ସବୁ ଆଡେ ବେକାରି ବଢିବା ଦ୍ଵାରା ବେକାରି ମାନଙ୍କୁ ଲୁଟିବା ପାଇଁ ମଧ୍ୟ ଚାରିଆଡେ ବହୁତ ଜାଗାରେ ଲୋକମାନେ ଅଛନ୍ତି ଯେଉଁ ମାନେ କି ଆଇନ କୁ କିଣି ନେଇଛନ୍ତି । ଏହାର ଏକ ଉଦାହରଣ ହେଉଛି ଆଜିର ସମାଜରେ ଲୁଟ ମାଟ । ଏହି ଭଳି ଏକ ଯୁବତୀ ଓ ତାଙ୍କ ସାଙ୍ଗଙ୍କୁ ଚାକିରି କରାଇବା ପ୍ରଲୋଭନ ରେ ଲୁଟି ନେଇଛନ୍ତି କିଛି ଟଙ୍କା । ଏହା ସହ ତାଙ୍କ ସହ କରିଛନ୍ତି ଖରାପ ବ୍ୟବହାର । କହିଛନ୍ତି ତାଙ୍କ ସହ ରାତିବିତାଇବା ପାଇଁ ପଡିବ ।
ତାଙ୍କ ସାର୍ଟିଫିକେଟ ମଧ୍ୟ ରଖୀ ଦେଇ ଛନ୍ତି । ପୋଲିସ ସାହାଜ୍ଯ ନେବା ପାଇଁ ଆଗେଇ ଯାଇଥିଲେ ମଧ୍ୟ ପୋଲିଶ ସାହାଜ୍ଯ କରିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ କିଛି ତଥ୍ୟ ଆସିନୀ ହାତକୁ । ଏହା ସହ ତାଙ୍କ ଧମକ ଅସହ୍ୟ ହୋଇଯାଇଛି ଜୀବନରୁ ମାରିବା ଧମକ ଓ ଖରାପ ଇଙ୍ଗିତ ମଧ୍ୟ କରାଯାଇଛି ।
ଏହା ସହ ଆରୋପି ଙ୍କର ପରିବାର ମଧ୍ୟ ବାଦ ଯାଇନି ପରିବାର ଲୋକଙ୍କ ପାଇଁ ମଧ୍ୟ ସେମାନେ ବିପଦ ସୃଷ୍ଟି କରିବାର ଧମକ ଦେଇଛନ୍ତି । ଅସହାୟ ହୋଇ ଶେଷରେ ଆଶ୍ରୟ ନେବା ପାଇଁ ମିଡିଆ ଆଗକୁ ଆସିଛନ୍ତି ଯୁବତୀ ଓ ତାଙ୍କ ବନ୍ଧୁ ।
ଯୁବତୀ ଙ୍କ କହିବା ଅନୁସାରେ ତାଙ୍କ ଜଣେ ବନ୍ଧୁ ନିଜ ବନ୍ଧୁ ଙ୍କ ସହ ଦେଖା କରାଇ ଥିଲେ ଏହା ପରେ ସେ ଟଙ୍କା ଦେବା ପାଇଁ ମଧ୍ୟ ବାଧ୍ୟ କରାଇ ଥିଲେ କହିଥିଲେ ସରକାରୀ ଚାକିରି ପାଇବା ପାଇଁ ସେମାନେ 200000 ଟଙ୍କା ଆଣିକି ଦିଅ । ଉଭୟ ସାଙ୍ଗ ଆଣିକି ଦେଇ ଥିଲେ କିନ୍ତୁ ମିଳି ନଥିଲା ଚାକିରି ଏହା ପରେ ଡାକି କରି ମିଛରେ କେତେଥର ଇଣ୍ଟରଭିୟୁ ନିଆ ଯାଇଛି ।
ଏହା ପରେ ଆହୁରି ଟଙ୍କା ମଗା ଯାଇ ଥିଲା ଏହା କହିକି କି ତାଙ୍କୁ ନାଲକୋ ରେ ଚାକିରି ଦେବେ । କିନ୍ତୁ ଏହା ମଧ୍ୟ କରାଇ ନଥିଲେ ଅନେକ ଦିନ ଯିବା ପରେ ଉଭୟ ନିଜ ଟଙ୍କା ଫେରସ୍ତ ମାଗି ଥିଲେ ଦୁଇ ବନ୍ଧୁ। କହି ଥିଲେ ଆଉ ଚାକିରି କରିବାର ଆବଶ୍ୟକତା ନାଇ ଆମର ।
କିନ୍ତୁ ସେ ଆଉ ଦେଇ ନଥିଲେ ଟଙ୍କା । ସନ୍ଧ୍ୟା ସମୟରେ ଅଫିସ କୁ ଡାକି ଥିଲେ କହିଥିଲେ ସେ କହିଥିବା କାମ କରିଲେ ମିଳିବ ଟଙ୍କା ଓ ସାର୍ଟିଫିକେଟ । ପୋଲିସ ପାଖକୁ ଗଲେ ପ୍ରାଇଭେଟ ଭିଡ଼ିଓ ଭାଇରାଲ କରାଇବା ଧମକ ମଧ୍ୟ ଦେଇ ଥିଲେ । ପୋଲିସ ମଧ୍ୟ ବାହାନା କରିକି ତାଙ୍କୁ ନଧରିକି କେବଳ ହଇରାଣ କରୁଛି ଏବେ ଉପାୟ ହିନ ହୋଇ ମିଡିଆ ଆଗରେ ସବୁ କହିବାକୁ ପଡିଲା ବୋଲି କହିଛନ୍ତି ଦୁଇ ବନ୍ଧୁ ।
ସଂସ୍ଥାଟି ଭୁବନେଶ୍ବର ର ଚନ୍ଦ୍ର ଶେଖର ପୁରା ଠାରେ ଏହା ଅବସ୍ଥିତ । ଏହା ପରେ ଆଉ ଏକ ସଂସ୍ଥା କୁ ସେମାନେ ପଠାଇ ଥିଲେ ମାତ୍ର ତାହା ଭି ନିରାଶା ରେ ପରିଣତ ହୋଇଥିଲା । ଇନ୍ଫୋସିସ ସୁଯୋଗ ପାଇବା ପରେ ଭି ଏମାନେ ସରକାରୀ ଚାକରି ପାଇବା ପାଇଁ 7 ଲକ୍ଷ ଟଙ୍କା ରେ ଫଶୀ ଯାଇଛନ୍ତି । କହିଛନ୍ତି କନସୋଲଟାନସି କମ୍ପାନୀ ବୋଲି ଉଭୟ । ତେଣୁ ସବୁ ଯୁବକ ସାବଧାନର ସହ ଲାଞ୍ଚ ନ ଦେଇ ଚାକରି କରିବା ଭଲ ।