Health tips; -ଦାନ୍ତ ପୋକ ଖାଇଲେ କେମିତି ଠିକ କରିବେ ? Dr Pritish Patnaik

ବନ୍ଧୁଗଣ ପ୍ରାୟ ଅଧିକାଂଶ ଲୋକଙ୍କ ଠାରେ ଏବେ ଦାନ୍ତ ସହ ଜଡିତ ବିଭିନ୍ନ ପ୍ରକାର ସମସ୍ଯା ଦେଖିବାକୁ ମିଳୁଛି । ଏହା ମଧ୍ୟରୁ ଦାନ୍ତ ପୋକ କାଟିବା ଭଳି ସମସ୍ଯା ଗୋଟେ ଥାଏ। ଆମ ଦାନ୍ତରେ ଅଧିକ ସମୟ ଯାଏଁ ଖାଦ୍ଯ ପଦାର୍ଥ ଲାଗି ରହିଲେ । ତାହା ଦ୍ଵାରା ଦାନ୍ତରେ ବ୍ୟାକ୍ଟେରିୟା ଜମାଟ ବାନ୍ଧି ଥାଏ । ଏହା ପରେ ଧୀରେ ଧୀରେ ଦାନ୍ତରେ ଛୋଟ କଣା ସୃଷ୍ଟି ହୋଇଥାଏ । ସେହି ସମୟରେ ହିଁ ଜଣାପଡିଥାଏ ଯେ ଦାନ୍ତ ପୋକ ଖାଇ ଯାଇଛି ।

ଯେଉଁ ମାନେ ଅଧିକ ମିଠା ଜାତୀୟ ଖାଦ୍ଯ ଖାଇଥାନ୍ତି । ଠିକ ଭାବେ ଦାନ୍ତ ସଫା କରନ୍ତି ନାହି ସେହି ମାନଙ୍କ ଠାରେ ଏହି ଭଳି ସମସ୍ଯା ଦେଖାଯାଏ । ପିଲା ମାନେ ଅଧିକାଂଶ ଚକଲେଟ ଆଦି ମିଠା ଜିନିଷ ଖାଇବାକୁ ଭଲ ପାଆନ୍ତି । ସେମାନେ ନିଜ ଦାନ୍ତର ଠିକ ଭାବେ ଯତ୍ନ ନିଅନ୍ତି ନାହି । ଏହି କାରଣ ହେତୁ ପିଲା ମାନଙ୍କର କମ୍ ବୟସରେ ଦାନ୍ତ ପୋକ ଖାଇ ଯାଇଥାଏ । ଦାନ୍ତ ପୋକ ଖାଇବା କିଛି ବିଶେଷ ଲକ୍ଷଣ ରହିଛି ।

ପ୍ରଥମେ ଦାନ୍ତ ରଙ୍ଗ ବଦଳି ଥାଏ । ଏହା ପରେ ଦାନ୍ତର ରଙ୍ଗ ହଳଦିଆ ହେବ ପରେ ଧୀରେ ଧୀରେ କଳା ପଡିଯାଏ ।ଏହା ପରେ ଦାନ୍ତରେ ଧୀରେ ଧୀରେ କଣା ସୃଷ୍ଟି ହୋଇଥାଏ । ଏହି ସବୁ ହେଉଛି ଦାନ୍ତ କଣା ହେବାର କିଛି ବିଶେଷ ଲକ୍ଷଣ ଯାହାକୁ ଆପଣ ମାନେ ଧ୍ୟାନ ଦେବା ଉଚିତ । ଦାନ୍ତ ବିନ୍ଧିବାର କିଛି ବିଶେଷ ଚିକିତ୍ସା ରହିଛି । ଯଦି ଆପଣ ମାନଙ୍କୁ ଦାନ୍ତ ବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଡାକ୍ତର ମାନେ ପ୍ରଥମେ ଦାନ୍ତର ଏକ୍ସ-ରେ କରନ୍ତି । ଏହା ପରେ ଦାନ୍ତର ଖରାପ ହେବାର ମୁଖ୍ୟ କାରଣ ଜଣା ପଡିଥାଏ । ଯଦି ଦାନ୍ତ କଣା ହୋଇଥାଏ ତେବେ ଦାନ୍ତର ଫିଲିଙ୍ଗ କରାଯାଏ । ଯଦି ଦାନ୍ତରେ କ୍ୟାବିଟି ଥିବ ତେବେ ଡାକ୍ତର ମାନେ କ୍ୟାବିଟିକୁ ବାହାର କରି ଦିଅନ୍ତି । ପ୍ରତିଦିନ ଦୁଇ ଥର ଦାନ୍ତ ସଫା କରିବା ଉଚିତ । ଛୋଟ ପିଲା ହୁଅନ୍ତୁ ଅବା ବଡ ଲୋକ ସକାଳେ ଓ ରାତିରେ 2 ଥର ବ୍ରସ କରିବା ଉଚିତ ।

ଏପରି କରିବା ଦ୍ଵାରା ଆମ ଦାନ୍ତରେ ଥିବା ସବୁ ଜୀବାଣୁ ନଷ୍ଟ ହୋଇଥାନ୍ତି । ଭୋଜନ କରିବା ପରେ ଭଲ ଭାବେ ମୁହଁକୁ ଧୋଇବା ଉଚିତ । ଦାନ୍ତ ସଫା କରିବା ସହ ଜିଭକୁ ମଧ୍ୟ ଭଲ ଭାବେ ସଫା କରିବା ଉଚିତ । କାରଣ ଅଧିକାଂଶ ବ୍ୟାକ୍ଟେରିୟା ଜିଭରେ ଲାଗି ରହିଥାଏ । ତେଣୁ ଆମକୁ ଉଭୟ ଦାନ୍ତ ଓ ଜିଭର ଯତ୍ନ ନେବା ଉଚିତ । ଅଧିକ ମିଠା ଜାତୀୟ ଖାଦ୍ଯର ସେବନ କରିବା ଅନୁଚିତ ଅଟେ । ଏହା ଛଡା ଲବଙ୍ଗ ତେଲର ବ୍ୟବହାର କରିବା ଉଚିତ ।

ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *