ଚୋରୀ କରିବା ପଡିଲା ମହଙ୍ଗା, ଚଳନ୍ତା ଟ୍ରେନରେ ଝୁଲିଲା ଚୋର…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜିକାଲି ଦୁନିଆରେ ଆମମାନଙ୍କ ଜୀବନରେ ଖାଇବା ଭଳି ମୋବାଇଲ ବ୍ୟବହାର କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇସାରିଲାଣି । ଏହି ମୋବାଇଲ ମାଧ୍ୟମରେ ସୋସିଆଲ ମିଡିଆରୁ ଆମେ ଦେଶ ବିଦେଶର ଖବର ଜାଣିପାରୁଛେ । ସେହିଭଳି ଗୋଟିଏ ଅଭାବନୀୟ ଘଟଣାର ଦୃଶ୍ୟ କଏଦ ହୋଇଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ  ଲାଗିଛି । ଯାହା ଜାଣିଲେ ଦେହ ଥରି ଉଠିବ ଆପଣ ମାନଙ୍କର ।  କେଉଁଠି  ନା କେଉଁଠି  ମାନବିକତା ମଧ୍ୟ ନଷ୍ଟ ହୋଇସାରିଲାଣି । ଜାଣନ୍ତୁ ସମ୍ପୂର୍ଣ ଘଟଣା କିଭଳି ଗୋଟିଏ ଚୋରକୁ ଲୋକମାନେ ଟ୍ରେନରେ ଓହଳାଇ ୧୦ କିଲୋମିଟର ପର୍ଯ୍ୟନ୍ତ ଆଗ ଷ୍ଟେସନକୁ  ନେଲେ ।

ଅପାଣମାନେ ଟ୍ରେନରେ ନିଶ୍ଚୟ ଯାତ୍ରା କରିଥିବେ । ବେଳେ ବେଳେ ଆମ ସହ କିଛି ଘଟଣା ମଧ୍ୟ ଘଟିଥାଏ । ସେହିଭଳି ବିହାର ବେଗୁଶୁରାଇ ଅଞ୍ଚଳରୁ ଏଭଳି ଏକ ଲୋମ ଥରାଇ ଦେଉଥିବା ଘଟଣା ଆସିଛି । ଯେଉଁଠି ବିହାର ବେଗୁଶୁରାଇରୁ ଯାଉଥିବା ଟ୍ରେନରୁ ଜଣେ ଯୁବକ ମୋବାଇଲ ଚୋରିକରିବାକୁ ଚେଷ୍ଟା କରୁଥିଲେ ।

ଝରକା ପାଖରେ ବସିଥିବ ଜଣେ ମହିଳାଙ୍କଠୁ ମୋବାଇଲ ଛଡେଇ ନେବାର ଉଦ୍ୟମ କରିଥିଲା ବେଳେ ଅନ୍ୟ ଯାତ୍ରୀମାନେ ସେହି ଚୋରର ହାତକୁ ଧରି ନେଇଥିଲେ । ଠିକ ସେହି ସମୟରେ ଟ୍ରେନ ଷ୍ଟେସନରୁ ଛାଡି ଦେଇଥିଲା । କୌଣସି ଅଘଟଣ ଘଟିବା ଆଶଙ୍କାରେ ସେହି ଲୋକର ହାତକୁ ସେମିତି ଜାବୁଡି ଧରିଥିଲେ ।

ପ୍ରାୟ ୧୦ କିଲୋମିଟର ଯିବାପରେ ଷ୍ଟେସନ ଆସିଥିଲା । ୧୦ କିଲୋମିଟର ଝୁଲି ରହିବା ପରେ ଅଭିଯୁକ୍ତଙ୍କୁ ଲୋକମାନେ ଛାଡିଥିଲେ । ସେହି ଯୁବକ ଜଣକ କଷ୍ଟରେ ଯେତେ କାକୁତି ମିନତି କରିଥିଲେ ମଧ୍ୟ ତାଙ୍କ ହାତକୁ କେହି ଛାଡି ନଥିଲେ । ତେବେ ଏଥିରେ ସ୍ପଷ୍ଟ ଭାବେ ଜଣାଯାଉଛି ଯେ ଆଇନର ସହାୟତ ନ ନେଇ ଲୋକମାନେ ସିଧା ସଳଖ ଆଇନକୁ ହାତକୁ ନେଇ ଯାଉଛନ୍ତି ।

ତେବେ ଏହି ଘଟଣାରେ ପୁଲିସ କେଉଁ କାର୍ଯ୍ୟନୁଷ୍ଠାନ ନେଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କଣ ରହିବ ପୁଲିସର କାର୍ଯ୍ୟାନୁଷ୍ଠାନ ଏଭଳି ଏକ ଘଟଣା ପ୍ରତି ତାହା ଆଗକୁ ଜଣା ପଡିବ । ତେବେ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରିବେ । ଆଶା କରୁଛୁ ଏହି ପୋଷ୍ଟଟି ଆପଣ ମାନଙ୍କ ପାଇଁ ଫଳପ୍ରଦ ରହିବ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *