ଚିଲିକାର ଅକାତ କାତ ପାଣିରେ ବୁଡିଲା ଡଙ୍ଗା, ସେହି ସମୟର ଛାତିଥରା ଅନୁଭୂତି ବଖାଣି କଣ କହୁଛନ୍ତି ଏହି ଉଦ୍ଧାର ହୋଇଥିବା ଯାତ୍ରୀ, ଶୁଣିଲେ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଚିଲିକାର ଅକାତ ପାଣିରେ ବୁଡିଗଲା ଡଙ୍ଗା । ଉଧାର ହୋଇଥିବା ଯାତ୍ରୀ ର ଛାତିଥରା ଅନୁଭୂତି ଅନୁଭବ କରିଛନ୍ତି । ମା କାଳିଜାଇ ଙ୍କ ଦର୍ଶନ ସାରି ଫେରିବା ସମୟରେ ଅକହଙ୍କ କାଳ ବୈଶାଖୀ ସତେ ଯେମିତି କାଳ ହୋଇ ସେମାନଙ୍କ ଆଗକୁ ଚାଲି ଆସିଲା । ଆଉ ପ୍ରବଳ ବର୍ଷା ସନଗକୁ ତୀବ୍ର ଗତିରେ ପବନ ବୋହିବାରେ ଲାଗିଲା । ଡଙ୍ଗା ଏମିତି ଦୋହଲିଲା ଯେ ସମସ୍ତେ ଭୟଭୀତ ହୋଇଗଲେ । ଆଉ ସତକୁ ସତ ଧୀରେ ଧୀରେ ଡଙ୍ଗା ଭିତରେ ପାଣି ପସିବାକୁ ଲାଗିଲା ।

ସମସ୍ତେ କେବଳ ଚିତ୍କାର କରୁଥାନ୍ତି ହେ ଭଗବାନ ଆମକୁ ବଛାଇ ଦିଅ । ସେମାନଙ୍କ ପାଖରେ ସବୁଠାରୁ ବଡ ଅସ୍ତ୍ର ଥିଲା ଲାଇଭ ଜ୍ୟାକେଟ । ଆଉ ଏହି ଲାଇଭ ଜ୍ୟାକେଟ ତାଙ୍କର ଜୀବନ ବଞ୍ଚାଇ ଦେଲା । ମୃତ୍ୟୁକୁ ସାମନା କରି ଆସିଥିବା ଜଣେ ମହିଳା ନିଜର ମତ ଦେଇଛନ୍ତି କି ହଠାତ ପବନ ଆସିବା ସହ ବର୍ଷା ହେବ କାରଣରୁ ଡଙ୍ଗା ଇନବାଲାନ୍ସ ହୋଇଗଲା । ସମସ୍ତେ କହିଲେ ଡଙ୍ଗା ମଝିରେ ବସିବାକୁ । ମଝିରେ ସମସ୍ତେ ବସିବା ପରେ ଡଙ୍ଗା ଭିତରକୁ ପାଣି ଯାଇ ଡଙ୍ଗା ପୁରା ପାଣିରେ ବୁଡିଗଲା ।

ସେମାନେ ଲାଇଭ ଜ୍ୟାକେଟ ପିନ୍ଧିବା କାରଣରୁ ସମସ୍ତେ ମୃତ୍ୟୁ ରୁ ବଞ୍ଚି ଯାଇଛନ୍ତି । ଆହୁରି ମହିଳା ଜଣକ କହିଛନ୍ତି ସେ ଓ ତାଙ୍କ ଝିଅ ଲାଇଭ ଜ୍ୟାକେଟ ପିନ୍ଧି ନ ଥିଲେ । କିନ୍ତୁ ଡଙ୍ଗା ଚାଳକ ମାନେ ତାଙ୍କୁ ଏହି ବିପଦ ସମୟରେ ଉଧାର କରିଛନ୍ତି । ପରିବାରର ସବୁ ସଦସ୍ୟ ହାତ ଧରା ହୋଇ ଚାଲିଥିଲେ । ସୌଭାଗ୍ୟବଶତ ଖବର ପାଇ ଅନ୍ୟ ଡଙ୍ଗା ଚଲାଉଥିବା ଦଳ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଧାର କରିଥିଲେ ।

ପାଣି ଭିତରେ ମୃତ୍ୟୁ କୁ ଅତି ନିକଟତର ଦେଖି ପର୍ଜ୍ୟଟକ ମାନେ କହିଛନ୍ତି ସେଦିନର ଅଙ୍ଗେ ନିଭାଇଥିବା ଘଟଣା । କିନ୍ତୁ ୧୨ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କର ଉଧାର କରା ଯାଇଥିବା ବେଳେ ଜଣଙ୍କର ସନ୍ଧାନ ମିଳି ନ ଥିଲା । ଆଉ ଶେଷରେ ତାଙ୍କର ମୃତ ଦେହ ଉଧାର କରା ଯାଇଥିଲା ।

ତେବେ ଏହା ଥିଲା ଚିଲିକା ରେ ଘଟିଥିବା ଛାତିଥରା ଦୃଶ୍ୟ ର ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *