Health tips; – ଛାତିରେ ଯନ୍ତ୍ରଣା ଗ୍ଯାସ ନା ହାର୍ଟ ଆଟାକ ଜାଣନ୍ତୁ । Chest pain gas or heart attack

ବନ୍ଧୁଗଣ ସାଧାରଣ ଭାବରେ ଆମେ ଗ୍ୟାଷ୍ଟିକ ଜନିତ ଛାତି ବିନ୍ଧାକୁ ହାର୍ଟ ଆଟାକ୍ ଭାବି ନେଇଥାଉ । ଯେତେବେଳେ ହୃଦୟ ସମ୍ବନ୍ଧିତ ଯନ୍ତ୍ରଣା ଆସିଥାଏ ତାହା ଆମେ ଜାଣିପାରି ନ ଥାଉ  । ହେଲେ ଛାତିରେ ଯନ୍ତ୍ରଣା ହେବା ଗ୍ଯାସ ନା ହାର୍ଟ ଆଟାକ ସହ ଜଡିତ ସମସ୍ଯା ସେ ସମ୍ପର୍କରେ ଆଜି ଏଠାରେ କହିବାକୁ ଯାଉଛୁ । ତେବେ ଏ ସମ୍ପର୍କରେ ଡାକ୍ତର କ’ଣ ମତ ରଖିଛନ୍ତି ଜାଣନ୍ତୁ ।

ହୃଦୟ ସମ୍ବନ୍ଧିତ ରୋଗ ଦୁଇ ପ୍ରକାରରେ ହୋଇଥାଏ 1- ଏନଜଇନା 2- ହାର୍ଟ ଆଟାର୍କ ଯନ୍ତ୍ରଣା । ଏନଜିଇନା ଯନ୍ତ୍ରଣା ସେତେବେଳେ ହୋଇଥାଏ ଯେବେ ଆମେ ଓଜନ ଜିନିଷ ଉଠେଇ ଥାଉ ବା ସିଡିରେ ଉପର ତଳ ହୋଇଥାଏ ଏବଂ ଶୋଇଲା ସମୟରେ ଏହା ନିୟନ୍ତ୍ରଣ ହୋଇଯାଇଥାଏ ।

ହାର୍ଟ ଆଟାର୍କ ଯନ୍ତ୍ରଣା ସେତେବେଳେ ହୋଇଥାଏ ଯେବେ ଆମ ହାର୍ଟ ନଳୀ ସଂପୂର୍ଣ୍ଣ ଭାବରେ କାମ କରିବା ବନ୍ଦ ହୋଇଯାଇଥାଏ । ଏହା ବିଶ୍ରାମ କରିଲେ ମଧ୍ୟ ଠିକ ହୋଇନଥାଏ । ଏହା ଏପରି ଲାଗିଥାଏ କି ଯେମିତି ଆମ ପ୍ରାଣ ପଳେଇଯିବ । ଏହା ଯୋଗୁ ଏହି ସବୁ ସ୍ଥାନରେ ଯନ୍ତ୍ରଣା ଆସିଥାଏ । ଏହା ଛାତିରୁ ଉପର ବେକ ଯାଏ କଷ୍ଟ ହୋଇଥାଏ ଏବଂ ବାମ କାନ୍ଧରୁ ଆରମ୍ଭ ହୋଇ ବାମ ଅଙ୍ଗୁଳି ଯାଏ ଯାଇଥାଏ ଓ ଡାହାଣ କାନ୍ଧରୁ ଡାହାଣ ଆଙ୍ଗୁଳି ଯାଏ ଏହାର ଯନ୍ତ୍ରଣା ହୋଇଥାଏ । ଅନେକ ସମୟରେ ଛାତିରେ ଆରମ୍ଭ ହୋଇ ଆପଣଙ୍କ ଦୁଇ କାନ୍ଧରେ କଷ୍ଟ ହୋଇଥାଏ ।

ଏହା ସହିତ କିଛି ଲକ୍ଷଣ ମଧ୍ୟ ଦେଖାଯାଇଥାଏ ଯଥା ଝାଳ ବୋହିବା, ଶ୍ଵାସ ଫୁଲିବା, ଛାତିର ବେଗ ବଢିବା, ମୁଣ୍ଡ ବୁଲେଇବା ଆଦି ଲକ୍ଷଣ ଦେଖା ଗଲେ ଏହା ହୃଦୟ ସମ୍ବନ୍ଧିତ ରୋଗ ହୋଇଥାଏ । ଯଦି ଆପଣଙ୍କୁ ଡାଇବେଟିସ ହୋଇଥାଏ ବା ଆପଣ ନିଶା ବ୍ରବ୍ଯର ସେବନ କରୁଛନ୍ତି, ତେଲ ଜିନିଷ ଜଙ୍ଗ ଫୁଡ୍ ଅଧିକ ମାତ୍ରାରେ ଖାଉଛନ୍ତି । ଏସବୁ ଯୋଗୁ ଆପଣଙ୍କୁ ହାର୍ଟ ଆଟାର୍କ ଆସିବାର ସମ୍ଭାବନା ରହିଥାଏ ।

ଆସନ୍ତୁ ଏବେ ଜାଣିବା ଗ୍ୟାଷ୍ଟିକ ସମ୍ବନ୍ଧୀୟ ଯନ୍ତ୍ରଣା ବିଷୟରେ । ଏହା ଦ୍ଵାରା ଆପଣଙ୍କୁ ଛାତିର ଉପର ଭାଗରେ ଜଳିବା ଭଳି ଲାଗିଥାଏ ଯେପରିକି ଆମ ଖାଦ୍ୟ ନଳୀ ଭିତରେ ନିଆଁ ଲାଗିଛି । କିନ୍ତୁ ଏହା ପାଟି ଯାଏ ଯାଇନଥାଏ ଏହା ଅଧିକ ପରିମାଣରେ ରାଗ, ତେଲମସଲାଯୁକ୍ତ ଖାଦ୍ଯ, ଲେମ୍ବୁ ଜୁସ, କମଳା ଜୁସ ଆଦି  ଖାଇବା ଦ୍ଵାରା ଆମକୁ ହୋଇଥାଏ ।

ଗ୍ୟାଷ୍ଟିକ ହେଲେ ଆପଣଙ୍କ ପାଟି ବାଟେ ଖଟା ପାଣି, ବାନ୍ତି ଆସିବା ପରି ଲାଗିଥାଏ । ଭୋକ ନ ଲାଗିବା, ଓଜନ ହ୍ରାସ ହେବା ଆଦି ହୋଇଥାଏ । ତେବେ ବନ୍ଧୁଗଣ ଏହି ସବୁ ଲକ୍ଷଣ ଅନୁଭବ କରିବା ପରେ ଆପଣ ନିଜେ ଚିହ୍ନଟ କରିପାରିବେ । ଯେ ଆପଣଙ୍କୁ ଗ୍ଯାସ ହୋଇଛି ନା ହାର୍ଟ ସମ୍ବଦ୍ଧୀୟ ସମସ୍ଯା ବାହାରିଛି । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *