ଡାକ୍ତର ହେବ ତ ଏମିତି, ଡ୍ୟୁଟି ନଥିଲେ ବି ମାଗଣାରେ ରୋଗୀସେବା… ସାରା ଓଡିଶା କରୁଛି ସଲାମ

ଡାକ୍ତର ସୁକାନ୍ତ ସାହୁ ଯାହାଙ୍କର ଘର ହେଉଛି ବାଲେଶ୍ଵର ଜିଲ୍ଲା ବାହାନାଗା ବ୍ଲକର ନିଧିଗୁଡିଆ ଗାଁ ରେ । ସେ ଏବେ ସ୍ଵର ଅନନ୍ତପୁର ହସପିଟାଲରେ କାର୍ଯ୍ୟଡ଼ଟ ଅଛନ୍ତି । କିନ୍ତୁ ସେ ଛୁଟିରେ ଗାଁ ଗାନ ବୁଲି କ୍ୟାମ୍ପ କରୁଛନ୍ତି । ଗରବ ପିଲା ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ସୁକାନ୍ତ ସାହୁ । ସେ ନିଜର ସାମାଜିକ ଦାୟିତ୍ଵ କେବେ ଭୁଲି ନାହାନ୍ତି । ତାଙ୍କର ପେସା ଡାକ୍ତର ଥିଲେ ମଧ୍ୟ ସେ ଗରିବ ଲୋକଙ୍କର ମାଗଣାରେ ସେବା କରିବାକୁ ପସନ୍ଦ କରନ୍ତି ।

ଆଜିର ଦୁନିଆରେ ସୁକାନ୍ତଙ୍କ ଭଳି ଡାକ୍ତର ମିଳିବା ବହୁତ କଷ୍ଟ । ତାଙ୍କର ଏହି କାମରେ ତାଙ୍କର ସ୍ତ୍ରୀ ମଧ୍ୟ ଅଧିକରୁ ଅଧିକ ଏହି କାମ କରିବାକୁ ସମର୍ଥନ କରିଥାନ୍ତି । ସୁକାନ୍ତ ନିଜ ରାଏରେ କହିଛନ୍ତି ତାଙ୍କ ପରିବାର ଠାରୁ ସେ ଏହି କାମ କରିବା ପାଇଁ ପ୍ରେରଣା ପାଇଥିଲେ ।

ସେ ପିଲା ଦିନୁ ଲୋକଙ୍କର ମାଗଣାରେ ସେବା କରିବା ପାଇଁ ଆଗ୍ରହୀ ଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ କହିଛନ୍ତି ତାଙ୍କ ସ୍ଵାମୀ ଯେଉଁ କାମ କରୁଛନ୍ତି ତାହା ସେ ଖୁସି ହେବା ସହ ଗର୍ବ ଅନୁଭବ କରିବା ସହ ତାଙ୍କୁ ସହଯୋଗ ମଧ୍ୟ କରୁଛନ୍ତି । ଡାକ୍ତର ସୁକାନ୍ତଙ୍କ ପାଖରେ ଯେଉଁ ଭଲ ଗୁଣ ରହିଛି ତାହା ହେଉଛି ମଣିଷପଣିଆ ।

ଏହାକୁ ପାଥେୟ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ସୁକାନ୍ତ । ସେ ସ୍ଵର ଉପେନ୍ଦ୍ରନଟହ କଲେଜରୁ ପାଠ ପଢା ଆରମ୍ଭ କରି ଏସସିବି ମେଡିକାଲରୁ ଡାକ୍ତରୀ ଡିଗ୍ରୀ ହାସଲ କରିଛନ୍ତି । ଡାକ୍ତର ହେବ ଅପରେ ସେ ଲୋକଙ୍କର ସେବାରେ ନିଜଉ ନିୟୋଜିତ କରିଛନ୍ତି । ସେ ବିଭିନ୍ନ ଗାଁ ଗାନ ବୁଲି ବିଭିନ୍ନ ଆଶ୍ରମ ଓ ଗରିବ ପିଲାଙ୍କର ମାଗଣାରେ ଚିକିତ୍ସା କରିବା ସହ ମାଗଣା ଔଷଧ ମଧ୍ୟ ବାଣଟୁଛନ୍ତି ।

ତେଣୁ ତାଙ୍କର ଏଭଳି କାର୍ଯ୍ୟ ପାଖରେ ସ୍ଥାନୀୟ ଲୋକ ମାନେ ମୁଣ୍ଡ ନୁଆଁଇଛନ୍ତି । ସୁକାନ୍ତଙ୍କ ସହକର୍ମୀ ମାନେ କହିଛନ୍ତି ସେମାନେ ମଧ୍ୟ ତାଙ୍କର ପ୍ରେତକା କାମରେ ସହଯୋଗ କରି ଆସୁଛନ୍ତି । ପିଲା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି ମାଗଣାରେ ଔଷଧ ମଧ୍ୟ ବାଣ୍ଟୁଛନ୍ତି । ବାସ୍ତବରେ ଡାକ୍ତର ସୁକାନ୍ତଙ୍କ ଏହିଭଳି ମହାନ କାମ ପାଇଁ ସେ ପ୍ରଶଂସା ଯୋଗ୍ୟ ଅଟନ୍ତି ।

ଅନେକ ସମୟରେ ଡାକ୍ତର ମାନଙ୍କ ଅବହେଳା ଯୋଗୁ ଲୋକ ମାନଙ୍କର ଜୀବନ ଚାଲି ଯାଉଛି । କିନ୍ତୁ ସୁକାନ୍ତଙ୍କୁ ଦେଖିଲେ ଗରିବ ଅସହାୟ ଲୋକଙ୍କ ପାଇଁ କହିଛନ୍ତି ଭଗବାନ ଭାବେ ଅବତରଣ କରିଥିବା ମନେ ହେଉଛି । ସୁକାନ୍ତ ଆହୁରି ମଧ୍ୟ କହିଛନ୍ତି ଆଗକୁ ସେ ଏମିତି ଗରିବ ଓ ଅନାଥ ଆଶ୍ରମରେ ରହୁଥିବା ପିଲା ମାନଙ୍କର ମାଗଣାରେ ସେବା କରିବେ ।

ଯାହା ତାଙ୍କ ପକ୍ଷେ ସମ୍ଭବ ହୋଇ ପାରିବ ସେ ସବୁ କିଛି କରିବେ । ଏଥିପାଇଁ ସେ ନିଜକୁ ବହୁତ ଧନ୍ୟ ମାନେ କରୁଛନ୍ତି ବୋଲି ସୁକାନ୍ତ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଡାକ୍ତର ସୁକାନ୍ତ ସାହୁଙ୍କ ଏଭଳି କାମ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *