CSK କ୍ୟାପଟେନ MS Dhoni ଦେଲେ ଏଭଳି ବୟାନ… IPL ଖେଳିବାକୁ ନେଇ କଣ କହିଲେ ଦେଖନ୍ତୁ

ଆଇପିଏଲ ସମସ୍ତ ଭାରତୀୟଙ୍କ ପାଇଁ ଏକ ଉତ୍ସବ ଭଳି ହୋଇଥାଏ । ଏହି ବର୍ଷ ଆଇପିଏଲର ୧୪ ତମ ସଂସ୍କରଣ ଭାରତରେ ଖେଳା ଯାଇ ଥିଲା । କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ କରି ଦିଆଯାଇ ଥିଲା ଓ ପରେ UAEରେ ବାକି ମ୍ୟାଚ ସବୁ ଖେଳା ଯାଇ ଥିଲା । ଏମିତିରେ ଆଇପିଏଲର ୧୫ ତମ ସଂସ୍କରଣକୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ବିସିସିଆଇର ସମ୍ପାଦକ ଜୟ ସାହା କହିଛନ୍ତି କି ଆଇପିଏଲର ଆଗାମୀ ସଂସ୍କରଣ ଭାରତରେ ଖେଳାଯିବ ।

କୋଭିଡର ଦ୍ଵିତୀୟ ଲହର ଆରମ୍ଭ ହେବା ପରେ ଭାରତରୁ ଆଇପିଏଲ ସ୍ଥାନାନ୍ତରିତ କରାଯାଇ UAEରେ ଅନୁଷ୍ଠିତ ହୋଇଥିଲା । ଯେଉଁଠି ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ଖେଳା ଯାଇ ଥିଲା ।

ମିଳିଥିବା ସୂଚନା ଅନୁସାରେ ୨୦୨୨ ଆଇପିଏଲରେ ଆଉ ଦୁଇଟି ଟିମ ବି ଆଇପିଏଲରେ ଯୋଡି ହେବେ । ଅହମଦାବାଦ ଓ ଲଖନଊ ଦୁଇଟି ଟିମ ସାମିଲ ହେବେ । ନୂଆ ଟିମ ସାମିଲ ହେବା ଦ୍ଵାରା ୨୦୨୨ ଆଇପିଏଲ ଆହୁରି ଅଧିକ ରୋମାଞ୍ଚକ ପୂର୍ଣ ହେବ । ଅନ୍ୟ ପଟେ ୨୦୨୨ ଆଇପିଏଲକୁ ନେଇ ଚେନ୍ନାଇ ସୁପର କିଙ୍ଗର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ବଡ ଘୋଷଣା କରିଛନ୍ତି । କହିବାକୁ ଗଲେ ଧୋନୀଙ୍କ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାନ୍ତି ।

ସେ ନିଜର ଘୋଷଣାରେ କହିଲେ କି ୨୦୨୨ରେ ମୁଁ ଚେନ୍ନାଇ ତରଫରୁ ଖେଳିବି କି ନାହିଁ, ତାହା ଉପରେ ବିଚାର କରିବି । ଏଥିପାଇଁ ବହୁତ ସମୟ ଅଛି । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ବ୍ୟସ୍ତ ହେବାର କିଛି କାରଣ ନାହିଁ । କହିଦେଉଛୁ କି ଧୋନୀଙ୍କ ନେତୃତ୍ଵରେ ଚେନ୍ନାଇ ଟିମ ୨୦୨୧ ଆଇପିଏଲ ଜିତିଛି । ସେହି ସମୟରେ ସେ ୨୦୨୨ ଆଇପିଏଲ ଖେଳିବେ ବୋଲି କହିଥିଲେ । ୨୦୦୮ ରୁ ଧୋନୀ ଚେନ୍ନାଇର ଅଧିନାୟକ ରୂପରେ ଖେଳି ଆସୁଛନ୍ତି ।

ଧୋନୀଙ୍କ ଅଧିନାୟକରେ CSK ୪ ଥର ଆଇପିଏଲ ଟ୍ରଫି ହାସଲ କରିଛି । କହିଦେଉଛୁ କି ଆଇପିଏଲ ୨୦୨୧ ଜିତିବା ପରେ ଧୋନୀ କହିଥିଲେ କି ସେ ହଳଦିଆ ଜର୍ସିରେ ନଜର ଆସିବେ । କିନ୍ତୁ ସେ ଖେଳିବେ କି ନାହିଁ ଏହା ସମୟ ଆସିଲେ ଜଣା ପଡିବ । ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ବର୍ତ୍ତମାନ ସେ କେବଳ ଆଇପିଏଲ ମ୍ୟାଚ ଗୁଡିକ ଖେଳୁଛନ୍ତି ।

Leave a Reply

Your email address will not be published. Required fields are marked *