ଚାକିରିଆଙ୍କ ପାଇଁ ବଡ ଖବର, ଏବେ ସପ୍ତାହକୁ 4 ଦିନ Duty ଓ 3 ଦିନ ଛୁଟି…. ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଚାକିରିଆଙ୍କ ପାଇଁ ଆସିଛି ବଡ ସମ୍ବାଦ । ଏଣିକି ୩ ଦିନ ଛୁଟି, ୪ ଦିନ କାମ କରିବେ କର୍ମଚାରୀ । କେନ୍ଦ୍ର ସରକାର ଆସନ୍ତା ବର୍ଷ ୪ ଶ୍ରମ ଆଇନ ଲାଗୁ କରିବାକୁ ଯାଉଛନ୍ତି । ଯାହା ଦ୍ଵାରା ଆପଣ ମାନେ ଏହାର ସିଧା ସଳଖ ଲାଭ ଉଠାଇ ପାରିବେ । ଯଦି ଏହି ନୂଆ ନିୟମ ଲାଗୁ ହେବେ ତେବେ ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ଲାଭ ପାଇ ପାରିବେ । ଏଣିକି ସପ୍ତାହକୁ ୪ ଦିନ ହେବ ଅଫିସ ଡିୟୁଟି ।

ଘରୋଇ ସରକାରୀ ଚାକିରିଆ ମାନଙ୍କ ଉପରେ ଏଣିକି କାମର ବୋଝ କମ ହେବ । କାରଣ କର୍ମଚାରୀଙ୍କୁ ଖୁସି କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ସମୟରେ କର୍ମଚାରୀଙ୍କ ବେତନ ଠାରୁ ଆରମ୍ଭ କରି ଛୁଟି ଓ ଦୈନିକ କାର୍ଯ୍ୟ କରିବା ସମୟରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ନୂଆ ଆଇନ ଅନୁଯାୟୀ ଶ୍ରମକି ମାନଙ୍କୁ ଦୈନିକ ୧୨ ଘଣ୍ଟା କାମ କରିବାକୁ ପଡିବ ।

ନୂଆ ଆଇନ ଅନୁସାରେ ଯେଉଁ କର୍ମଚାରୀ ମାନେ ସପ୍ତାହକୁ ୧୨ ଘଣ୍ଟା ଅକାମ କରିବେ ସେମାନଙ୍କୁ ସପ୍ତାହକୁ ୩ ଦିନର ଛୁଟି ମିଳି ପାଏରିବ । କିନ୍ତୁ ଯେଉଁ ମାନେ ଦୈନିକ ୮ ଘଣ୍ଟା କାମ କରିବେ ସେମନଙ୍କୁ ସେମାନେ ପ୍ରତି ସପ୍ତାହରେ ଗୋଟିଏ ଦିନ ଚୁତ ନେଇ ପାରିବେ । ସିଧା କହିବାକୁ ଗଲେ ମାସକୁ ୪ରୁ ୫ଟି ଛୁଟି ପାଇ ପାରିବେ ।

ସବୁଠାରୁ ବଡ କଥା ହେଉଛି ୪୮ ଘଣ୍ଟା ଡିୟୁଟି କରିବା ପରେ କର୍ମଚାରୀଙ୍କ ସାପ୍ତାହିକ ଛୁଟି ନିର୍ଧାରିତ ହେବ । ୧୨ ଘଣ୍ଟା କାମ କରୁଥିଲେ କର୍ମଚାରୀ ମାନଙ୍କୁ ୩ ଦିନ ଓ ୮ ଘଣ୍ଟା କାମ କରୁଥିଲେ ଗୋଟିଏ ଦିନ ଛୁଟି ମିଳିବ ବୋଲି ପ୍ରସ୍ତାବ ଦିଆ ଯାଇଛି । ନୂଆ ନିୟମ ଅନୁଯାୟୀ କେନ୍ଦ୍ର ସରକାର କର୍ମଚାରୀ ମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି ।

ଯାହା ଫଳରେ ବର୍ତ୍ତମାନ କର୍ମଚାରୀ ମାନେ ଯେତିକି ଟଙ୍କା ଦରମା ପାଉଛନ୍ତି ତାହା ଆଗାମୀ ଦିନରେ କମିଯିବ । କମ୍ପାନୀ ମାନେ ସାଲାରି ଟଙ୍କାକୁ ଅନେକ ପ୍ରକାରର ଭତ୍ତା ଭାବେ ବଣ୍ଟନ କରିବେ । ଫଳରେ କର୍ମଚାରୀଙ୍କ ବେତନ କମ ହେବା କାରଣରୁ ଭବିଷ୍ୟତ ପୁଞ୍ଜି କମିବାରେ ଲାଗିବ । ଏବେ କର୍ମଚାରୀଙ୍କ ମୂଳ ବେତନର ୫୦% ଜମା କରାଯିବ । ବଳକା ବେତନ କର୍ମଚାରୀଙ୍କୁ ଦିଆଯିବ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାରଙ୍କ ଏହି ଆଇନ ଲାଗୁ କରିବା ପାଇଁ ୧୩ଟି ରାଜ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତ ସପ୍ତାହର ଆରମ୍ଭରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ଏହା ବ୍ଯତୀତ ୨୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏବେ ଆଇନ ନେଇ ଚିଠା ପ୍ରସ୍ତୁତ କରୁଥିବା ସୂଚନା ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *