Health tips; -ଡାଏବେଟିସକୁ କେମିତି ନିୟନ୍ତ୍ରଣ କରିବେ ? DR Madhusmita Sahu

ଆଜିକାଲି ଅନେକ ଲୋକଙ୍କୁ ଡାଇବେଟିସ ହେଉଥିବାର ଜଣାଯାଉଛି । ତେବେ ଡାଇବେଟିସ ବହୁତ ହିଁ ଏକ ଖରାପ ରୋଗ ହୋଇଥାଏ । କାରଣ ପ୍ରଥମେ ଯେତେବେଳେ ଜଣେ ବ୍ୟକ୍ତିକୁ ଡାଇବେଟିସ ହୋଇଥାଏ । ପ୍ରଥମେ ପ୍ରଥମେ ତାହାର କୋଣସି ଲକ୍ଷଣ ସ୍ପଷ୍ଠ ଭାବେ ଜଣା ପଡିନଥାଏ । ହେଲେ ଯଦି ଡାଇବେଟିସ ହେଉଛି ବୋଲି କିଛି ଲକ୍ଷଣରୁ ଜାଣିପାରୁଛନ୍ତି। ତେବେ ତାହାକୁ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେଇ ତାହାର ଯେତେ ଶୀଘ୍ର ସମ୍ଭବ ଚିକିତ୍ସା ଆରମ୍ଭ କରିଦେବା ଉଚିତ ।

ତେବେ ଡାଏବେଟିସକୁ ହୁଏତ ସଂପୂର୍ଣ୍ଣ ଭାବେ ଭଲ କରିବା ସମ୍ଭବ ନୁହେଁ । କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ପ୍ରକାର ବେମାରୀ ଠାରୁ ରକ୍ଷା ପାଇପାରିବେ । ତେଣୁ ଡାଏବେଟିସକୁ ରୋକିବା ପାଇଁ ନିଜ ଜୀବନଶୈଳୀରେ ପ୍ରଥମେ କିଛି ପରିବର୍ତ୍ତନ ଆଣିବା ନିହାତି ଭାବେ ଜରୁରୀ ହୋଇଥାଏ । ତେବେ ଏ ସମ୍ପର୍କରେ ଡାକ୍ତର ମଧୁସ୍ମିତା ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା । ତେବେ ଡାକ୍ତରଙ୍କ କହିବା ଆଧାରରେ ଯଦି ଡାଏବେଟିସକୁ ମୂଳରୁ ଚିହ୍ନଟ କରି ତାହାର ଚିକିତ୍ସା କରାଯାଇନଥାଏ ।

ତେବେ ତାହା ଧୀରେ ଧୀରେ ବହୁତ ଜଟିଳ ହୋଇ ବିଭିନ୍ନ ପ୍ରକାର ରୋଗ ବେମାରୀ ଶରୀରରେ ସୃଷ୍ଟି କରିଥାଏ । ତେଣୁ ଡାଏବେଟିସକୁ କିପରି ରୋକୀ ହେବ ତାହା ସମ୍ପର୍କରେ ଜାଣନ୍ତୁ । ଯେଉଁ ମାନଙ୍କ ଘରେ କେହି ଡାଏବେଟିସ ରୋଗୀ ରହିଥାନ୍ତି । ସେମାନଙ୍କ ପରିବାରରେ ଅନ୍ୟ କୌଣସି ସଦସ୍ୟଙ୍କୁ ଡାଏବେଟିସ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଯଦି ଖରାପ ଜୀବନଶୈଳୀରେ ଲୋକ ଜୀବନ ଅତିବାହିତ କରୁଥାନ୍ତି । ତେବେ ସେହି କ୍ଷେତ୍ରରେ ମଧ୍ୟ ଡାଏବେଟିସ ହେବାର ସମ୍ଭାବନା ରହିଥାଏ ।

ତେବେ ଡାଏବେଟିସ ନହେବା ପାଇଁ ବା ଡାଏବେଟିସ ହୋଇଥିଲେ ତାହାକୁ କଣ୍ଟ୍ରୋଲ କରିବା ପାଇଁ ପ୍ରଥମେ ନିଜର ଡାଏଟ ଉପରେ କଣ୍ଟ୍ରୋଲ ରଖିବା ନିହାତି ଉଚିତ । ଡାଏବେଟିସରେ ପୀଡିତ ଲୋକ ସକାଳ ବ୍ରେକଫାଷ୍ଟରେ ରୁଟି, ଓଟ୍ସ, ମାଣ୍ଡିଆ କି ଗହମ ଛତୁଆ ଏହାକୁ ଖାଇପାରିବେ । 1 ରୁ 1 ଟା 30 ମିନିଟର ଲଞ୍ଚରେ ଭାତ, ଡାଲି, ପରିବା ତରକାରୀ ଭଜା, ଦହି ଖାଇପାରିବେ ।

8 ରୁ 8 ଟା 30 ମିନିଟ ଡିନରରେ ରୁଟି ପରିବା ତରକାରୀ କି ଭଜା ଖାଇପାରିବେ । ଦିନରେ ମଝିରେ ମଝିରେ ଗଜାମୁଗ, ସିଝା ବୁଟ, ଛୋଟ ସେଓ, ପିଜୁଳୀ ଏଭଳି ସବୁ ହେଲଦି ଜିନିଷ ଅଳ୍ପ ଅଳ୍ପ ଖାଇପାରିବେ । ପାଚିଲା କଦଳୀ, ଶେପଟା, ଆତ, ଆମ୍ବ, ଅମୃତଭଣ୍ଡା ଏହିଭଳି ପାଚିଲା ଫଳ ଡାଏବେଟିସରେ ପୀଡିତ ଲୋକ ଖାଇବା ଉଚିତ ନୁହେଁ ।

ଆମିଷରେ ସପ୍ତାହରୁ 2 ରୁ 3 ଥର ମାଛ, 10 ଦିନରେ ଥରେ ମାଂସ ଖାଇପାରିବେ । ହେଲେ ତାହା ଅଧିକ ତେଲ ମସଲା ଯୁକ୍ତ ହୋଇନଥିବା ଦରକାର । ଏଥିସହ ପ୍ରତିଦିନ ଏକ୍ସରସାଇଜ କରିବା ନିହାତି ଜରୁରୀ ହୋଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *