ପୁତ୍ର ନଥିଲେ ପିତା ମାତାଙ୍କର ଶ୍ରାଦ୍ଧ କିଏ ଦେବେ ? ଦଶାହ କର୍ମ କିଏ କରିବେ ? Garuda Purana

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ମାନେ ନିସନ୍ତାନ ବା ଯେଉଁ ମାନଙ୍କର କନ୍ୟା ସନ୍ତାନ ଅଛନ୍ତି ସେମାନେ କିପରି ପିଣ୍ଡ ଦାନ କରିବେ ସେହି ବିଷୟରେ କହିବାକୁ ଯାଉଛୁ । ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ପାଇଁ କିଏ କ୍ରିୟା ଧରିବ ଆଉ ୧୫ ଦିନ ଯାଏଁ ଯେଉଁ ନିୟମ ରହିଛି ତାହା କିଏ କହିବ ସେହି ବିଷୟରେ କହିବାକୁ ଯାଉଛୁ । ଗରୁଡ ପୁରାଣ ଅନୁଯାୟୀ ପିତାଙ୍କର ପିଣ୍ଡ ପୁତ୍ର ଦାନ କରିବେ । ଯଦି କାହାର ପୁତ୍ର ନାହାନ୍ତି ବା ପିତାଙ୍କ ପୂର୍ବରୁ ପୁତ୍ରର ଦେହାନ୍ତ ହୋଇ ଯାଇଛି ସେମିତି କ୍ଷେତ୍ରରେ ପୁଅର ମୃତ୍ୟୁ ହୋଇଥିଲେ ତାଙ୍କ ସ୍ତ୍ରୀ ବା ବୋହୁ ପିଣ୍ଡ ଦାନ କରିବେ ଓ କ୍ରିୟା ଧରିପାରିବେ ।

ଯେଉଁ ମାନଙ୍କର ପୁତ୍ର ସନ୍ତାନ ମୂଳରୁ ନାହାନ୍ତି ସେମାନଙ୍କ କ୍ଷେତରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ବା ସ୍ଵାମୀ କର୍ମ କରିବା ସହ ପିଣ୍ଡ ଦାନ କରିବେ । ନିଜର ଯଦି ସାନ ଭାଇ ଅଛି ଆଉ ବଡ ଭାଇଙ୍କର ମୃତ୍ୟୁ ହୋଇଛି ତେବେ ସାନ ଭାଇ କ୍ରିୟା ଧରିପାରିବେ । କିନ୍ତୁ ସାନ ଭାଇର ମୃତ୍ୟୁ ହେଲେ ବଡ ଭାଇ କ୍ରିୟା ଧରିପାରିବ ନାହି । ସାନ ମାନଙ୍କ ପାଇଁ ବଡମାନେ କ୍ରିୟା ଧରିପାରିବେ ନାହିଁ ।

ଯଦି ସାନ ଭାଇ ନଥାନ୍ତି ତେବେ ସାନ ଭାଇଙ୍କ ପୁଅ ବା ପୁତୁରା ପିଣ୍ଡ ଦାନ କରିବା ସହ ଦଶାହ କର୍ମ କରିପାରିବେ । ଯଦି ୪-୫ ଜଣକ ଭାଇଙ୍କର ଗୋଟେ ପୁଅ ଅଛନ୍ତି ତେବେ ସେହି ପୁଅ ସମସ୍ତଙ୍କର ପିଣ୍ଡ ଦାନ କାମ କରିବ । ଜଣେ ପୁରୁଷଙ୍କର ୩-୪ଟି ସ୍ତ୍ରୀ ଥାଇ ଗୋଟେ ପୁତ୍ର ସନ୍ତାନ ଥିଲେ ସେହି ପୁଅ ପିତା ଓ ସବୁ ମା ମାନଙ୍କର ଦଶାହ କର୍ମ ଓ ପିଣ୍ଡ ଦାନ କରିପାରିବେ ।

ଯଦି କେହି ବ୍ୟକ୍ତିଙ୍କର କେହି ନାହାନ୍ତି ତେବେ ଘନିଷ୍ଠ ବନ୍ଧୁ ଦଶାହ କରିବା ସହ ଶ୍ରାଦ୍ଧ ଦେଇପାରିବେ । ମୃତ ବ୍ୟକ୍ତିଙ୍କର କେବେ ବି ଶ୍ରାଦ୍ଧ ଦିଆଯିବା ବନ୍ଦ କରାଯାଇ ପାରିବ ନାହିଁ । ବର୍ଷକ ପରେ ଯେମିତି ବି ହେଉ ଭୁଜ ଟେକାଯିବା ଯାହା ଆମ ଶାସ୍ତ୍ରରେ ଲେଖାଅଛି । ଯେଉଁ ମାନଙ୍କର ପରିବାର କହିଲେ କେହି ନାହାନ୍ତି ସେମାନଙ୍କ କ୍ଷେତ୍ରରେ କୁଳ ପୁରୋହିତ ସବୁ ଶ୍ରାଦ୍ଧ ଓ ଦଶାହ କର୍ମ କରିପାରିବେ ।

ସେଥିପାଇଁ କୁଳ ପୁରୋହିତଙ୍କୁ ମାନ୍ୟତା ଦିଆଯାଇଛି । ଯେଉଁ ମାନଙ୍କ ଘରେ ଭାଇ ଭାଇ ମଧ୍ୟରେ ବିବାଦ ଲାଗି ରହିଥାଏ ସେମାନେ ପିଣ୍ଡ ଦେବା ସମୟରେ ଏକାଠି ହୋଇ ଶ୍ରାଦ୍ଧ ଦେବା ଉଚିତ । କାରଣ ଏପରି କରିଲେ ପିତୃ ପୁରୁଷ ପିଣ୍ଡ ପାଇପାରିବେ । ତେଣୁ ଭିନ୍ନ ହେଲେ ବି ଏକତ୍ର ହୋଇ ପିଣ୍ଡ ଦାନ କରିବା ଉଚିତ । ନିଜ ଘରେ ଅଲଗା ଅଲଗା ପିଣ୍ଡ ଦାନ କରିବା ଅନୁଚିତ ।

ପ୍ରଥମାଷ୍ଟମୀରେ ବଡ ସନ୍ତାନଙ୍କୁ ପୂଜା କରାଯାଏ କାରଣ ସେମାନେ ମୃତ ବ୍ୟକ୍ତିଙ୍କର ସବୁ ଦଶାହ କର୍ମ ବା ଶ୍ରାଦ୍ଧ କରିବେ । କାରଣ ଘରର ବଡ ସନ୍ତାନଙ୍କର ସବୁ ଦାୟିତ୍ଵ ହୋଇଥାଏ । ପିତା କେବେ ପୁଅର ଶ୍ରାଦ୍ଧ ବା ପିଣ୍ଡଦାନ କରିବେ ନାହି । ଏପରି ହେଲେ ପିତାଙ୍କର ନର୍କ ଗତି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *