ହଜିଗଲା ମାନବିକତା: ଡାକ ଶୁଣିଲେନି ଡାକ୍ତର ଅଟୋ ଭିତରେ ଦେଲେ ଡେଲିଭରୀ….. ଦେଖନ୍ତୁ ଅଭାବନୀୟ ଦୃଶ୍ୟ

ନମସ୍କାର ବନ୍ଧୁଗଣ । ହଜିଗଲା ମାନବିକତା । ଗର୍ଭବତୀଙ୍କ ଡାକ ଶୁଣିଲେଣି ଡାକ୍ତର । ମେଡିକାଲ ଆଗରେ ଅନ୍ଧାର ରାତିରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଜନନୀ ଶେଷରେ ଅଟୋ ଭିତରେ ପ୍ରସାବ କରାଇଲେ । ଏଭଳି ସ-ଙ୍ଗି-ନ ଅ-ଭି-ଯୋ-ଗ ଆସିଛି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରୁ । ସୂଚନା ଅନୁସାରେ ଗତ ବୁଧବାର ଦିନ ମଧ୍ୟ ରାତିରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁର କାର୍ତ୍ତିକ ଶେଠୀଙ୍କ ସ୍ତ୍ରୀ ଝୁନୁ ସେଠୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ କୁମ୍ଭାର ଗାଁ ରୁ ଆସା କମିଙ୍କ ସାହାଜ୍ଯରେ ରାତି ୧ଟା ସମୟରେ ରାହାଡା ସ୍ଥିତ ଭି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା ।

ଡାକ୍ତରଙ୍କୁ ଯେତେ ଡାଲିଲେ ମଧ୍ୟ ସେ ଶୁଣି ନ ଥିଲେ । ବାଧ୍ୟ ହୋଇ ନାର୍ସ ଜଣକ ଝୁନୁ ସେଠୀଙ୍କର ଅଟୋ ଭିତରେ ପ୍ରସାବ କରାଇ ଥିଲେ । ଝୁନୁଙ୍କ ସ୍ଵାମୀଙ୍କ କହିବା ଅନୁଯାୟୀ ସେ ଡାକ୍ତରଙ୍କୁ ଅନେକ ଥର ଡ଼ାକିଥିଲେ କିନ୍ତୁ ସେ ଜବାବ ଦେଇ ନ ଥିଲେ । ଏହା ପରେ ସେ ନର୍ସ ଦିଦିଙ୍କୁ ଡାକି ଅଟୋରେ ତାଙ୍କ ସ୍ତ୍ରୀଙ୍କର ପ୍ରସାବ କରାଇ ଥିଲେ । ଏହି ଘଟଣା ବାବଦରେ ସେଠିକାର ଡାକ୍ତର କହିଛନ୍ତି ଯେ ସେ ସ୍ନାଗେ ସଙ୍ଗେ ହସପିଟାଲର ଚାବି ସେମାନଙ୍କୁ ଦେଇଥିଲେ କୌଣସି ପ୍ରକାର ବିଳମ୍ବ ହୋଇ ନ ଥିଲା ।

ଡାକ୍ତର କହିଛନ୍ତି ଯେ ଘଟଣା ଦିନ ଭିଡିଓ ମ୍ୟାଡମ ହସ୍ପିଟାଲ ଆସିଥିଲେ ବୋଲି ତାଙ୍କ ପାଖରେ ଭୁଲରେ ଚାବି ରହି ଯାଇଥିଲା । ନଚେତ ତାଙ୍କ ପାଖରେ ଚାବି କେବେ ରହେ ନାହି । କବାଟ ବାଡେଇ ଯୋଡ଼ାରେ ଝୁନୁଙ୍କ ପରିବାର ଲୋକେ ଚାବି ନେଇଛନ୍ତି ବୋଲି ଡାକ୍ତର ମତଦାନ ଦେଇଛନ୍ତି । ଏହି ଘଟଣା କୁ ଗୁ-ରୁ-ତ-ର ଭାବେ ନେଇଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଭାଗ । ଅ-ଭି-ଯୋ-ଗ ଜାରି କରି ଡାକ୍ତରଙ୍କୁ କାରଣ ଦରସାଇବାକୁ ନୋଟିସ ଜାରି କରିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଏହି ଘଟଣାର ତଦନ୍ତ କରିବା ପାଇଁ କମିଟି ଗଠନ କରା ଯାଇଛି ।

ଏ ଘଟଣା ବାବଦରେ ଝୁନୁଙ୍କ ପରିବାର ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ହସପିଟାଲ ବିରୁଦ୍ଧରେ ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛନ୍ତି । ଏମିତି କି ଝୁନୁଙ୍କ ନବଜାତ ଶିଶୁଙ୍କର ମଧ୍ୟ ପଞ୍ଜୀକରଣ କରାଯାଇ ଥିଲେ ମଧ୍ୟ ତାହା ନର୍ସ ଦିଦି କରିଛନ୍ତି । ଏହା ସହ ଶିଶୁର ଠିକ ଭାବେ ଚିକିତ୍ସା ମଧ୍ୟ କରାଯାଇ ନାହି । ଝୁନୁଙ୍କୁ ଦେଖିବା ପାଇଁ ଡାକ୍ତର ବାହାରକୁ ମଧ୍ୟ ଆସି ନାହାନ୍ତି ବୋଲି ଅ-ଭି-ଯୋ-ଗ ହୋଇଛି ।

ଡାକ୍ତର ମଧ୍ୟ ଆହୁରି କହିଛନ୍ତି ଯେ ଝୁନୁଙ୍କ ଯନ୍ତ୍ରଣା ଦିନରୁ ଆରମ୍ଭ ହୋଇଥିଲା କିନ୍ତୁ ସେ ରାତି ଅଧରେ ଆସିଛନ୍ତି । ହୋମିଓପାତିର ଡାକ୍ତରଙ୍କର ପ୍ରସବ ରେ କୌଣସି ଯୋଗ ନାହି ବୋଲି ସେହି ଡାକ୍ତର ଜଣକ କହିଛନ୍ତି । ତେବେ ସରକାର ଯେତେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମଧ୍ୟ ଓଡିଶାର ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନା ଗୁଡିକରେ ଥିବା ସ୍ଥିତି ଭଲ ନାହି ବୋଲି ସ୍ଵୀକାର କରିବାକୁ ପଡିବ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *