ନମସ୍କାର ବନ୍ଧୁଗଣ । ବୋଲେରୋ ପିକଅପ ଟକ କିଣିବା ପାଇଁ ସୋ ରୁମକୁ ଯାଇଥିବା ଜଣେ ଚାଷୀ ନିଜ ଅପମାନର ଏଭଳି ପ୍ରତିଶୋଧ ନେଇଛନ୍ତି ଯିଏ ବି ତାଙ୍କ କାହାଣୀ ଶୁଣୁଛନ୍ତି ସମସ୍ତେ କହୁଛନ୍ତି ବହୁତ ଭଲ ହୋଇଛି । ସୋ ରୁମର ସେଲ୍ସ ମ୍ୟାନ ଭଲକି ପାନେ ପାଇଛି । ପୁରା କାହଣାଇ କିଛି ଅଲଗା ରହିଛି । କାହାଣୀ ଟି ହେଉଛି ହାତ ଶୁକ୍ରବାର ଦିନ କର୍ଣ୍ଣାଟକ ର ତୁଙ୍କୁରୁ ମହିନ୍ଦ୍ରା ସୋ ରୁମ କୁ ପିକ-ଅପ ଟ୍ରକ କିଣିବା ପାଇଁ ଆସିଥିଲେ ଜଣେ ଚାଷୀ ।
ଚାଷୀ ଙ୍କ ନାମ ଥିଲା କେମ୍ପେ କଉଡା । କାହାସୀ ଙ୍କ ବେଶବୁଶା ଦେଖି ସୋ ରୁମ ର ସେଲ୍ସ ମ୍ୟାନ ଜଣକ ଭାବି ନେଲେ ଯେ ଏହି ବ୍ୟକ୍ତି ଜଣକ ବୋଲେରୋ ପିକ-ଅପ ଟ୍ରକ କିଣିବା ପାଇଁ ସମର୍ଥ ନୁହେଁ । ଏହା ପରେ ସେଲ୍ସ ମ୍ୟାନ କହିଥିଲେ ଯେ ଗାଡିର ଦାମ ହେଉଛି ୧୦ ଲକ୍ଷ ଟଙ୍କା । ସେଲ୍ସ ମ୍ୟାନ ଜଣକ ଭାବିଲେ କି ଚାଷୀଙ୍କ ପକେଟରେ ୧୦ ଟଙ୍କା ମଧ୍ୟ ନ ଥିବା ସେ ୧୦ ଲକ୍ଷ ଟଙ୍କା ଦେଇ ବୋଲେରୋ ପିକ-ଅପ ଟ୍ରକ କଣ କିଣିବେ ।
ଏହା ପରେ ସେଲ୍ସ ମ୍ୟାନଙ୍କ କଥା ଶୁଣିବା ପରେ ଚାଷୀ ଜଣକ ପମାଇଟ ହୋଇଥିଲେ । ଯାହାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଚାଷୀ ଜଣକ ସେଲ୍ସ ମ୍ୟାନକୁ ପ୍ରତି ଉତ୍ତର ଦେଇଥିଲେ ଯେ ଯଦି ମୁଁ ଘଣ୍ଟାଏ ଭିତରେ ଟଙ୍କା ନେଇ ପହଞ୍ଚେ ତେବେ ତୁମେ କଣ ଗୋଟିଏ ଦିନରେ ଗାଡି ଦେଲିଭରି କରି ପାରିବ କି ? ଗରିବ ଚାଷୀ ଭାବି ସେଲ୍ସ ମ୍ୟାନ ଜଣକ ତାଙ୍କ ପ୍ରଶ୍ନ ରେ ହଁ କରିଥିଲେ ।
କାରଣ ସେଲେସ ମ୍ୟାନ ଜଣକ ଭାବିଥିଲେ କି ଚାଷୀ ଜଣକ କେବେ ବି ଏତେ ଟଙ୍କା ଆଣି ପାରିବେ ନାହି । କିନ୍ତୁ ପରେ ଚାଷୀ କେମ୍ପେ କଉଡା ୧୦ ଲକ୍ଷ ଟଙ୍କା ଧରି ସୋ ରୁମରେ ଆସି ପହଞ୍ଚି ଥିଲେ । ହେଲେ ସେଲ୍ସ ମ୍ୟାନ ଜଣକ ତୁରନ୍ତ ଗଡାଇ ଡେଲିଭରି ଦେବାରେ ସମର୍ଥ ହୋଇ ନ ଥିଲେ । କାରଣ ଗାଡି ନେବା ପାଇଁ କେମ୍ପେ କଉଡାଙ୍କ ପୂର୍ବ ରୁ ଅନେକ ଲୋକ ଅପେକ୍ଷା କରି ରହିଥିଲେ ।
ତେଣୁ ଅତି କାମରେ ୪ ଦିନ ପୂର୍ବରୁ ବୋଲେରୋ ପିକ-ଅପ ଗାଡି ଦେବା ସମ୍ଭବ ନୁହେଁ ବୋଲି ସେଲ୍ସ ମ୍ୟାନ ଚାଷୀ ଙ୍କୁ କହିଥିଲେ । ଯାହାକୁ ନେଇ ଅନେକ ପାଟିତୁଣ୍ଡ ହେବା ପରେ ପୋଲିସ ଆସି ହସ୍ତକ୍ଷେପ କରିବା ପରେ ସେଲ୍ସ ମ୍ୟାନଙ୍କୁ ଚାଷୀଙ୍କୁ କ୍ଷମା ମାଗିବାକୁ ପଡିଥିଲା ।
ଆଉ ଚାଷୀ ଜଣକ ଶେଷରେ କହିଥିଲେ ଯେ “ତୁମ ସୋ ରୁମରୁ ମୁଁ ଗାଡି କିଣିବି ନାହି” । ତେବେ ଏଭଳି ଭାବେ ସେଲ୍ସ ମ୍ୟାନଙ୍କୁ ଚାଷୀ ଜଣକ ଉଚିତ ଶିକ୍ଷା ଦେଲେ । ବାସ୍ତବରେ ଚାଷୀ ଜଣକ ଯାହା କରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ଅଟେ ।
ବନ୍ଧୁଗଣ ଆପଣ ମାନଙ୍କର ଚାଷୀଙ୍କ ସେଲ୍ସମ୍ୟାନକୁ ଦେଇଥିବା ଶିକ୍ଷା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।