ଚାକିରି ବଞ୍ଚାଇବାକୁ ପଡିଆରେ ପୋଲିସ, ସକାଳୁ ସକାଳୁ କଲେ କସରତ… ଦେଖନ୍ତୁ Video

ବର୍ତ୍ତମାନ ଟେନସନ ରେ କମିସନରେଟ ପୋଲିସ । ବୁଧବାର ଦିନ ନିର୍ଦ୍ଦେଶ ନାମା ଜାରି ହେଲା । ଆଜି ପଡିଆରେ ପୋଲିସ ବାବୁ ମାନେ । ସକାଳୁ ସକାଳୁ ସମସ୍ତେ ଏକ୍ସସାଇଜ ରେ ବ୍ୟସ୍ତ ଅଛନ୍ତି । ଓଜନ କଣ୍ଟ୍ରୋଲ କରିବା ପାଇଁ ଚାଲିଛି ଜୋରସୋର କସରତ । ତେବେ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ।

ଆଉ ଏହି ଭାଇରାଲ ହୋଇଥିବା ଭିଡିଓ ରେ ପୋଲିସ ବାବୁ ମାନେ ସକାଳୁ ସକାଳୁ ବ୍ୟାୟାମ କରିବାରେ ବ୍ୟସ୍ତ ଅଛନ୍ତି ପଡିଆ ରେ । ହଠାତ ସକାଳୁ ସକାଳୁ ପଡିଆରେ ଏମିତି ଏକ୍ସସାଇଜ କରିବାର ଉଦ୍ଦେଶ୍ୟ କଣ ରହିଛି । ଦର୍ଶକ ବନ୍ଧୁ ସୂଚନା ଅନୁଯାୟୀ ପଡିଆ ରେ ଏଭଳି କସରତ କରିବାର କାରଣ ହେଉଛି ନିଜର ଚାକିରି ବଞ୍ଚାଇବା ପାଇଁ । ଚାକିରି ବଞ୍ଚାଇବାକୁ ପଡିଆ ରେ ଚାଲିଛି ବ୍ୟାୟମ ଆଉ ଏକ୍ସସାଇଜ ।

କମିସନରେଟ ପୋଲିସ ଫିଟନେସ କୁ ଗତ କାଲି ଯେଉଁ ନିର୍ଦ୍ଦେଶ ନାମା ଜାରି କରିଥିଲେ ତାହାର ପ୍ରଭାବ ଆଜି ସକାଳୁ ସକାଳୁ ରାଜଧାନୀ ର ରିଜର୍ଡ଼ ଗ୍ରାଉଣ୍ଡ ରେ ଦେଖିବାକୁ ମିଳିଛି । କାରଣ ପ୍ରତି 15 ଦିନରେ ଏଣିକି ପୋଲିସ ବାବୁ ମାନଙ୍କର ଓଜନ ମପାଯିବ । ଯଦି ଓଜନ ଅଧିକ ରହିଲେ ଅର୍ଡଲି ରୁମର ଦାୟିତ୍ଵ ନେବେ ପୋଲିସ ବାବୁ ମାନେ ।

ଖାଲି ଏତିକି ନୁହେଁ ମାଦକ ଦ୍ରବ୍ଯ ଠାରୁ ପୋଲିସ ବାବୁ ଙ୍କୁ ଦୂରେଇ ରଖାଯିବ ପାଇଁ ପଦକ୍ଷେପ ନିଆଯିବ ବୋଲି କୁହା ଯାଇଛି । ପ୍ରତି ଦିନ ସକାଳେ ଓ ଅପରାହ୍ନ ରେ ଫିଜିକାଲ ଟ୍ରେନିଂ, ସଫେଇ, ଫିଟନେସ ଉପରେ ଗୁରୁତ୍ଵ ଦିଆଯିବ । ଭୁବନେଶ୍ଵର ଅର୍ବାନ ପୋଲିସ କର୍ମଚାରୀ ମାନଙ୍କ ପାଇଁ ଏମିତି କଡା ନିର୍ଦ୍ଦେଶ ଜାରି କରିଛନ୍ତି ଭୁବନେଶ୍ଵର ଡିସିପି ପ୍ରଦୀପ ସିଂ ।

APR, DPO, CP ହେଡକ୍ଵାଟର୍ସ ଟିମ 60, OSAP ମୋବୀଲାଇଯାଇଡ ଫୋର୍ସ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ।  ଏହି ସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀ ମାନଙ୍କ ଓଜନ କୁ ନେଇ ଟାର୍ଗେଟ ଦିଆଯିବ । ରାତି 15 ଦିନରେ ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । ପ୍ରତି ମାସରେ 80 ପ୍ରତିଶତ ଉପସ୍ଥାନ ବାଧ୍ୟତା ମୂଳକ ବୋଲି କହିଲେ ଡିସିପି ।

ୟୁନିଫର୍ମ ରେ ପୋଲିସ କର୍ମଚାରୀ ସ୍ମାର୍ଟ ଦେଖାଯିବା ସହ ଆକ୍ଟିଭ ରହିବା ଉପରେ ଗୁରୁତ୍ଵ ଦେଇଛନ୍ତି ଡିସିପି । କେମିତି ନିଜକୁ ଫିଟ ରଖିବେ ସେ ନେଇ ସବୁ ପୋଲିସ ବାବୁ ମାନେ ଏବେ ଟେନସେନ ରେ ଅଛନ୍ତି । ସେଥିପାଇଁ ତ ଗତ କାଲି ନିର୍ଦ୍ଦେଶ ନାମା ଜାରି ହେଉ ହେଉ ଆଜି ସକାଳୁ ପଡିଆ ରେ ଏକ୍ସ ସାଇଜ କରୁଛନ୍ତି ପୋଲିସ ବାବୁ ମାନେ ।

ସମସ୍ତେ ଫିଟ ଦେଖାଯିବା ଜରୁରୀ ହୋଇ ଥିବାରୁ ଏବେ ଫିଟ ପାଇଁ ଏମିତି ଚାଲିଛି ପ୍ରୟାସ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *