Bike ଚାଲୁଥିଲା… ସାପ ଚୋଟ ମାରି ଚାଲିଥିଲା ! ଦେଖନ୍ତୁ ଭୟଙ୍କର Video

ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା କୁ ନେଇ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ । ଏମିତି କିଛି ଘଟଣା ସାମ୍ନା କୁ ଆସିଛି ଯାହା ଆଖି ରେ ନ ଦେଖିଲେ ବିଶ୍ଵାସ କରି ହେବ ନାହି । ଆପଣ କେବେ ଶୁଣିଛନ୍ତି କି ଦେଖିଛନ୍ତି କି ଚଳନ୍ତା ଗାଡି ରେ କାହାକୁ ସାପ ଚୋଟ ମାରିବାର । ହଁ ଆଜ୍ଞା ସାପ ନାଁ ଶୁଣିଲେ କାହା ମନରେ ଭୟ ନ ଆସେ ।

କାରଣ ସାପ ହେଉଛି ମାରଣାତ୍ମକ ପ୍ରାଣୀ ଯାହାର ଗୋଟେ ଚୋଟ ର ମଣିଷର ମୃତ୍ୟୁ ହେବା ନିଶ୍ଚିନ୍ତ ଅଟେ । ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଏଭଳି ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଦେଲାଙ୍ଗର ଏକ ଫର୍ଣ୍ଣିଚର ଦୋକାନ ରୁ ମୋଟୋର ସାଇକେଲ ଧରି ଘରକୁ ଖାଇବାକୁ ବାହାରି ଥିଲେ ସୁକାନ୍ତ ସାମନ୍ତରାଏ । ମାତ୍ର ୧୦୦ ମିଟର ଯାଇଥିଲେ ନିଜ ଦୋକାନ ଠାରୁ ଆଉ ଠିକ ସେହି ସମୟରେ ସାପ ଚୋଟ ମାରିଲା ଭଳି ଅନୁଭବ କରିଲେ ।

କିନ୍ତୁ ସୁକାନ୍ତ ଏହାକୁ ଖାତିର ନ କରି ପୁଣି ଆଗକୁ ବଢି ଚାଲିଲେ । ପୁଣି ୧୦୦ ମିଟର ଯାଇଛନ୍ତି କି ନାହି ଗୋଡ ର ଆଉ ଏକ ଜାଗାରେ ଆଉ ଏକ ଚୋଟ ମାରିଲା ଭଳି ଅନୁବାବ କରିଲେ ସୁକାନ୍ତ । ଏହା ପରେ ସେ ଗାଡି ରଖି ଡାହାଣ ଗୋଡ କୁ ଅନାଇ ଦେଖିଲା ବେଳକୁ ଗୋଡ ରୁ ରକ୍ତ ବାହାରୁଛି ଆଉ ଫଣା ଟେକି ଅନାଇଛି ନାଗ ସାପ । ବିକାରେ ମୋଟର ସାଇକଲେ ଛାଡି ଦେଇ ପଳାଇଲେ ସୁକାନ୍ତ । ତୁରନ୍ତ ସେଠିକାର ସ୍ଥାନୀୟ ଲୋକ ମାନେ ସୁକାନ୍ତ କୁ କ୍ୟାପିଟାଲ ମେଡିକାଲ କୁ ନେଇ ଚିକିତ୍ସା କରାଇ ଥିଲେ ।

ଏବେ ସୁସ୍ଥ ଅଛନ୍ତି ସୁକାନ୍ତ । ସେପରେ ଗାଡି ରେ ଥିବା ନାଗ ସାପ କୁ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଆଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ଫୋନ କରି ଏହି ଘଟଣା ସମ୍ପର୍କରେ ଜଣାଇ ଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୋଲଙ୍ଗାଇ ଗାଁ ରେ ପହଞ୍ଚି ଥିଲେ । ହେଲେ ଏତେ ବେଳକୁ  ଗାଡି ଚେକ ସରକେଟ ଭିତରେ ପଶି ଯାଇଥିଲା ନାଗ ସାପ ଟି । ଚେନ ସରକେଟ ଖୋଲି ସାପ କୁ ବାହାର କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ।

ସାପ ଟି ଚେନ ସାରକେଟ ରେ ପଶି ହୋଇ ଯାଇ ଥିବାରୁ ସାପ ଟି ବଞ୍ଚିବା ମୁସ୍କିଲ ହୋଇ ପଡିଥିଲା । ହେଲେ ସବୁଠାରୁ ବଡ କଥା ଚଳନ୍ତା ବାଇକ ରେ କାହାକୁ ସାପ କାମୁଡିବା ଏ ବୋଧ ହୁଏ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *