେ RH ନେଗେଟିଭ ରହିଥାଏ । ତେଣୁ କରି ବ୍ଲଡ଼ଗୃପ କ୍ଷେତ୍ରରେ କେଉଁ ବ୍ୟକ୍ତିର ବ୍ଲଡ଼ଗୃପ A ପଜିଟିଭ ଓ କାହାର A ନେଗେଟିଭ ହୋଇଥାଏ କିମ୍ବା କାହାର B ପଜିଟିଭ ଆଉ କାହାର B ନେଗେଟିଭ ବ୍ଲଡ଼ଗୃପ ରହିଥାଏ ।

ଏହିପରି ଭାବେ ନେଗେଟିଭ ଓ ପଜିଟିଭ ବ୍ଲଡ଼ଗୃପମାନ ରହିଥାନ୍ତି । ଯେଉଁମାନେ ସନ୍ତାନ ପ୍ରାପ୍ତି ପାଇଁ ପ୍ଳାନ କରିଥାନ୍ତି । ଯଦି ସେହି କ୍ଷେତ୍ରରେ ମହିଳାର ବ୍ଲଡ଼ଗୃପ O ଓ ପୁରୁଷର ବ୍ଲଡ଼ ଗୃପ A, B କିମ୍ବା AB ଏହା ମଧ୍ୟରୁ କିଛି ବି ହୋଇଥାଏ । ତେବେ ଜନ୍ମିତ ପିଲାଙ୍କ ଠାରେ ABO ଇନକମ୍ପାବିଲିଟି ହେବାର ସମ୍ଭାବନା ରହିଥାଏ । ତେଣୁ ସେହି ପିଲାଙ୍କୁ ଜନ୍ମ ପରେ ଜଣ୍ଡିଶ ହେବାର ବହୁତ ସମ୍ଭାବନା ବହୁତ ରହିଥାଏ ।

ଏହା ଛଡା ଯଦି ମହିଳା ଜଣଙ୍କ RH ନେଗେଟିଭ ଓ ପୁରୁଷ ଜଣଙ୍କ RH ପଜିଟିଭ ରହିଥାଏ । ତେବେ ସେହି କ୍ଷେତ୍ରରେ ଜନ୍ମିତ ପିଲାଠାରେ RH ଇନକାପାବିଲିଟି ହେବାର ସମ୍ଭାବନା ରହିଥାଏ । ଏହି କ୍ଷେତ୍ରରେ ପିଲାଙ୍କୁ ସିଭିଅର ଜଣ୍ଡିସ ହେବାର ସମ୍ଭାବନା ରହିଥାଏ । ତେଣୁ ଯେଉଁ ଦମ୍ପତି ମାନଙ୍କର ବ୍ଲଡ଼ଗୃପ ସମାନ ହୋଇଥାଏ । ସେମାନଙ୍କ କ୍ଷେତ୍ରରେ ABO କିମ୍ବା RH ଇନକାପାବିଲିଟି ହେବାର ସମ୍ଭାବନା ରହିନଥାଏ । ତେଣୁ ସେହି ଦମ୍ପତିଙ୍କର ଜନ୍ମିତ ସନ୍ତାନ ସୁସ୍ଥ ସହକାରେ ଜନ୍ମ ହୋଇଥାଏ ।

ତେଣୁ ଯେଉଁ ଦମ୍ପତି ମାନଙ୍କର ବ୍ଲଡ଼ଗୃପ ସମାନ ରହିଥାଏ । ସେମାନଙ୍କ ଠାରେ ସନ୍ତାନ ଉପରେ କିଛି ଖରାପ ପ୍ରଭାବ ପଡିନଥାଏ । ତେଣୁ ମହିଳାର କଂସିବ ହେବା ମହିଳା ଜଣଙ୍କ ପ୍ରେଗନେଣ୍ଟ ହେବା ବ୍ଲଡ଼ଗୃପ ଉପରେ ନିର୍ଭର କରିନଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *