ଚୁଚୁନ୍ଦ୍ରା ଯଦି ଘରେ ରହୁଛି ତେବେ ଜାଣି ନିଅନ୍ତୁ ଏହି ଭୟଙ୍କର କଥା…

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଚୁଚୁନ୍ଦ୍ରା ଦେଖିଥିବେ । ଏହା ଦେଖିବାକୁ ଯେତିକି ଭୟଙ୍କର ହୋଇଥାଏ ସେତିକି ସାହସକାରୀ ମଧ୍ୟ ଅଟେ । ମୂଷା ଓ ସାପ କୁ ଦେଖିବା ମାତ୍ରେ ଖାଇ ଦେଇଥାଏ । କୁକୁର ବିଲୁଆ ଭଳି ଅନ୍ୟ  ପଶୁ ଏହା ପାଖକୁ ଆସିବାକୁ ସାହସ କରନ୍ତି ନାହିଁ । ପକ୍ଷୀ ମଧ୍ୟରେ ପେଚା ହିଁ ଏହାକୁ ଖାଇପାରେ । କିନ୍ତୁ ପେଚା ଚୁଚୁନ୍ଦ୍ରା କୁ ଖାଇବା ମାତ୍ରେ ତାର ଦେହ ଖରାପ ହୋଇ ଯାଇଥାଏ ।

ତେଣୁ ପେଚା ମଧ୍ୟ ଏହାକୁ ଖାଇ ନ ଥାଏ । ଚୁଚୁନ୍ଦ୍ରା କୁ ଖାଇବାକୁ ଅନ୍ୟ ପଶୁ ଏଥିପାଇଁ ଭୟ କରିଥାନ୍ତି କି ତାର ଲାଳ ରେ କଳା ନାଗ ଭଳି ଭୟଙ୍କର ବିଷ ରହିଥାଏ । ଆଜି ଆମେ ଜାଣିବା ଚୁଚୁନ୍ଦ୍ରା ଘରେ ଥିଲେ କଣ କଣ କ୍ଷତି ହୋଇଥାଏ । ଚୁଚୁନ୍ଦ୍ରା ଲଗାତାର ଭାବେ ତାର ପାଟି ରୁ ଗନ୍ଧ ଛାଡି ଦେଇଥାଏ । ମୂଷା, ଗୁଣ୍ଡୁଚିମୂଷା ଓ ଚୁଚୁନ୍ଦ୍ରା ଭଳି ପ୍ରାଣୀଙ୍କ ମଧ୍ୟରେ ମୂଷା ର ଆୟୁଷ 3 ରୁ 4 ବର୍ଷ ହୋଇଥିବା ବେଳେ ଚୁଚୁନ୍ଦ୍ରା ର ଆୟୁଷ କାଳ 10ରୁ 20 ବର୍ଷ ହୋଇଥାଏ ।

ଚୁଚୁନ୍ଦ୍ରା କୁ ନେଇ ଏମିତି କୁହାଯାଏ କି ଯେଉଁ ଘରେ ଚୁଚୁନ୍ଦ୍ରା ଥାଏ ସେଠାରେ ମା ଲକ୍ଷ୍ମୀ ଙ୍କ ବାସ ରହିଥାଏ । କିନ୍ତୁ ଯେଉଁଠି ଚୁଚୁନ୍ଦ୍ରା ରହିଥାଏ ମୂଷା, ସାପ ଭଳି ଜୀବଜନ୍ତୁ ରୁହନ୍ତୁ ନାହିଁ । ଚୁଚୁନ୍ଦ୍ରା ସୁରକ୍ଷା କର୍ମୀ ଓ ସଫା କର୍ମୀ କହିଲେ କିଛି ଭୁଲ ହେବ ନାହିଁ । କୁହାଯାଏ କି ଏମାନେ ଯେଉଁଠି କି ଯାଇଥାନ୍ତି ଏଠାରେ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।

ଏହା ଅନ୍ୟ ଜୀବ ଙ୍କ ପାଇଁ ଯେତିକି ଭୟଙ୍କର ହୋଇଥାଏ ମଣିଷ ଙ୍କ ପାଇଁ ତା ଠାରୁ ଆଦିକ ଭୟଙ୍କର ହୋଇଥାଏ । ଯଦି ଆପଣଙ୍କ ଘରେ ଚୁଚୁନ୍ଦ୍ରା ଅଛି ତେବେ ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ତାହାର ଲାଳ ବିଷଧର ହୋଇଥାଏ । ଚୁଚୁନ୍ଦ୍ରା ଯେମିତି କାହାକୁ ନ କାମୁଡିବ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଚୁଚୁନ୍ଦ୍ରା କାମୁଡିବା ଦ୍ଵାରା ଭୟଙ୍କର ରୋଗ ହୋଇଥାଏ । ଏହା ଏକ ଭୟଙ୍କର ଜୀବ ଅଟେ ।

ଚୁଚୁନ୍ଦ୍ରା କୌଣସି ବ୍ୟକ୍ତି ଚାରିପଟେ ବୁଲିଯାଏ ତେବେ ବିକଟ ଭବିଷ୍ୟତରେ ବହୁତ ବଡ ଲାଭ ହେବାର ସଂକେତ ହୋଇଥାଏ । ଏହା କୌଣସି ଘର ଚାରିପଟେ ବୁଲିଗଲେ ସେହି ଘରର ସଙ୍କଟ ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ଦୀପାବଳି ଦିନ ରାତିରେ ଚୁଚୁନ୍ଦ୍ରା ଦେଖେ ତାର ଜୀବନ ବଦଳିଯାଏ । ଏହା ସହ ଧନ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ତେବେ ଆପଣ ଜାଣିଲେ ତ ହୁଚୁନ୍ଦ୍ରା ଘରେ ଥିଲେ କେଉଁ କେଉଁ କ୍ଷତି ହୋଇଥାଏ ଏବଂ କେଉଁ କଥା ପ୍ରତି ସତର୍କ ରହିବାର ଆବଶ୍ୟକତା ଅଛି । ତେବେ ଚୁଚୁନ୍ଦ୍ରା ଘରର ଆଖ ପାଖରେ ଥିଲେ ଏହି ସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *