ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଅକ୍ଟୋବର ୨୫ ରେ ଅର୍ଥାତ ଦୀପାବଳି ରେ ଲାଗିଥିଲା ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ । ଆଉ ଏହି ଦିନ ହେତୁବାଦୀ ମାନେ ଚିକେନ ବିରିଆନୀ ଖାଇ ଥିବାରୁ ବିବାଦ ଆରମ୍ଭ ହୋଇଥିଲା । ଏମିତିକି ସୂର୍ଯ୍ୟ ପରାଗ ସମୟରେ ଚ୍ୟାଲେଞ୍ଜ କରି ହେତୁବାଦୀ ମାନେ ଚିକେନ ବିରିଆନୀ ଖାଇବା ମାମଲାରେ କୋର୍ଟ କଚେରୀ ଯାଏଁ ଯାଇଛି । ଆସନ୍ତା ୮ ତାରିଖରେ ଚନ୍ଦ୍ରଗ୍ରହଣ ହେବାକୁ ଥିବାରୁ ହେତୁବାଦୀ ଙ୍କୁ ଆଗୁଆ ଚେତାବନୀ ଦେଇଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ ।
ଚନ୍ଦ୍ରଗ୍ରହଣ ଦିନ ହେତୁବାଦୀଙ୍କ ସାମୁହିକ ଭୋଜନର ବିରୋଧ କରିବା ପାଇଁ ସଂଘ ସର୍ବ ସାଧାରଣ ଜନତାଙ୍କୁ ଅପିଲ କରିଛି । ସଂଘର କର୍ମକର୍ତ୍ତା କହିଛନ୍ତି ହେତୁବାଦୀ ମାନେ ବିଜ୍ଞାନ ନାଁ ରେ ଭ୍ରମ ସୃଷ୍ଟି କରୁଛନ୍ତି । ଏହା ଦ୍ଵାରା ସନାତନ ସଂସ୍କୃତି ଉପରେ ପ୍ରଭାବ ପଡୁଛି । ଲୋକଙ୍କୁ ହଇରାଣ କରିବାକୁ ହେତୁବାଦୀ ମାନେ ଏଭଳି ଯୋଜନା କରୁଛନ୍ତି । ତେଣୁ ଭୁବନେଶ୍ଵର ରାମ ମନ୍ଦିରରେ ଏକଜୁଟ ହୋଇ ହେତୁବାଦୀଙ୍କ ସାମୁହିକ ଭୋଜଙ୍କୁ ବିରୋଧ କରିବା ପାଇଁ ଆହ୍ଵାନ ଦେଇଛି ଓଡିଶା ମନ୍ଦିର ସେବାୟତ ସଂଘ ।
ଆଉ ଏହି ଡାକରାକୁ ଅନ୍ୟ ହିନ୍ଦୁ ସଂଘ ମଧ୍ୟ ସମର୍ଥନ କରିଛନ୍ତି । ସେମାନେ କହିଛନ୍ତି କି ହେତୁବାଦୀ ନ ମାନିଲେ ଆଗକୁ ବଡ ଆନ୍ଦୋଳନ ହେବ । ଅନ୍ୟ ପକ୍ଷ ରେ ହେତୁବାଦୀ ମାନେ କହିଛନ୍ତି ସେମାନେ କୌଣସି ଧର୍ମ କୁ ଆଘାତ ଦେଉ ନାହାନ୍ତି । ଗ୍ରହଣ ଓ ପରାଗ ଏକ ମହା ଜାଗୃତିକ ସଂଯୋଗ । ଗ୍ରହଣକୁ ନେଇ ଲୋକ ମାନଙ୍କ ମନରେ ଥିବା ଅନ୍ଧବିଶ୍ଵାସ କୁ ଦୂର କରିବା ପାଇଁ ଚେଷ୍ଟା କରା ଯାଉଛି । ଶାନ୍ତି ପୂର୍ଣ୍ଣ ଭାବେ ସାମୁହିକ ଭୋଜନ ପାଇଁ ବ୍ୟବସ୍ଥା କରା ଯାଇଛି ବୋଲି ହେତୁବାଦୀ ମାନେ କହିଛନ୍ତି ।
ଚଳିତ ବର୍ଷ ନଭେମ୍ବର ୮ ରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହାକୁ ନେଇ ଭୋର ୫ଟା ୫୪ ମିନିଟ ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରା ଯାଇଛି । ଆସନ୍ତା କାଲି ୨ଟା ୩୮ ମିନିଟ ରେ ଗ୍ରହଣ ସ୍ପର୍ଶ କରିବ ଓ ସନ୍ଧ୍ୟା ୬ଟା ୧୮ ମିନିଟ ରେ ଗ୍ରହଣ ସର୍ବ ମୋକ୍ଷ ହେବ । ଏହାକୁ ନେଇ ଶ୍ରୀ ମନ୍ଦିର ରେ ମଧ୍ୟ ନୀତି କାନ୍ତି ପରିବର୍ତନ କରା ଯାଇଛି ।
ଗ୍ରହଣ ସମୟରେ ହେତୁବାଦୀ ମାନେ ଶାନ୍ତି ପୂର୍ଣ୍ଣ ଭାବେ ସାମୁହିକ ଭୋଜନ ବ୍ୟବସ୍ଥା କରିଛନ୍ତି । ଅନ୍ୟ ପକ୍ଷରେ ମନ୍ଦିର ର ସେବାୟତ ମାନେ ସାମୁହିକ ଭୋଜନର ବିରୋଧ କରିବାକୁ ସଜବାଜ ହେଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।