Marital Discord: ବ୍ରଂହପୁର ଦମ୍ପତି Tapaswini ଓ ଡାକ୍ତର Sunmitଙ୍କ ମାମଲାରେ ଆଜି ହେବ ଶୁଣାଣୀ

ନମସ୍କାର ବନ୍ଧୁଗଣ । ବ୍ରଂହପୁର ସହର ବ୍ରମ୍ହାନଗର ଦମ୍ପତି ଡିମ୍ପଲ ବା ତପସ୍ଵିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଆଜି ହେଉଛି ଶୁଣାଣୀ । ଆଜି ବ୍ରଂହପୁରା SDJM କୋର୍ଟ ରେ ଦୁହିଙ୍କ ମାମଲା ରେ ଶୁଣାଣୀ ହେବ । ଏହା ପରେ ଉଭୟଙ୍କ ଓକିଲ ପକ୍ଷ ଏହି ମାମଲା ରେ କଣ ରାଏ ଦେବେ ତାହା ଶୁଣାଣୀ ପରେ ଜଣା ପଡିବ । ତପସ୍ଵିନୀ ତାଙ୍କୁ ବରବାତ କରି ଦେଇଛନ୍ତି ବୋଲି ଏକ ଅଡିଓ ଜରିଆରେ ତାଙ୍କ ସ୍ଵାମୀ ଡାକ୍ତର ସୁମିତ ଗତ କାଲି କହିଛନ୍ତି ।

ନିଜର ମୌଳିକ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା କଥା ଉଠାଇ ତପସ୍ଵିନୀ ଙ୍କ ଉପରେ ବର୍ଷିଛନ୍ତି ଡାକ୍ତର ସୁମିତ । ଏହାର ଉତ୍ତର ରେ ତପସ୍ଵିନୀ ଯେପରି ପୂର୍ବରୁ ଲଢେଇ ଜାରି ରଖିଥିଲେ ଠିକ ସେହିପରି ଆଗକୁ ଲଢେଇ ଜାରି ରଖିବେ ବୋଲି ମତ ଦେଇଛନ୍ତି । ଅନ୍ୟ କ୍ଷେତ୍ର ରେ ଡାକ୍ତର ସୁମିତଙ୍କ ଦରମା ବନ୍ଦ କରି ଦେଇଛନ୍ତି ଗଞ୍ଜାମ CDMO ।

ଦୀର୍ଘ ଦିନ ହେବ ଡାକ୍ତର ସୁମିତ କେଉଁ କାରଣ ପାଇଁ ହସପିଟାଲରୁ ଛୁଟି ନେଇ ରହିଛନ୍ତି ଏହା ସମ୍ପର୍କରେ ତଥ୍ୟ ଦେବା ପାଇଁ ବାଲିଶିରା ମେଡିକାଲ କର୍ତ୍ତୁପକ୍ଷ ଙ୍କୁ ଗଞ୍ଜାମ CDMO ଚିଠି ଲେଖିଛନ୍ତି । ତେବେ ସୁମିତଙ୍କ ଦରମା ବନ୍ଦ ହେବା କାରଣରୁ ସେ ବୋଧ ହୁଏ ଅଧିକ ରାଗି ଯାଇ ତପସ୍ଵିନୀ ତାଙ୍କ ବଞ୍ଚିବା ମୁସ୍କିଲ କରି ସାରିଲେଣି ବୋଲି ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ମାମଲା ଦୀର୍ଘ ଦିନ ହେବ ଲାଗି ରହିଲାଣି ।

ତପସ୍ଵିନୀ ସୁମିତଙ୍କ ପାଖକୁ ଫେରିବା ପାଇଁ ଦୀର୍ଘ ଦିନ ହେବ ତାଙ୍କ ଶଶୁର ଘର ଆଗରେ ଧାରଣା ଦେଇ ବସିଥିଲେ । ଯାହା ଫଳରେ ଏହି ମାମଲା ଗଣ ମାଧ୍ୟମରେ ଜରିଆରେ କୋର୍ଟ ରେ ପହଞ୍ଚି ଥିଲା । କୋର୍ଟ ଦୁହିଙ୍କୁ ୭ ଦିନ ଏକାଠି ରହିବା ପାଇଁ ରାଏ ଦେଇଥିଲେ । ଦୁହେଁ ପୋଲିସ ପ୍ରୋଟେକ୍ସନ ରେ ଦୀର୍ଘ ୭ ଦିନ ଏକାଠି ରହିଥିଲେ । କିନ୍ତୁ ୭ ଦିନ ସାରିବା ପାଏ ସୁମିତ ଘର ଖୋଜିବା କଥା କହି କୁଆଡେ ଫେରାର ହୋଇ ଯାଇଛନ୍ତି ।

ଯାହା ଫଳରେ ତପସ୍ଵୀନି ଗଣ ମାଧ୍ୟମରେ ପୁଣି ଥରେ ନିଜର ଲଢେଇ ଜାରି ରଖିବେ ବୋଲି ମତ ଦେଇଥିଲେ । ତେବେ ସୁମିତଙ୍କ ଏହି ବୟାନ ଏହି ମାମଲା ରେ କେଉଁ ମୋଡ ଆଣିବ ତାହା ସମୟ କହିବ । ତେବେ ଆଜି କୋର୍ଟ ରେ କଣ ନିସ୍ପତି ନିଆଯିବ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଆପଣ ଅମାନଙ୍କର ଡାକ୍ତର ସୁମିତ ଓ ତପସ୍ଵିନୀଙ୍କ ମାମଲାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *