ଚାଉଳ ପାଣିର କେଶ ପାଇଁ ଚମତ୍କାରୀତା ! ଚୁଟି ଝଡିବା ହୋଇଯିବ ବନ୍ଦ ! Rice Water for Hair

ଆଜିକାଲି ବହୁତ ଲୋକ କେଶ ଝଡିବା ସମସ୍ଯାକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି । କେଶ ଝଡିବା, କେଶ ଦୁଇ ମୁହାଁ ହୋଇଯିବା, କେଶ ଭଲ ଭାବେ ନବଢିବା ଭଳି ଆଦି ଅନେକ ସମସ୍ଯା ରହିଅଛି । ତେବେ କେଶର ଏହି ସମସ୍ତ ସମସ୍ଯା ପାଇଁ ଆଜି ଆମେ ଆପଣଙ୍କୁ ଏକ ଜବରଦସ୍ତ ଘରୋଇ ରେମିଡି ବିଷୟରେ କହିବାକୁ ଯାଉଛୁ । ଯେଉଁ ଉପାୟ ବ୍ୟବହାର କରିବା ପରେ ପ୍ରାୟ ସବୁ ପ୍ରକାର କେଶକୁ ନେଇ ରହୁଥିବା ପ୍ରୋବ୍ଲେମ ଆପଣଙ୍କର ଦୂର ହେବାକୁ ଲାଗିବ ।

ତେବେ କେଶ ପାଇଁ ବରଦାନ ସ୍ୱରୂପ ହୋଇଥାଏ ଚାଉଳ ପାଣି । ହଁ ଆଜ୍ଞା ଚାଉଳର ପାଣିରେ କେଶ ଧୋଇବା ଦ୍ଵାରା ତାହାର ବହୁତ ଭଲ ରେଜଲ୍ଟ ଆପଣଙ୍କ କେଶରେ ଦେଖିବାକୁ ମିଳିବ । ଚାଉଳ ପାଣିରେ ଭିଟାମିନ ଓ ଖଣିଜ ପଦାର୍ଥ ଭରପୁର ମାତ୍ରାରେ ରହିଥାଏ । ତେବେ ଚାଉଳ ପାଣି କିଭଳି ଭାବେ ପ୍ରସ୍ତୁତ କରିବେ ତାହା ମଧ୍ୟ ଏଠାରେ ଜାଣି ରଖନ୍ତୁ । ପ୍ରଥମେ ଆପଣ ଏକ କପ ଚାଉଳ ନିଅନ୍ତୁ । ସେହି ଚାଉଳକୁ ଭଲ ଭାବେ ଥରେ ଧୋଇ ଦିଅନ୍ତୁ ।

ତାପରେ ସେହି ଚାଉଳରେ 2 କିମ୍ବା 3 କପ ପାଣି ଢାଳି ସେହି ଚାଉଳକୁ କିଛି ସମୟ ପର୍ଯ୍ୟନ୍ତ ଭିଯାଇ ରଖନ୍ତୁ । ତେବେ ଏହି ଚାଉଳ ପାଣି ବ୍ୟବହାର କରି ନିଜର କେଶକୁ ଧୋଇବା ଦ୍ଵାରା କେଶ ଝଡିବା କମ୍ ହୋଇବା ସହ କେଶ ମଧ୍ୟ ଭଲ ବଢିଥାଏ । ତେବେ ଏହି ଚାଉଳ ପାଣିକୁ ବ୍ୟବହାର କରି କିପରି କେଶ ଧୋଇବେ ତାହା ମଧ୍ୟ ଜାଣନ୍ତୁ । ପ୍ରଥମେ କେଶକୁ ସାମ୍ପୁ କରି ଧୋଇ ଦିଅନ୍ତୁ । ତାପରେ ଆପଣ ରଖିଥିବା ଚାଉଳ ପାଣିକୁ କେଶରେ ଢାଳି ଦିଅନ୍ତୁ ।

ତାପରେ ସେହି ଚାଉଳ ପାଣିକୁ ଭଲ ଭାବେ କେଶରେ ମସାଜ କରିବେ । ତାହାର 15 ରୁ 30 ମିନିଟ ପରେ ସାମାନ୍ୟ ନଖ ଉଷୁମ ପାଣି ସହାୟତାରେ କେଶକୁ ଭଲ ଭାବେ ଧୋଇ ପରିଷ୍କାର କରିଦେବେ । ତେବେ ଏହିପରି ଭାବେ ଯଦି ଆପଣ କିଛି ସପ୍ତାହ ପର୍ଯ୍ୟନ୍ତ ଚାଉଳ ପାଣିରେ ନିଜର କେଶକୁ ଧୁଅନ୍ତି ।

ତେବେ ଆପଣଙ୍କର କେଶ ଝଡିବା କେତେ ମାତ୍ରାରେ କମ୍ ହୋଇଯିବ ଆପଣ ତାହା ନିଜେ ଜାଣିପାରିବେ । ତେବେ କେବଳ କେଶ ଝଡିବା କମ୍ ହୋଇବ ନାହିଁ । ବଂର କେଶ ସହ ଜଡିତ ବିଭିନ୍ନ ପ୍ରକାର ସମସ୍ଯାର ସମାଧାନ ଏହି ଚାଉଳର ପାଣି ଦ୍ଵାରା କରିପାରିବେ । ତେବେ ଯେଉଁ ମାନଙ୍କର ତ୍ଵଚା ସମ୍ବଦ୍ଧୀୟ କିଛି ପ୍ରୋବ୍ଲେମ ରହିଥାଏ । ତେବେ ସେମାନେ ଏଥିପ୍ରତି ସଚେତନ ରୁହନ୍ତୁ ।

କାରଣ ଏହାଦ୍ବାରା ବେଳେବେଳେ ସ୍କିନ କୁଣ୍ଡାଇ ହେବାର ସମ୍ଭାବନା ରହିଥାଏ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *