ବନ୍ଧୁଗଣ ଏମିତି ଏକ ଗାଁ ଅଛି ଯେଉଁ ଠାରେ କୌଣସି ବି ଝିଅ ପାଠ ପଢି ନାହାନ୍ତି । ବିକାଶ କଥା କିଏ ବା ପଚାରେ । ଏହି ଭିଡିଓ ରେ ଯେଉଁ ଦୃଶ୍ୟ ଦେଖା ଯାଉଛି ତାହା ହେଉଛି ସବୁଠାରୁ ବଡ ପ୍ରମାଣ । ଯେଉଁ ବୟସରେ ପିଲା ମାନେ ସ୍କୁଲ ଯିବା କଥା ସେହି ବୟସରେ ମାଟି କାନ୍ଥ ପୋଛା ମାରୁଛି ଏହି ଝିଅ ଜଣକ । ବର୍ତ୍ତମାନ ଯୁଗରେ ମହିଳା ମାନେ ପାଠ ପଢି ଆକାଶରେ ଉଡିଲେଣି ।
କେଉଁ ଝିଅ ବୈଜ୍ଞାନିକ ତ କିଏ ଡାକ୍ତର ତ କିଏ ଇଞ୍ଜିନିୟର ହେଲେଣି ତ ଆଉ କିଏ ପ୍ରଧାନମନ୍ତ୍ରୀ ତ ଆଉ କିଏ ରାଷ୍ଟ୍ରପତି ହେଲାଣି । କିନ୍ତୁ ଏହି ଗାଁର ପିଲା ମାନଙ୍କ ପାଇଁ ପାଠ ସାତ ସପନ ହୋଇ ରହି ଯାଇଛି । ଆବଡା ଖାବଡିଆ ଜଙ୍ଗଲିଆ ରାସ୍ତା ଘଞ୍ଚ ଜଙ୍ଗଲ ଅମଧ୍ୟରେ ୩ଟି ପାହାଡ ନାଳ ଝରଣା ଡେଇଁଗଲେ ଏହି ଗାଁ ପଡେ । ଭୂଗୋଳରେ ରାସ୍ତା ନ ଥିବା ଗାଁ ତୁର୍କା ।
ଏହି ଗାଁ ବସିବାର ଦୀର୍ଘ ୧୦୦ ବର୍ଷ ହେଲାଣି କିନ୍ତୁ ଏବେ ବି ଏହି ଗାଁକୁ ରାସ୍ତା ନାହି କି ଅନ୍ୟ କୌଣସି ସୁବିଧା ନାହି । ତୁର୍କା ଗାଁର କୌଣସି ଝିଅ ମାନେ ପାଠ ପଢି ନାହାନ୍ତି ଯାହା ସବୁଠାରୁ ଆଶ୍ଚର୍ଯ୍ୟକର କଥା । ସଭିଏଁ ପଢିବେ ସଭିଏଁ ବଢିବେ ଝିଅ ହେଲେ ପାଥୋଇ ଦେଶ ଯିବ ଆଗେଇ ଭଳି ଅନେକ ସରକାରୀ ନାରା ରହିଛି କିନ୍ତୁ ତୁର୍କା ଗାଁରେ ଏ ସବୁ କିଛି ନାହି ।
ଘଞ୍ଚ ଜଙ୍ଗଲିଆ ରାସ୍ତା ଯୋଗୁ ୩୦ଗୋଟି ପରିବାର ଥିବା ଏହି ଆଦିବାସୀ ଗାଁ ତୁର୍କାରେ ପାଠୁଆ ପିଲା କହିଲେ ବର୍ତ୍ତମାନ ୯ମ ଶ୍ରେଣୀରେ ପଢୁଥିବା ଜଣେ ନବୀନ ମାଝୀ ସୁଧା ଆଉ କେହି ନାହାନ୍ତି । ଏହା ହେଉଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର କୂଟିଆ କାନ୍ଧଙ୍କ ଗାଁ ତୁର୍କା ।
ସ୍କୁଲ ଯିବାକୁ ହେଲେ ୮ରୁ ୧୦ କିମି ଯୁବା ଗାଁକୁ ଯିବାକୁ ପଡିବ । ତେଣୁ ଘଞ୍ଚ ଜଙ୍ଗଲ ନାଳ ପାହାଡ ଝରଣା ଥିବାରୁ କେହି ପୁଅ ଝିଅ ସ୍କୁଲ ଯିବାକୁ ରାଜି ହେଉ ନାହାନ୍ତି । ଅନ୍ୟ ପକ୍ଷରେ ଜଣେ ପୁଅ ବହୁତ କଷ୍ଟରେ ୯ମ ପାଠ ପଢି ପାଠୁଆ ଭାବେ ଜଣାଶୁଣା ହୋଇଛି ।
ବର୍ଷା ଦିନରେ ସ୍କୁଲ ଯିବା ଅସମ୍ଭବ ଅଟେ । ପାଠୁଆ ପୁଅ ଜଣକ କହିଛନ୍ତି ଯେ ସେ ଏତେ ଦୂର ଚାଲି ଚାଲି ସ୍କୁଲ ଯାଇ ପାଠ ପଢୁଛନ୍ତି । ଏଥିପାଇଁ ତାଙ୍କୁ ଅନେକ ସମସ୍ଯାର ସମୁଖିନ୍ନ ହେବାକୁ ପଡୁଛି । ଖରା ଦିନରେ ମଧ୍ୟ ଏତେ ବାଟ ସ୍କୁଲକୁ ଚାଲିକି ଯିବା ବହୁତ କଷ୍ଟକର ହୋଇ ପଡୁଛି ।
ତୁର୍କା ଗାଁରୁ ମୁଖ୍ୟ ପଞ୍ଚାଳୟ ୧୭କିମି ଦୂର । କିନ୍ତୁ ସରକାରଙ୍କ ବିକାଶ ମାନେ ଦେଖି ନାହାନ୍ତି କି ଜାଣି ନାହାନ୍ତି । ତେବେ ସରକାରଙ୍କର ଏତେ ସବୁ ବିକାଶରୁ ବଞ୍ଚିତ ଅଛନ୍ତି ତୁର୍କା ଗାଁର ଲୋକେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଗାଁର ପିଲା ମାନଙ୍କର ପାଠ ପଢାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।