ନବ ଦାସ ମ-ର୍ଡ-ର ପ୍ଲଟ୍ ର ସତ କଣ, କେଉଁଠୁ ହୋଇଥିଲା ଷ -ଡ-ଯ-ନ୍ତ୍ର, କିଏ ରଚିଥିଲା ଚକ୍ରବ୍ୟୁହ । ଷ-ଡ-ଯ -ନ୍ତ୍ର ପଛରେ ଲୁଚିଛି କି କୋଇଲା ଟ୍ରାନ୍ସପୋର୍ଟିଂ ବ୍ୟବସାୟ । ହଁ ଦର୍ଶକବନ୍ଧୁ ନବ ଦାସ ହ -ତ୍ୟା କାଣ୍ଡ କୁ ନେଇ ଦିନ ଯେତିକି ଗଡୁଛି ସେତିକି ନୂଆ ନୂଆ ଥିଓରି ସାମ୍ନାକୁ ଆସୁଛି । ମ -ର୍ଡ-ର ମୋଟିଭ ଏ ଯାଏଁ ସ୍ପଷ୍ଟ ହୋଇ ନ ଥିବାରୁ ଏହାକୁ ନେଇ ଚାଲିଛି ଭିନ୍ନ ଭିନ୍ନ ଚର୍ଚ୍ଚା ।
ମର୍ଡର ପଛରେ ଯେଉଁ ସବୁ କାରଣକୁ ନେଇ ଚର୍ଚ୍ଚା ହେଉଛି ସେଥିରେ ରହିଛି ବ୍ଯବସାୟିକ ଶ-ତ୍ରୁ-ତା । କୋଇଲା ଟ୍ରାନ୍ସପୋର୍ଟିଂର ବି-ବା-ଦ ହ-ତ୍ୟା ପଛର ପ୍ରମୁଖ କାରଣ ହୋଇଥାଇ ପାରେ ବୋଲି କୁହା ଯାଉଛି । ହୋଟେଲ ବିଜନେସ ମାଇନିଙ୍ଗ ଟ୍ରାନ୍ସପୋର୍ଟିଂ ସହ ଏକାଧିକ ବ୍ୟବସାୟରେ ବେସ ଆଗରେ ଥିଲେ ନବ ଦାସ ।
2019 ନିର୍ବାଚନ ସମୟରେ ନବ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ବେଦାନ୍ତ କମ୍ପାନୀରୁ ପାଉଁଶ ନିଷ୍କାସନ ଓ ପରିବହନ, ହିଣ୍ଡାଲକୋ, ଆଦିତ୍ୟ ବିର୍ଲା କମ୍ପାନୀରୁ କୋଇଲା ପରିବହନ ନବଙ୍କ ପରିବାର ସଦସ୍ୟଙ୍କ ନାଁ ରେ ଚାଲି ଥିଲା । ଏହା ବାଦ ସୁନ୍ଦରଗଡ, ଝାରସୁଗୁଡା ଏବଂ ସମ୍ବଲପୁର ସମେତ ଅନ୍ୟ କିଛି ସ୍ଥାନରେ ନବଙ୍କର ବିଭିନ୍ନ ବ୍ୟବସାୟ ଚାଲିଥିଲା ।
ଖାସ କରି ଖଣି ବହୁଳ ଜିଲ୍ଲାରେ ନବଙ୍କର ନାନା ପ୍ରକାରର ବ୍ୟବସାୟ ଚାଲି ଥିଲା । ତେବେ କୋଟି କୋଟି ଟଙ୍କାର କୋଇଲା ଟ୍ରାନ୍ସପୋର୍ଟିଂ ପ୍ରାୟତଃ ନବ ଏବଂ ତାଙ୍କ ସମର୍ଥକ ମାନେ କରୁଥିଲେ । ପ୍ରାୟତଃ ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ପାଇଁ ବଡ ପ୍ରତିବନ୍ଧକ ଥିଲେ ନବ ଦାସ । ତେଣୁ ଏବେ ପ୍ରଶ୍ନ ଉଠୁଛି କୋଇଲା ଟ୍ରାନ୍ସପୋର୍ଟିଂ କାରୋବାର ନବଙ୍କ ପାଇଁ କାଳ ହେଲା କି ।
କୌଣସି ପ୍ରଭାବଶାଳୀ ବ୍ୟକ୍ତି ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ବ୍ୟବହାର କରି ନବଙ୍କୁ ରାସ୍ତାରୁ ହଟାଇ ନାହାନ୍ତି ତ । ସେପଟେ ବିରୋଧୀ ଏହାକୁ ତଦନ୍ତ କରି ହ-ତ୍ୟା-କା-ଣ୍ଡ ପଛର ସତ ବାହାର କରିବାକୁ ଦାବି କରିଛନ୍ତି । କେବଳ ବ୍ୟବସାୟ ନୁହେଁ ରାଜନୀତିରେ ବି ବେଶ ସଫଳତା ପାଇଥିଲେ ନବ ଦାସ । 2009ରୁ 2019 3 ଥର ବିଧାୟନ ହୋଇଥିଲେ । କଂଗ୍ରେସରୁ 2 ଥର ଓ ବିଜେଡ଼ିରୁ 2019ରେ ନିର୍ବାଚନ ହୋଇ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ ।
ମନ୍ତ୍ରୀ ହେବା ପରେ ନବଙ୍କ ଶକ୍ତି ଓ କ୍ଷମତା ଆହୁରି ବଢିବା ସହ ନିଜ ବ୍ୟବସାୟକୁ ଆଗକୁ ନେଇ ପାରିଥିଲେ । ପଶ୍ଚିମ ଓଡିଶାରେ ବଢୁଥିବା ପ୍ରଭାବ ଯୋଗୁଁ ଅସୂୟା ଭାବ ରଖି ନବଙ୍କୁ ରାସ୍ତା ରୁ ହଟାଇବାକୁ ଷ-ଡ-ଯ-ନ୍ତ୍ର ହୋଇଥିବା କଥା ଏବେ ଚର୍ଚ୍ଚା ହେଉଛି । ଅନ୍ୟ ପଟେ ଅ-ଭି-ଯୁ-କ୍ତ ଗୋପଳା ଦାସ ଝାରସୁଗୁଡା ଜିଲ୍ଲାରେ ଅନେକ ଦିନ ହେବ ପୋଲିସ ବିଭଗରେ କାମ କରିଥିଲେ ।
ଅନ୍ୟ ପକ୍ଷେ ଅଭିଯୁକ୍ତ ନବଙ୍କ ପାଖେ ପାଖେ ଗୋପାଳଙ୍କ ଫୋଟୋ ବି ସାମନାକୁ ଆସିଛି । ଯଦି କିଛି ଶତ୍ରୁତା ଥିଲା ତେବେ ଗୋପାଳ ଚାହିଥିଲେ ପୂର୍ବରୁ ନବଙ୍କୁ ହ-ତ୍ୟା କରିପାରିଥାନ୍ତେ । ତା ହେଲେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।